Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମ ମନ୍ଦିର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଥିବା ବିରୋଧୀଙ୍କୁ ଆକ୍ରମଣ: ଅଶଫାକ ସୈଫି କହିଲେ ଏମାନେ ରାବଣଙ୍କ ବଂଶଜ
ଆଜିର ଖବର

ରାମ ମନ୍ଦିର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଥିବା ବିରୋଧୀଙ୍କୁ ଆକ୍ରମଣ: ଅଶଫାକ ସୈଫି କହିଲେ ଏମାନେ ରାବଣଙ୍କ ବଂଶଜ

January 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସ ଆଉ ସମାଜବାଦୀ ପାର୍ଟିକୁ ଉତ୍ତରପ୍ରଦେଶ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ତଥା ବିଜେପି ନେତା ଅଶଫାକ ସୈଫି ଆକ୍ରମଣ କରିଛନ୍ତି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବାରୁ ସେମାନଙ୍କୁ ରାବଣର ବଂଶଜ ବୋଲି କହିଛନ୍ତି। ରାମ ମନ୍ଦିର ଉଦ୍ଘାଟନ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବାରୁ ସେ କଂଗ୍ରେସ ଏବଂ ଏସପିଙ୍କୁ କଡା ଆକ୍ରମଣ କରିଛନ୍ତି। ଆଜି ସେ କହିଛନ୍ତି ଯେ, ଭଗବାନ ଶ୍ରୀ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ବିରୋଧ କରୁଥିବା ଏହି ଲୋକମାନେ ରାବଣର ବଂଶଧର। ମୁଁ ବିଶ୍ୱାସ କରେ ଯେ, ଭଗବାନ ଶ୍ରୀ ରାମ କୌଣସି ସମ୍ପ୍ରଦାୟର ନୁହଁନ୍ତି, କୌଣସି ଧର୍ମର ନୁହେଁ, ବରଂ ସମଗ୍ର ଦେଶର, ସମସ୍ତେ ସେହି ଦିନ ଉତ୍ସବ ପାଳନ କରିବା ଉଚିତ୍।

ସେ କହିଛନ୍ତି ଯେ, ସଂଖ୍ୟାଲଘୁ ଲୋକ ମଧ୍ୟ ନିଜ ଘରେ ଦୀପ ଜାଳି ଦୀପାବଳି ପାଳନ କରିବେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ପ୍ରକାରେ ଭେଦଭାବ କରୁନାହାଁନ୍ତି ଏବଂ ସେ ଦେଶର ୧୪୦ କୋଟି ଲୋକଙ୍କୁ ଦୀପ ଜାଳିବାକୁ ନିବେଦନ କରିଛନ୍ତି, ସେତେବେଳେ ସମସ୍ତେ ତାଙ୍କ ଅନୁରୋଧକୁ ଗ୍ରହଣ କରିବା ଉଚିତ୍। ସେ କହିଛନ୍ତି ଯେ, ଆମେ ପୁରୁଣା ଜିନିଷ ଭୁଲି ୨୨ ଜାନୁଆରୀରୁ ଏକ ନୂତନ ଖୁସି ଆରମ୍ଭ କରିବା ଉଚିତ୍। ଜଣେ ମୁସଲମାନ ରହିବା ପାଇଁ ଭାରତ ହେଉଛି ବିଶ୍ୱର ସର୍ବୋତ୍ତମ ସ୍ଥାନ କାରଣ ଭଗବାନ ରାମ ଏବଂ ଖ୍ୱାଜା ଗରିବ ନୱାଜ ମଧ୍ୟ ଏଠାରେ ରୁହନ୍ତି।

ସାଧୁଙ୍କ ଉପରେ ଆକ୍ରମଣକୁ ନେଇ ମମତା ସରକାରକୁ ଆକ୍ରମଣ:

ଅଶଫାକ ସୈଫି କହିଛନ୍ତି ଯେ, ଯେପରି ଗୋଟିଏ ପୁଷ୍ପଗୁଚ୍ଛରେ ବିଭିନ୍ନ ପ୍ରକାରର ଫୁଲ ଅଛି, ସେହିଭଳି ଭାରତରେ ବିଭିନ୍ନ ଧର୍ମର ଲୋକମାନେ ଗଙ୍ଗା-ଜମୁନି ସଂସ୍କୃତି ସହିତ ଏକାଠି ରୁହନ୍ତି। ପଶ୍ଚିମବଙ୍ଗରେ ସାଧୁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ଶାସନ ସମୟରେ ଏହି ଘଟଣା ଘଟିଛି ଯାହା ଅତ୍ୟନ୍ତ ଦୁଃଖଖଦାୟକ। ମମତା ପରି ଲୋକମାନେ ଚାହୁଁ ନାହାଁନ୍ତି ଯେ ଭାଇଚାରା ଏହି ଦେଶରେ ରହୁ। ଯଦି ତାଙ୍କ ଭିତରେ ନୈତିକତା ବଞ୍ଚିରହିଛି, ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଦେଶକୁ କ୍ଷମା ମାଗିବା ଉଚିତ୍।

ayodhya Congress ram mandir Ram Temple Ravan samajawadi party ରାମ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ

September 12, 2026

କେନାଲରେ ବୁଡି ଭାଇ ଭଉଣୀ ମୃତ

September 12, 2026

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026

ଇତିହାସରେ ପ୍ରଥମ : ନିଜ ଦେଶରେ ଅତିଥି ଡ୍ରେସିଂ ରୁମ୍‌ରେ ରହିବ ଇଣ୍ଡିଆ

September 12, 2026
Latest News

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ

September 12, 2026

କେନାଲରେ ବୁଡି ଭାଇ ଭଉଣୀ ମୃତ

September 12, 2026

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026

ଇତିହାସରେ ପ୍ରଥମ : ନିଜ ଦେଶରେ ଅତିଥି ଡ୍ରେସିଂ ରୁମ୍‌ରେ ରହିବ ଇଣ୍ଡିଆ

September 12, 2026

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.