Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭା ନିର୍ବାଚନ ପୂର୍ବରୁ ୧ କୋଟି ଲୋକଙ୍କୁ ରାମ ମନ୍ଦିର ଦର୍ଶନ କରାଇବ ବିଜେପି
ଆଜିର ଖବର

ଲୋକସଭା ନିର୍ବାଚନ ପୂର୍ବରୁ ୧ କୋଟି ଲୋକଙ୍କୁ ରାମ ମନ୍ଦିର ଦର୍ଶନ କରାଇବ ବିଜେପି

December 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପରେ ସ୍ୱତନ୍ତ୍ର ଦର୍ଶନ ଅଭିଯାନ ଆରମ୍ଭ କରିବ ବିଜେପି। ଏହି ଅଭିଯାନ ଜାନୁଆରି ୨୪ରୁ ଆରମ୍ଭ ହୋଇ ୩ ମାସ ଧରି ଚାଲିବ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ। ଦଳୀୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ବିଜେପିର ଏହି ପ୍ରୟାସକୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଶ୍ୱସ୍ତ ଭୋଟରଙ୍କୁ ଆକୃଷ୍ଟ କରିବା ସହ ଯୋଡ଼ାଯାଉଛି।

ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨୫୦୦ରୁ ୩୦୦୦ ଭୋଟରଙ୍କୁ ଅଯୋଧ୍ୟା ନେବା ପାଇଁ ପ୍ରସ୍ତୁତି ଚାଲିଛି। ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରିବ ଦଳ। ବୁଥ୍ ସ୍ତରରୁ ପର୍ଯ୍ୟଟକଙ୍କ ତାଲିକା ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ଜିଲ୍ଲା ୟୁନିଟ ଏହି ତାଲିକା ରାଜ୍ୟ ୟୁନିଟକୁ ପଠାଇବ, ଏହାପରେ ଅଯୋଧ୍ୟା ଆସିବାଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯିବ। ପ୍ରାଣପ୍ରତିଷ୍ଠା ଉତ୍ସବ ପରେ ୧୦୦ଦିନ ପର୍ଯ୍ୟନ୍ତ ସାରାଦେଶରୁ ପ୍ରାୟ ୧୦୦୦ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ଟ୍ରେନମାଧ୍ୟମରେ ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକରାମଲାଲଙ୍କୁ ଦର୍ଶନ କରିବାକୁ ଯିବେ।

ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ସାଧାରଣ ଜନତାଙ୍କୁ କହିବାକୁ ଚେଷ୍ଟା କରିବେ ଯେ ସେମାନଙ୍କ ଦଳ ସେହି କାମ କରିଛି ଯାହା ୫୦୦ ବର୍ଷ ମଧ୍ୟରେ ହୋଇପାରିନଥିଲା। ପୂର୍ବାନୁମାନ ଅନୁଯାୟୀ, ଭାରତୀୟ ଜନତା ପାର୍ଟି ରାମ ମନ୍ଦିର ଦର୍ଶନ ପାଇଁ ୫୦ ଲକ୍ଷରୁ ୧ କୋଟି ଲୋକଙ୍କୁ ନେବାକୁ ଯୋଜନା କରିଛି।

Election2024. ନିର୍ବାଚନ2024 ବିଜେପି ରାମ ମନ୍ଦିର ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.