
ସର୍ବୋଚ୍ଚ କୋର୍ଟ ବୁଧବାର ଦିନ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ସହିତ ଚତୁର୍ଥ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭାବରେ ଏହି ବିବାହ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରିଛି ଇକ୍ବେଡର। ପୂର୍ବରୁ ଆର୍ଜେଣ୍ଟିନା, ବ୍ରାଜିଲ ଏବଂ କଲମ୍ବିଆ ମଧ୍ୟ ସମଲିଙ୍ଗୀ ବିବାହକୁ ସ୍ବୀକୃତୀ ଦେଇ ସାରିଛନ୍ତି। ସର୍ବୋଚ୍ଚ କୋର୍ଟ ପକ୍ଷରୁ ୯ ଜଣ ବିଚାରପତି ଏହି ମାମଲାର ରାୟ ପ୍ରକାଶ କରିଥିଲେ। ୫ ଜଣ ବିଚାରପତି ଏହା ସପକ୍ଷରେ ମତ ଦେଇଥିବା ବେଳେ ୪ ଜଣ ଏହା ବିପକ୍ଷରେ ମତ ଦେଇଥିଲେ। ଏହି ପ୍ରକ୍ରିୟା ସହିତ ସମସ୍ତ ବ୍ୟକ୍ତିଙ୍କୁ ସମାନ ଅଧିକାର ପ୍ରଦାନ କରାଯିବ ବୋଲି ଓକିଲ କ୍ରିଷ୍ଟିଆନ ପଉଲା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୫ରୁ ଇକ୍ବେଡରରେ ସମଲିଙ୍ଗୀ ବିବାହକୁ ସ୍ବୀକୃତୀ ଦେବା ପାଇଁ ଆନ୍ଦୋଳନ ଚାଲିଥିଲା।