ବିଶ୍ବକପ୍ର ୧୮ ତମ ମ୍ୟାଚ୍ରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳ ଅପରାଜେୟ ରହିଥିବାରୁ ନିଜର ଅପରାଜେୟ ଧାରା ବଜାୟ ରଖିବାକୁ ଦୁଇ ଦଳ ଉଦ୍ୟମ କରିବେ। ଆଜି(ଗୁରୁବାର) ଟ୍ରେଣ୍ଟବ୍ରିଜ୍ର ନଟିଂହାମ୍ରେ ଅପରାହ୍ନ ୨.୩୦ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ହୋଇଥିବା ବିଶ୍ବକପ୍ ମୁକାବିଲାରେ ଭାରତ ୪-୩ରେ ପଛୁଆ ରହିଥିବା ବେଳେ ଏହି ମୁକାବିଲାରେ ବିଜୟୀ ହୋଇ ଏହାକୁ ୪-୪ରେ ପହଞ୍ଚାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ। ଭାରତୀୟ ଓପ୍ନର ଶିଖର ଧଓ୍ବନ୍ ଆହତ ହୋଇ ବାଦ ପଡିଥିବାରୁ କେ ଏଲ୍ ରାହୁଲ ଇନିଂସ ଓପନ୍ କରିବେ। ଏହା ସହିତ ଚାରି ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାକୁ ନେଇ ମଧ୍ୟ ଦ୍ବନ୍ଦରେ ରହିଛି ଭାରତୀୟ ମ୍ୟାନେଜମେଣ୍ଟ। ଅଭ୍ୟାସ ମ୍ୟାଚ୍ରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ପରାସ୍ତ କରିଥିବା ବେଳେ ଏହି ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡର ପଲ୍ଳା ଭାରି ରହିବ। ମ୍ୟାଚ୍ରେ ବିଜୟୀ ହେବାକୁ ହେଲେ ଟ୍ରେଣ୍ଟ ବୋଲ୍ଟଙ୍କ ନିକଟରୁ ଭାରତକୁ ସତର୍କ ରହିବାକୁ ପଡିବ।
ମ୍ୟାଚ୍ ସ୍ଥାନ : ନଟିଂହାମ୍, ଟ୍ରେଣ୍ଟବ୍ରିଜ୍
ସମୟ : ଅପରାହ୍ନ ୨.୩୦
