ରାମଲଲାଙ୍କ ପ୍ରାଣପ୍ରତିଷ୍ଠାକୁ ଯିବେ ଆଡଭାନୀ, ପୂର୍ବରୁ ନ ଯିବା ନେଇ ଆସିଥିଲା ଖବର

Published: Jan 11, 2024, 12:11 pm IST

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ। ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଖବର ଆସିଥିଲା।

ଡିସେମ୍ବର ୧୯ ରେ ଭିଏଚପିର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଏହି ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଆଡଭାନୀ ଏବଂ ଯୋଶୀ କହିଛନ୍ତି ଯେ ସେମାନେ ଏହି ସମାରୋହରେ ଯୋଗ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ।

ଯେତେବେଳେ କଂଗ୍ରେସ ଏହି ସମାରୋହରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛି ସେତେବେଳେ ଦଳୀୟ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମ କହିଛନ୍ତି ଯେ ରାମ କୌଣସି ଦଳର ନୁହଁନ୍ତି। ଆମର ଲଢ଼େଇ ରାମ କିମ୍ବା ଅଯୋଧ୍ୟା ବିରୋଧରେ ନୁହେଁ, ବରଂ ବିଜେପି ସହ। କିଛି ଲୋକ କଂଗ୍ରେସକୁ ବାମପନ୍ଥୀ ମାର୍ଗରେ ନେଉଛନ୍ତି। ମୁଁ ଚାହୁଁଛି କଂଗ୍ରେସ ନେତୃତ୍ୱ ଅଯୋଧ୍ୟା ନ ଯିବା ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ।

Related posts