Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ଦୁଇଦିନିଆ ତାଳଚେର ଗସ୍ତ
ଆଜିର ଖବର

ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ଦୁଇଦିନିଆ ତାଳଚେର ଗସ୍ତ

December 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ଦୁଇଦିନିଆ ତାଳଚେର ଗସ୍ତ

ଭୁବନେଶ୍ୱର: ଆଜି ରାଜ୍ୟ ଖାଦ୍ୟ ଆୟୁକ୍ତ ଶ୍ରୀ ଅବନୀକାନ୍ତ ସାହୁ ଦୁଇଦିନିଆ ତାଳଚେର ଗସ୍ତରେ ଯାଇ ଅପରାହ୍ନ ୩ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷ ଠାରେ ଏକ ବୈଠକରେ ଯୋଗଦେଇ ଅଞ୍ଚଳର ଖାଦ୍ୟ ସୁରକ୍ଷା ଯୋଜନା ଓ ବିତରଣ ବ୍ୟବସ୍ଥା ଉପରେ ସମୀକ୍ଷା କରଥିଲେ।

ପାରିପାଶ୍ୱର୍କ ଉନ୍ନୟନ ଯୋଜନା ମାଧ୍ୟମରେ ତାଳଚେର ଅଞ୍ଚଳର କର୍ମଜୀବୀ ମହିଳାମାନଙ୍କ ଖାଦ୍ୟସୁରକ୍ଷା ଓ କର୍ମକ୍ଷେତ୍ରକୁ ଯିବାବେଳେ ସେମାନଙ୍କ ଶିଶୁମାନଙ୍କ ସୁରକ୍ଷା ଓ ଲାଳନପାଳନ ନିମନ୍ତେ କ୍ରେଚ ସବୁ ଅଞ୍ଚଳରେ ଖୋଲିବା, ତା’ର ନିୟମିତ ପରିଚାଳନା ନିମନ୍ତେ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ବଣ୍ଟନ ସ୍ଥଳୀଗୁଡିକରେ ପକ୍କାଘର ଯୋଗାଇଦେବା, ପ୍ରତ୍ୟେକ ୱାର୍ଡରେ ଥିବା ବଣ୍ଟନ ସ୍ଥଳୀଗୁଡିକରେ ସୂଚନା ଫଳକ ଲଗାଇ ସେଥିରେ ଉପଭୋକ୍ତାଙ୍କ ନାମ ତାଲିକା, ଉପଖଣ୍ଡ ଯୋଗାଣ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମୋବାଇଲ ନମ୍ବର ଆଦି ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଅଙ୍ଗନବାଡିଗୁଡିକର ନୂଆ ପକ୍କାଘର ତିଆରି, ପୁରୁଣା ଘରର ମରାମତି, ପିଇବା ପାଣି ଓ ଆଲୋକ ବ୍ୟବସ୍ଥା, ନିଉଟ୍ରି ଗାର୍ଡେନ, ଓ କିଚେନ ଗାର୍ଡେନ ଇତ୍ୟାଦି ପ୍ରସ୍ତୁତ କରିବାକୁ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଅଞ୍ଚଳର ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ତିନିଚକିଆ ଯାନ ଯୋଗାଇ ଦେବା, କୃଷି ଓ କୃଷକର ବିକାଶ ପାଇଁ ଇଛୁକ ବ୍ୟକ୍ତିମାନଙ୍କୁ ଛେଳି ଚାଷ, କୁକୁଡ଼ା ଚାଷ ଆଦି ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ବୈଠକରେ ଉପସ୍ଥିତ ଏନ୍‌. ଟି. ପି. ସି. ଓ ଏମ୍‌. ସି. ଏଲ. ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଆୟୁକ୍ତ ସଦସ୍ୟ ଶ୍ରୀ ଦୟାନିଧି ଦାସ, ପ୍ରଶାସନିକ ଅଧିକାରୀ ଶ୍ରୀ ସମରେନ୍ଦ୍ର କୁମାର ଷଡ଼ଙ୍ଗୀ, ବି. ଡି. ଓ. ଚିନ୍ମୟୀ ଚେତନା ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ପାତ୍ର, ସହକାରୀ ଯୋଗାଣ ଅଧିକାରୀ ଶୁଚି ରାଉତଙ୍କ ସମେତ ବହୁ ଉପଖଣ୍ଡସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

Odisha Food Commission ଦୟାନିଧି ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026
Latest News

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.