Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ପକ୍ଷରୁ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ସ୍ନାତକ ଇଞ୍ଜିନିୟର ଟ୍ରେନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ 
ଆଜିର ଖବର

ରିଲାଏନ୍ସ ପକ୍ଷରୁ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ସ୍ନାତକ ଇଞ୍ଜିନିୟର ଟ୍ରେନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ 

January 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପେଟ୍ରୋକେମିକାଲ୍ସ ଠାରୁ ଆରମ୍ଭ କରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସ୍ନାତକ ଇଞ୍ଜିନିୟର ନିଯୁକ୍ତି କରିବାକୁ ଏହା ଲକ୍ଷ୍ୟ ରଖିଛି।

କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି (ଜିଇଟି) ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଭାରତର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା।

ଏହି ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନଲାଇନରେ ମାଧ୍ୟମରେ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଜାନୁୟାରୀ ୧୧ ରୁ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ଜାନୁୟାରୀ ୧୯।

ଏହି କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗୁଡିକର ରସାୟନ (କେମିକାଲ), ଇଲେକ୍ଟ୍ରିକାଲ, ଯାନ୍ତ୍ରିକ (ମେକାନିକାଲ) ଓ ଇନଷ୍ଟ୍ରୁମେଣ୍ଟେସନ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍ ବି.ଟେକ୍ ଏବଂ ବି.ଇ. ସ୍ନାତକମାନଙ୍କ ଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ମନୋନୀତ ଛାତ୍ରଛାତ୍ରୀମାନେ ଫେବୃଆରୀ ୫ ରୁ ୮ ତାରିଖ ମଧ୍ୟରେ ଅନଲାଇନ୍ ମୂଲ୍ୟାଙ୍କନ (ଜ୍ଞାନଗତ ପରୀକ୍ଷା ଏବଂ ବିଷୟବସ୍ତୁ) ରେ ସାମିଲ ହେବେ। ଏଥିରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ସାକ୍ଷାତକାର ନିଆଯିବ। ମାର୍ଚ୍ଚ ଶେଷରେ ଚୟନ ପ୍ରକ୍ରିୟା ଶେଷ ହେବ।

get ril ପେଟ୍ରୋକେମିକାଲ୍ସ ବ୍ୟବସାୟ କ୍ଷେତ୍ର ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.