Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଇନସାହ ସାବିରଙ୍କ ସ୍ୱପ୍ନ ହେଲା ସାର୍ଥକ
ଆଜିର ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଇନସାହ ସାବିରଙ୍କ ସ୍ୱପ୍ନ ହେଲା ସାର୍ଥକ

December 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୁନ୍ଦର ଉପତ୍ୟକାର ପୁଲୱାମା ଜିଲ୍ଲାରେ ରହନ୍ତି ଜଣେ ଯୁବତୀ। ଯିଏ ସ୍ୱାଧୀନତା, ନମନୀୟତା ଓ ଅବସ୍ଥାନ୍ତରର ଏକ ପ୍ରତୀକ ବନି ଯାଇଛନ୍ତି। ପୁଲୱାମାରେ ଅରିଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମିତ ଇନଶାହ ସାବିର ଏକ ବ୍ୟବସାୟର ମାଲିକାଣୀ ହେବା ସହ ଗୋଟିଏ  ବୁଟିକ୍ ଚଳାଇଛନ୍ତି। ସେ କେନ୍ଦ୍ର ସରକାରଙ୍କ ଦିନ ଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବିକା ମିଶନ ଇତ୍ୟାଦିର ହିତାଧିକାରୀ ହୋଇଥିବା ଯୋଗୁଁ ଏହି ସୁବିଧା ହାସଲ କରିବା ସହ ତାଙ୍କ ଭଳି ଅନେକ ଝିଅ ଓ ମହିଳାମାନେ ମଧ୍ୟ ଏହି ସୁଯୋଗର ଅଧିକାରୀ ହୋଇପାରିଛନ୍ତି।

ସେଠାରେ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାଳରେ ଏକ ସାକ୍ଷାତକାର ବେଳେ ଇନ୍‌ଶାହ କହିଥିଲେ ଯେ ୨୦୧୭ରେ ପ୍ରଥମେ ଦିନଦୟାଲ ଅନ୍ତ୍ୟୋଦୟ ଯୋଜନା ଓ ଏନଆରଏଲ୍‌ଏମ୍ ସଂଶ୍ପର୍ଷରେ ଆସିବା ପରେ ସଙ୍ଗେ ସଙ୍ଗେ ସେ ନିଜକୁ ପଞ୍ଜୀକୃତ କରିଥିଲେ।

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୦୧୧ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଗ୍ରାମୀଣ ଗରିବମାନଙ୍କ ନିମନ୍ତେ ଦକ୍ଷ ଓ କ୍ରୀୟାଶୀଳ ଆନୁଷ୍ଠାନିକ ମଞ୍ଚ ସୃଷ୍ଟି ଥିଲା ଏହାର ଲକ୍ଷ୍ୟ। ସ୍ଥାୟୀ ଓ ନିରନ୍ତର ଜୀବନ ଜୀବିକା  ଦ୍ୱାରା ଘରୋଇ ଆୟ ଓ ଆର୍ଥିକ ସେବା ବୃଦ୍ଧି ଏହି ମଞ୍ଚ ଜରିଆରେ ହୋଇପାରିବ।

ନିଜର କାହାଣୀ ସମ୍ପର୍କରେ  ସୂଚନା ଦେଇଥିବା ବେଳେ ଇନସାହ କହିଥିଲେ ଯେ ପିଲାଟି ବେଳୁ ଲୁଗାପଟାରେ ଡିଜାଇନ କରିବା ତାଙ୍କର ଏକ ସଉକ ଥିଲା। ହେଲେ ସେ ଯେତେବେଳେ ଡେ-ଏନଆର୍‌ଏଲଏମ୍ ଅଧୀନ ଏକ ସ୍ଥାନୀୟ ସିଲେଇ ବିଦ୍ୟାଳୟରେ ନାମ ଲେଖାଇଲେ, ସେତେବେଳେ ତାଙ୍କ ଜୀବନରେ ଏକ ନୂତନ ମୋଡ ଆସିଲା। ତାଙ୍କ ଧୀଶକ୍ତି ଓ କୌତୂହଳ ଯୋଗୁଁ ଏକ ବ୍ୟାବସାୟିକ ସୁଯୋଗ ଜୀବନ ଜୀବିକା ପାଇଁ ସୃଷ୍ଟି ହେଲା।

ପ୍ରତିଷ୍ଠାନରୁ ଡିଜାଇନ ପାଠ୍ୟକ୍ରମ ଶେଷ କରି ଇନ୍‌ସାହା ତାଙ୍କର ବୁଟିକ୍ ଆରମ୍ଭ କରିବାକୁ ସ୍ଥିର କଲେ। ସେ ଗୋଟିଏ ପିଏମ୍‌ଇଜିପି ଉମିଦ ଋଣ ପାଇଲେ ଓ ଏହି କାର୍ଯ୍ୟରେ ଡେ-ଏନଆରଏଲଏମ୍ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା। ଶେଷେରେ ସେ ତାଙ୍କ ବୁଟିକ୍ ସ୍ଥାପନ କଲେ।

ବେଳେ ବେଳେ ସୀମିତ ସମ୍ବଳ ଓ ଅଳ୍ପ ସୁଯୋଗ ଦୃଷ୍ଟିରୁ ସ୍ୱପ୍ନଗୁଡିକ ରାତ୍ରୀ ଆକାଶର ଦୁରେଇ ଥିବା ତାରା ଭଳି ଲାଗେ। ମାତ୍ର ଇନଶାହଙ୍କ ନିମନ୍ତେର ଡେ-ଏନଆରଏଲଏମ୍  ତାଙ୍କ ସ୍ୱପ୍ନ ସାର୍ଥକ କରିପାରିଲା। ଯୋଜନା ଅଧୀନରେ ରିହାତିଯୁକ୍ତ ଋଣ  ପାଇ ନଥିଲେ। ଏହି ବ୍ୟବସ୍ଥା ଆରମ୍ଭ କରିବା ସମ୍ଭବ  ହୋଇ ନ ଥାନ୍ତା ବୋଲି ଇନଶାହ ପ୍ରକାଶ କରିଥିଲେ।

ନୂତନ ଓ ବିକଶିତ ଭାରତ ଗଠନରେ ଯୁବଗୋଷ୍ଠୀ ସାହାଯ୍ୟ  କରୁଥିବା ସରକାରଙ୍କ ବ୍ୟାବସାୟିକ ଯୋଜନା ଗୁଡିକରେ ଇନ୍‌ଶାହ ପ୍ରଶଂସା କରିଥିଲେ। ଆଜି କେବଳ ଧନୀଲୋକମାନେ ଯେ ବ୍ୟାବସାୟିକ ସଫଳତା ହାସଲ କରୁଛନ୍ତି, ତାହା ନୁହେଁ ଗ୍ରାମାଞ୍ଚଳ ଗରିବ ପୃଷ୍ଠଭୂମିରୁ ଆସିଥିବା ଲୋକମାନେ ମଧ୍ୟ ସଫଳ ବ୍ୟବସାୟୀ  ହୋଇପାରୁଛନ୍ତି। ସରକାର ଏପରି ଯୋଜନା ଦ୍ୱାରା ତାକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରି ପାରିଥିବାରୁ ସେ ସରକାରଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ। ଆଜି ଇନଶାହ କେବଳ ନିଜର ପଇସା କମାଉ ନାହାଁନ୍ତି, ତାଙ୍କ ବୁଟିକରେ ଅନ୍ୟାନ୍ୟ ମହିଳାମାନଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଛୋଟ ହେଲେ ମଧ୍ୟ ବୁଟିକଟି ବିକାଶ ଓ ଆତ୍ମନିର୍ଭରତାର ଏକ ପ୍ରତି ଶବ୍ଦ ପାଲଟିଛି।

ଜମ୍ମୁ ଓ କଶ୍ମୀର ବିକଶିତ ଭାରତ ସଂକଳ୍ପ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026
Latest News

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026

ମାଲକାନଗିରିରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.