Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳ ଭେଟିଲେ ତେଲୁଗୁ ଯୋଦ୍ଧା ଟିମ୍‌ର ଖୋଖୋ ଖେଳାଳୀ
ଆଜିର ଖବର

ରାଜ୍ୟପାଳ ଭେଟିଲେ ତେଲୁଗୁ ଯୋଦ୍ଧା ଟିମ୍‌ର ଖୋଖୋ ଖେଳାଳୀ

December 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟପାଳ ଭେଟିଲେ ତେଲୁଗୁ ଯୋଦ୍ଧା ଟିମ୍‌ର ଖୋଖୋ ଖେଳାଳୀ

ଭୁବନେଶ୍ୱର: ସମଗ୍ର ଦେଶରେ ଖେଳ ପ୍ରତି ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଛି। ଅଧିକରୁ ଅଧିକ ଯୁବକଯୁବତୀ କ୍ରୀଡ଼ାରେ ଅଂଶ ଗ୍ରହଣ କରୁଛନ୍ତି ଓ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କର ସଫଳତା ଦେଶକୁ ଗର୍ବିତ କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାର ବିକାଶ ଓ ଉନ୍ନତିକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କାର୍ଯ୍ୟମାନ କାର୍ଯ୍ୟକାରୀ କରାଇଛନ୍ତି ଯେପରି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଯାହା ଯୁବଗୋଷ୍ଠୀଙ୍କୁ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ମଂଚ ପ୍ରଦାନ କରିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି।

ଆଜି ରାଜଭବନର ଅଭିଷେକ ହଲ୍‌ରେ ଅଲଟିମେଟ୍ ଖୋଖୋ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବାକୁ ଆସିଥିବା ତେଲୁଗୁ ଯୋଦ୍ଧା ଟିମ୍‌ର ଖେଳାଳୀମାନଙ୍କୁ ଭେଟିବା ଅବସରରେ ରାଜ୍ୟପାଳ ନିଜ ଉଦ୍‌ବୋଧନରେ କଠିନ ସାଧନା, ଶୃଙ୍ଖଳା ଓ ପରିଶ୍ରମ ଦ୍ୱାରା ଜଣେ ସଫଳ ଖେଳାଳୀ ହୋଇପାରିବ ବୋଲି କହିଥିଲେ।

ସରକାରୀସ୍ତରରେ ଦିଆଯାଉଥିବା ପ୍ରୋତ୍ସାହନ ବର୍ତମାନ କ୍ରୀଡ଼ାକୁ ଏକ କ୍ୟାରିଅର କରିବାରେ ଯଥେଷ୍ଟ ସହାୟକ ହୋଇପାରୁଛି। କବାଡ଼ି, ଖୋ ଖୋ ପରି ପାରମ୍ପରିକ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଉଛି ଓ ଅଧିକରୁ ଅଧିକ ଖେଳାଳୀ ସୃଷ୍ଟି ହୋଇପାରୁଛନ୍ତି ବୋଲି ରାଜ୍ୟପାଳ କହିଥିଲେ।

ଖେଳାଳୀମାନେ ବିଫଳତାରେ ଭାଙ୍ଗି ନଯାଇ ଏହାର କାରଣ ଅନୁଧ୍ୟାନ କରି ଏହାକୁ ସୁଧାରି ପାରିଲେ ନିଶ୍ଚୟ ସଫଳତା ହାସଲ କରିବେ ଓ ସର୍ବଦା ଖେଳୁୱାର୍ଡ ମନୋଭାବ ନେଇ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଖେଳାଳୀମାନଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟପାଳ ଖେଳାଳୀମାନଙ୍କୁ ଆଗାମୀ ଟୁର୍ଣ୍ଣାମେଂଟରେ ସଫଳତା ପାଇଁ ଶୁଭକାମନା ଜଣାଇଥିଲେ। ପ୍ରାରମ୍ଭରେ ଟିମ୍‌ର ସିଇଓ ଶ୍ରୀ ପି.କେ.ଏସ୍‌.ଭି. ସାଗର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଦୁଇ ଜଣ ଖେଳାଳୀ ଓ ପ୍ରଶିକ୍ଷକ ସେମାନଙ୍କର ପ୍ରସୁ୍‌ତି ଓ ଟୁର୍ଣ୍ଣାମେଂଟ ସଂପର୍କରେ କହିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଜିଏମଆର ପ୍ରାୟୋଜିତ ତେଲୁଗୁ ଯୋଦ୍ଧା ଟିମ୍‌ର ପଚିଶ ଜଣ ଖେଳାଳୀ, ପ୍ରଶିକ୍ଷକ ଶ୍ରୀ ବିକାଶ ଓ ଟିମ୍‌ର ସି.ଇ.ଓ. ଶ୍ରୀ ପି.କେ.ଏସ.ଭି. ସାଗର ସପୋର୍ଟ ଷ୍ଟାଫ୍‌ଙ୍କ ସହ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

ଆସନ୍ତା ଡ଼ିସେମ୍ବର ୨୪ରୁ ଆସନ୍ତା ବର୍ଷ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଲ୍‌ଟିମେଟ ଖୋଖୋ ଟୁର୍ଣ୍ଣମେଂଟର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ଜଗରନଟ୍‌ସ ଓ ତେଲୁଗୁ ଯୋଦ୍ଧା ସମେତ ସମୁଦାୟ ଛଅଟି ଦଳ ଅଂଶ ଗ୍ରହଣ କରୁଛନ୍ତି।

 

ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026
Latest News

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.