Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆବଶ୍ୟକ ତେଇଶି, ଅଛନ୍ତି ଦୁଇ ଡାକ୍ତର: ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ?
ଆଜିର ଖବର

ଆବଶ୍ୟକ ତେଇଶି, ଅଛନ୍ତି ଦୁଇ ଡାକ୍ତର: ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ?

January 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଗୁନିଆପଡା (ଟୁକୁନା ପ୍ରଧାନ): ରାଜ୍ୟ ସରକାର ୫ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ଦେଇ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ଜନସାଧାରଣଙ୍କ ରୋଗର ଚିକିତ୍ସା ପାଇଁ ଡାକ୍ତର ମରୁଡି ଦେଖା ଦେଇଛି। ଏହିପରି ଅବସ୍ଥାରେ ଡାକ୍ତର ନଥିବା ବେଳେ ସାମାନ୍ୟ ରୋଗରେ ପୀଡିତ ଦୁରଦୂରନ୍ତା ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଗୁନିଆପଡା ବ୍ଲକରେ ଥିବା ସୁମଣ୍ଡଳ ଚିକିତ୍ସାକେନ୍ଦ୍ର ଏବଂ ବେଗୁନିଆପଡା ଚିକିତ୍ସାକେନ୍ଦ୍ର। ଏହି ସବୁ ଚିକିତ୍ସା କେନ୍ଦ୍ରରେ ମୋଟ ୨୩ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଚିକିତ୍ସା କରୁଛନ୍ତି ମାତ୍ର ଦୁଇଜଣ ଡାକ୍ତର।

ଆଇପିଏଚଏସ ଅନୁସାରେ କୋଦଳା ଚିକିତ୍ସାକେନ୍ଦ୍ରରେ ପାଞ୍ଚ ଜଣ ଏମ ବି ବି ଏସ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ, ଔଷଧ ବିଶେଷଜ୍ଞ, ଅସ୍ତ୍ରୋପ୍ରଚାର ବିଶେଷଜ୍ଞ ଏବଂ ଅନ୍ୟ ଜଣେ ବିଶେଷଜ୍ଞ ସହ ମୁଖ୍ୟ ଚିକିତ୍ସା ଅଧିକାରୀ ରହିବା କଥା। ତେବେ ୧୧ ଜଣ ଚିକିତ୍ସକ ଆବଶ୍ୟକ ଥିବା ବେଳେ ଜଣେ ହେଲେ ମଧ୍ୟ ସ୍ଥାୟୀ ଚିକିତ୍ସକ ନାହାନ୍ତି, ଯାହା ଫଳରେ ୩ ଜଣଙ୍କୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଡେପୁଟେସନ ହୋଇଛି।

ସେହିପରି ମୁଖ୍ୟ ଚିକିତ୍ସା ଅଧିକାରୀ ନଥିବାରୁ ବେଗୁନିଆପଡା ଡାକ୍ତରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବେଗୁନିଆପଡାରେ ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ ଛାଡି ଦିଆଯାଇଛି।

କୋଦଳା ଚିକିତ୍ସା କେନ୍ଦ୍ରରେ ଫାର୍ମାସିଷ୍ଟ ୩ ଜଣ ସ୍ଥାନରେ ଜଣେ, ଆଟେଣ୍ଡାଣ୍ଟ ୪ଜଣଙ୍କ ସ୍ଥାନରେ ଦୁଇଜଣ, ନର୍ସ ୧୨ ଜଣଙ୍କ ସ୍ଥାନରେ ମାତ୍ର ଛଅଜଣ ରହିଛନ୍ତି।

ସେହିପରି କୋଦଳା ପରି ସୁମଣ୍ଡଳ ଚିକିତ୍ସାକେନ୍ଦ୍ରରେ ସମାନ ସଂଖ୍ୟା ଡାକ୍ତର ଆବଶ୍ୟକ ଥିବା ବେଳେ ଜଣେ ମାତ୍ର ସର୍ଜରୀ ଡାକ୍ତରଙ୍କ ଭରସାରେ ଚାଲିଛି। ଏଠାରେ ନର୍ସ ୮ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇଜଣ ରହିଛନ୍ତି।

ସେପଟେ ବେଗୁନିଆପଡା ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟ କେହି ଷ୍ଟାଫ ନଥିବା ବେଳେ ଜଣେ ମାତ୍ର ଆୟୁଷ ଡାକ୍ତର ଚିକିତ୍ସାକେନ୍ଦ୍ର ଚଳାଉଛନ୍ତି। ଯାହାକି ରୋଗୀଙ୍କ ଜୀବନ ଉପରେ ଖେଳ ଖେଳା ଯାଉଛି। କୋଦଳା ଏବଂ ବେଗୁନିଆପଡା ଅଂଚଳର ଲକ୍ଷାଧିକ ଲୋକ ଉକ୍ତ ଡାକ୍ତର ଖାନା ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟସରକାର, ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବୁଦ୍ଧିଜିବୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ଗୁରୁତର ସହ ନେଇ ତୁରନ୍ତ ଡାକ୍ତର ପଦବୀ ପୂରଣ ପାଇଁ ଦାବି ହେଉଛି।

beguniapada doctor Health
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.