ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ: ନେଟ୍ସରେ ପ୍ରଚୁର ଝାଳ ବୁହାଇଲେ ଭାରତୀୟ ବୋଲର

Published: Dec 26, 2023, 7:45 am IST

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜିଠାରୁ ଆରମ୍ଭ ହେବ। ମ୍ୟାଚ୍ ପୂର୍ବରୁ ଭାରତୀୟ ବୋଲରମାନେ ନେଟ୍ସରେ ଲାଲ୍ ବଲ୍ ସହିତ କଠିନ ଅଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା। ବ୍ୟାଟ୍ସମ୍ୟାନଙ୍କ ସହ ଆଫ୍ରିକୀୟ ମାଟିରେ ଖେଳାଯିବାକୁ ଥିବା ଟେଷ୍ଟରେ ବୋଲରମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ପ୍ରଥମ ମ୍ୟାଚ୍ ସେଞ୍ଚୁରିଅନରେ ଖେଳାଯିବ, ଯେଉଁଠାରେ ବୋଲରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।

ମ୍ୟାଚ୍ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲା ​​ଯେଉଁଥିରେ ଉଭୟ ଭାରତୀୟ ପେସର ଏବଂ ସ୍ପିନର ବୋଲରଙ୍କୁ ଦେଖିବାକୁ ମିଳିଥିଲା। ଦଳର ମୁଖ୍ୟ ଦ୍ରୁତ ବୋଲର ଜସପ୍ରିତ ବୁମ୍ରାଙ୍କୁ ପ୍ରଥମେ ଭିଡିଓରେ ଦେଖିବାକୁ ମିଳିଥିଲା। ଏହା ପରେ କ୍ୟାମେରା ମହମ୍ମଦ ସିରାଜ ଆଡକୁ ଯାଇଥିଲା।

ତା’ପରେ ଶାର୍ଦ୍ଦୁଳ ଠାକୁର ଏବଂ ମୁକେଶ କୁମାରଙ୍କୁ ଦେଖିବାକୁ ମିଳିଥିଲା। ତା’ପରେ ସମସ୍ତ ଦ୍ରୁତ ବୋଲରମାନେନେଟ୍ସରେ ବୋଲିଂ କରୁଥିବାର ନଜର ଆସିଥିଲେ। ପରବର୍ତ୍ତୀ ସମୟରେ ଭିଡିଓରେ ସ୍ପିନର ଆର ଅଶ୍ୱିନ ଏବଂ ସ୍ପିନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦେଖିବାକୁ ମିଳିଥିଲା। ଭିଡିଓ ଶେଷରେ ଅଧିନାୟକ ରୋହିତ ଶର୍ମା ବୋଲରଙ୍କ ସହ ନଜର ଆସିଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ୍ ରକ୍ଷକ), ଯଶସ୍ୱୀ ଜୟସ୍ଵାଲ, ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ରବିଚନ୍ଦ୍ରନ ଅଶ୍ୱିନ, ଶ୍ରୀକର ଭରତ, ଅଭିମନ୍ୟୁ ଈଶ୍ବରନ, ମୁକେଶ କୁମାର।

Related posts