Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯ ପ୍ରତିଶତ ବୃଦ୍ଧି
ଆଜିର ଖବର

ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯ ପ୍ରତିଶତ ବୃଦ୍ଧି

January 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ତୈଳ ବ୍ୟବସାୟ କ୍ଷେତ୍ରରେ ଆୟ ଉପରେ ପୂର୍ବ ନିର୍ଦ୍ଧାରିତ ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ପାଇଁ ପଡିଥିବା ପ୍ରଭାବ ରିଟେଲ ଏବଂ ଟେଲିକମ ବ୍ୟବସାୟରେ ସ୍ଥିର ପ୍ରଦର୍ଶନ ବଳରେ ଭରଣା ହୋଇପାରିଛି।

ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇ ୧୯୬୪୧ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୧୭୭୦୬ କୋଟି ଟଙ୍କା ରହିଥିଲା।

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ଆୟ ପୂର୍ବ ବର୍ଷ ତୁଳନାରେ ୩.୨ ପ୍ରତିଶତ ବୃଦ୍ଧି ସହିତ ୨.୪୮ ଲକ୍ଷ କୋଟି ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅବଧିରେ ରିଲାଏନ୍ସ ରିଟେଲ ର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୩୧.୯ ପ୍ରତିଶତ ବୃଦ୍ଧି ପାଇ ୩୧୬୫ କୋଟି ଟଙ୍କା ହୋଇଥିବା ବେଳେ ତ୍ରୈମାସିକ ରାଜସ୍ବ ୨୨.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୮୩୦୮୩ କୋଟି ଟଙ୍କା ହୋଇଥିବା ଜଣାପଡିଛି। ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ପକ୍ଷରୁ ୨୫୨ ଟି ନୂଆ ଷ୍ଟୋର ଖୋଲାଯିବା ସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୮୭୭୪ ରେ ପହଁଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ଜିଓ ପ୍ଲାଟଫର୍ମସର ତ୍ରୈମାସିକ ନେଟ ଲାଭ ଗତ ବର୍ଷ ତୁଳନାରେ ୧୧.୬ ପ୍ରତିଶତ ବୃଦ୍ଧି ସହ ୫୪୪୫ କୋଟି ଟଙ୍କା ରହିଥିବା ଜଣାପଡିଛି।

net profit reliance industry ତୃତୀୟ ତ୍ରୈମାସିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ
Share. Facebook Twitter LinkedIn Email WhatsApp Copy Link

Related Posts

ଜଳିଯାଇଥିବା ବଳଙ୍ଗା ଛାତ୍ରୀଙ୍କୁ କରାଯିବ ଏୟାର ଲିଫ୍ଟ, ଦିଲ୍ଲୀ ଏମ୍ସକୁ ହେବେ ସ୍ଥାନାନ୍ତରିତ

July 20, 2025

ପୁନର୍ବୀମା କ୍ଷେତ୍ରରେ ପ୍ରବେଶ କରିବେ ଜିଓ ଫାଇନାନ୍ସିଆଲ୍ ଏବଂ ଆଲିଆଞ୍ଜ୍ 

July 20, 2025

ଆଜି ଯୁବରାଜ ସିଂହ ଏବଂ ଶାହିଦ ଆଫ୍ରିଦିଙ୍କ ମଧ୍ୟରେ ହେବ କଡ଼ା ପ୍ରତିଯୋଗିତା, ଜାଣନ୍ତୁ ସମୟ

July 20, 2025

ରାବିଜ୍ କେବଳ କୁକୁର ଦ୍ୱାରା ହୁଏ ନାହିଁ ବରଂ ଏହି ପଶୁମାନଙ୍କ କାମୁଡ଼ା ଦ୍ୱାରା ମଧ୍ୟ ହୁଏ, ଜାଣନ୍ତୁ ଲକ୍ଷଣ

July 20, 2025
Latest News

ମାତୃଭାଷା ଓ ଓଡ଼ିଆ ଅସ୍ମିତା!

July 20, 2025

ଜଳିଯାଇଥିବା ବଳଙ୍ଗା ଛାତ୍ରୀଙ୍କୁ କରାଯିବ ଏୟାର ଲିଫ୍ଟ, ଦିଲ୍ଲୀ ଏମ୍ସକୁ ହେବେ ସ୍ଥାନାନ୍ତରିତ

July 20, 2025

ପୁନର୍ବୀମା କ୍ଷେତ୍ରରେ ପ୍ରବେଶ କରିବେ ଜିଓ ଫାଇନାନ୍ସିଆଲ୍ ଏବଂ ଆଲିଆଞ୍ଜ୍ 

July 20, 2025

ଆଜି ଯୁବରାଜ ସିଂହ ଏବଂ ଶାହିଦ ଆଫ୍ରିଦିଙ୍କ ମଧ୍ୟରେ ହେବ କଡ଼ା ପ୍ରତିଯୋଗିତା, ଜାଣନ୍ତୁ ସମୟ

July 20, 2025

ରାବିଜ୍ କେବଳ କୁକୁର ଦ୍ୱାରା ହୁଏ ନାହିଁ ବରଂ ଏହି ପଶୁମାନଙ୍କ କାମୁଡ଼ା ଦ୍ୱାରା ମଧ୍ୟ ହୁଏ, ଜାଣନ୍ତୁ ଲକ୍ଷଣ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.