Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଓ ଉତ୍ତର ଆନ୍ଧ୍ରରେ ସ୍ବଦେଶୀ ଅମୃତ ଭାରତ ଏକ୍ସପ୍ରେସକୁ ଭବ୍ୟ ସ୍ୱାଗତ
ଆଜିର ଖବର

ଓଡିଶା ଓ ଉତ୍ତର ଆନ୍ଧ୍ରରେ ସ୍ବଦେଶୀ ଅମୃତ ଭାରତ ଏକ୍ସପ୍ରେସକୁ ଭବ୍ୟ ସ୍ୱାଗତ

December 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: 30 ଡିସେମ୍ବର 2023 ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ମାଲଦା ଟାଉନ୍-ବେଙ୍ଗାଲୁରୁ ଅମୃତ ଭାରତ ସମେତ ଦୁଇଟି ଅମୃତ ଭରତ ଏକ୍ସପ୍ରେସ ଏବଂ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଶର ବିଭିନ୍ନ ଷ୍ଟେସନ ମାନଙ୍କରେ ଭବ୍ୟ ସ୍ୱାଗତ କରାଯାଇଅଛି। ମାଲଦା ଟାଉନ୍-ବେଙ୍ଗାଲୁରୁ ଅମୃତ ଭରତ ଏକ୍ସପ୍ରେସ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର ଓ ସୋରୋ ଏବଂ ପୂର୍ବତଟ ରେଳପଥ ପରିସୀମାରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଷ୍ଟେସନ ମାନଙ୍କ ଠାରେ ବାଦ୍ୟ ବଜାଇ ଏବଂ ପାରମ୍ପାରିକ ନୃତ୍ୟ ଦ୍ୱାରା ବହୁ ପ୍ରଶଂସକଙ୍କୁ ନେଇ ଅମୃତ ଭାରତ ଟ୍ରେନ କୁ ଭବ୍ୟ ସ୍ୱାଗତ କରାଯାଇଅଛି।  ପୂର୍ବତଟ ରେଳପଥ ଅଧୀନରେ ଉତ୍ତର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ୍ ମାନଙ୍କରେ ମଧ୍ୟ ଅମୃତ ଭାରତ ଟ୍ରେନ କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସ୍ୱାଗତ କରାଯାଇଅଛି।

ଭଦ୍ରକ ଷ୍ଟେସନରେ ମାନ୍ୟବର ସାଂସଦ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ବିଧାୟକ ସଞ୍ଜୀବ ମଲ୍ଲିକ ଏବଂ ସାମାଜିକ କର୍ମୀ ମନସ୍ମିତା ଖୁଣ୍ଟିଆ ଏହି ଉତ୍ସବରେ ଯୋଗ ଦେଇଥିଲେ।

କଟକ ରେଳ ଷ୍ଟେସନରେ ଆଜି ସକାଳେ ଯାତ୍ରୀ ସୁବିଧା କମିଟି ସଦସ୍ୟ ଦିଲୀପ ମଲ୍ଲିକ ଏବଂ ସାମାଜିକ କର୍ମୀ ଲଲାଟେନ୍ଦୁ ବଡୁ ଯୋଗଦାନ କରିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନରେ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁଲତା ଦେଓ ଓ ମୁଜ଼ୀବୁଲ୍ଲା ଖାଁ ଙ୍କ ସହିତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ ଏସ ବଜୱା ଯୋଗଦାନ କରି ଅମୃତ ଭାରତ ଟ୍ରେନ କୁ ସ୍ୱାଗତ କରିଥିଲେ।

ସେହିଭଳି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ମାନ୍ୟବର ବିଧାୟକ ସୁରେଶ କୁମାର ରାଉତ ଏବଂ ସାମାଜିକ କର୍ମୀ ରଶ୍ମୀ ରଞ୍ଜନ ମହାପାତ୍ର ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଏହା ବ୍ୟତୀତ ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ  ବିଧାୟକ ବିକ୍ରମ ପଣ୍ଡା ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଅଂଶଗ୍ରହଣ କରି ଅମୃତ ଭାରତ ଟ୍ରେନ କୁ ସ୍ୱାଗତ କରିଥିଲେ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଉତ୍ତର ଆନ୍ଧ୍ର ପ୍ରଦେଶରେ ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ୍ ମାନଙ୍କରେ ମଧ୍ୟ ଅମୃତ ଭାରତ ଟ୍ରେନକୁ ସ୍ଥାନୀୟ ଜଣ ପ୍ରତିନିଧି ବିଶେଷ ଭାବେ ମାନ୍ୟବର ସାଂସଦ ଓ ବିଧାୟକ ମାନଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା।

ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ରେଳ ଉତ୍ସାହୀମାନେ, ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ମଧ୍ୟ ଅମୃତ ଭାରତ ଟ୍ରେନ ରେ କିଛି ଦୂର ଯାତ୍ରା କରି ଏହାର ଯାତ୍ରା ସୁବିଧା ଓ ବୈଶିଷ୍ଟ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଠାରେ ସାଧାରଣ ଜନତା ଅମୃତ ଭାରତ ଟ୍ରେନ୍ ସହିତ ସେଲଫି ନେବା ସହିତ ଫଟୋ ଉଠାଇବା ପାଇଁ ଉତ୍ସାହିତ ଥିଲେ। ବାଜା ବଜାଇ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ମଧ୍ୟରେ ଟ୍ରେନକୁ ବହୁ ଉତ୍ସାହର ସହିତ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା।

ପୂର୍ବତଟ ରେଳପଥ ବନ୍ଦେ ଭାରତ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026

ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା: ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ?

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

March 10, 2026
Latest News

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026

ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା: ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ?

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.