Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶାସନର ଦୃଷ୍ଟି ଅଡୁଆଳରେ ଗରିବ ପରିବାର
ଆଜିର ଖବର

ପ୍ରଶାସନର ଦୃଷ୍ଟି ଅଡୁଆଳରେ ଗରିବ ପରିବାର

December 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବଡଚଣା: କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଶହଶହ ଯୋଜନା। ଯୋଜନା ଅଧା ବାଟରେ ବାଟବଣା ହେବାରେ ଲାଗିଛି। ସରକାର ଗରିବ ନିରାଶ୍ରୟଙ୍କୁ ଥଇଥାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡିଆ, ମଧୁବାବୁ ପେନ୍‌ସନ ଭଳି ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତୃଣମୁଳ ସ୍ତରରେ ଥିବା ଲୋକେ ଅଧିକରୁ ଅଧିକ କିପରି ସାମିଲ ହୋଇପାରିବେ ସେଥିପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ତୀକ୍ଷ୍ନ ଦୃ୍‌ଷ୍ଟି ଦେବା ପାଇଁ ତାଗିଦ କରିଥିବା ବେଳେ ବଡଚଣା ବ୍ଲକ ପତରାଜପୁର ପଞ୍ଚାୟତର ୱାର୍ଡ ନଂ ୫ର ସୀତା ଘଡେଇ (୬୮) ଙ୍କ ସ୍ୱାମୀ ସ୍ୱର୍ଗତ ରୁପ ଘଡେଇଙ୍କ ମୃତ୍ୟୁ ୧୦ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ସୀତା ଘଡେଇ ଭତ୍ତା ପାଇଁ ସରକାରୀ ବାବୁଙ୍କ ପାଖକୁ ଧାଇଁ ଧାଇଁ ୨ବର୍ଷ ପରେ ଭତ୍ତା ହୋଇଥିଲା।

୨ଗୋଟି ପୁଅ ବାହା ହୋଇ ନିଜ ସଂସାର ସହ ବାହାରେ ଦାଦନ ଖଟୁଥିବାରୁ ସୀତା ହରିଜନ ସମ୍ପଦ୍ରାୟର ନିଜ ବେଉସା କୁଲା ବାଉଁସିଆ ବୁଣି ଘର ଘର ବୁଲି ବିକି ଯାହା ପାଏ ଓ ଭତ୍ତାରୁ ଯାହା ମିଳେ ସେଥିରେ ଗୁଜୁରଣ ମେଣ୍ଟାଇଥାଏ। କିନ୍ତୁ ଦୁଃଖର କଥା ଦୀର୍ଘ ୮ମାସରୁ ଉର୍ଦ୍ଧ୍ୱ ହେବ ଭତ୍ତା ପଇସା ପାଇପାରୁନାହିଁ। ପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖକୁ ବାରମ୍ବାର ଯାଇ ଯେତେ ନେହୁରା ହେଲେ ମଧ୍ୟ କିଛି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ପଚାରିଲେ ତୁମର ବ୍ୟାଙ୍କ ଏକାଉଣ୍ଟକୁ ଆସିବ କହି ଏଡେଇ ଦେଉଛନ୍ତି।

ସେହିପରି ସେହି ୱାର୍ଡର ଭାବ ଘଡେଇ (୭୦) ଙ୍କ ସ୍ୱାମୀ ନନ୍ଦ ଘଡେଇଙ୍କର ସେହି ଅବସ୍ଥା। ଦୀର୍ଘ ୮ମାସରୁ ଉର୍ଦ୍ଧ୍ୱ ହେବ ତାଙ୍କର ମଧ୍ୟ ଭତ୍ତା ମିଳିପାରିନାହିଁ। ସେ ମଧ୍ୟ ସରପଞ୍ଚ ଓ ସରକାରୀ ବାବୁମାନଙ୍କ ପାଖକୁ ଦୈାଡି ଦୈାଡି ନିରାଶ ହୋଇ ଯାଜପୁର ଜିଲ୍ଲାପାଳ ମହୋଦୟଙ୍କୁ ଦେଖାକରିବେ ବୋଲି ଦୁଃଖରେ କାନ୍ଦିକାନ୍ଦି କହିଛନ୍ତି। ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୀତା ଓ ଭାବ ଘଡେଇଙ୍କୁ ଯଥାଶୀଘ୍ର ତାଙ୍କର ୮ମାସର ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଗରିବ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁ ପକ୍କା ଘର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026
Latest News

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.