Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପରିଦର୍ଶନ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି
ଆଜିର ଖବର

କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପରିଦର୍ଶନ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି

January 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ୧୦ ଜଣିଆ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)-କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ସିଆଇଡବ୍ଲୁଏ)ପରିଦର୍ଶନ କରିଛନ୍ତି। ସେମାନେ ସିଆଇଡବ୍ଲୁଏ ପରିସରରେ ବୈଜ୍ଞାନିକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ କରିଛନ୍ତି। ବିଶେଷ କରି କୃଷି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ନେଇ ସିଆଇଡବ୍ଲୁଏ ପରିସରରେ ଜାରି ରହିଥିବା ଗବେଷଣା ଓ ଅନୁସନ୍ଧାନ ସମ୍ପର୍କରେ ମେଘାଳୟର ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା। ବୈଜ୍ଞାନିକମାନେ ସୂଚନା ଦେଇଥିଲେ ଯେ, କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢ଼ାଇବା, ଲିଙ୍ଗଗତ ତାରତମ୍ୟ ଦୂର କରିବା ଏବଂ ମହିଳା ଚାଷୀଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ବିଶ୍ୱର ଏକମାତ୍ର ଗବେଷଣା ପ୍ରତିଷ୍ଠାନ ଭାବେ ସିଆଇଡବ୍ଲୁଏ କାର୍ଯ୍ୟ କରୁଛି। ଏହି ଅବସରରେ ପ୍ରତିଷ୍ଠାନରେ ଉପସ୍ଥିତ ଥିବା ବିଭିନ୍ନ ମହିଳା କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିନିଧି, ମହିଳା ଚାଷୀ, ଅଂଶୀଦାରମାନଙ୍କ ସହିତ ମେଘାଳୟ ସାମ୍ବାଦିକମାନେ ମତବିନିମୟ କରିଥିଲେ। ସେମାନେ ମହିଳା ଏଫପିଓଗୁଡ଼ିକର କାର୍ଯ୍ୟଧାରା ଓ ଉପଲବ୍ଧି ସମ୍ପର୍କରେ ଅବଗତ ହୋଇଥିଲେ।

ଅନ୍ୟପକ୍ଷରେ ମେଘାଳୟ ଗଣମାଧ୍ୟମ ପ୍ରତିନିଧିମାନେ କଟକ ଜୋବ୍ରାସ୍ଥିତ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ବୁଲି ଦେଖିଥିଲେ। ସେଠାରେ ସଂଗୃହିତ ବିଭିନ୍ନ କଳାକୃତି ଦେଖିବା ସହିତ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଇତିହାସ ସମ୍ପର୍କରେ ଅବଗତ ହୋଇଥିଲେ । ସେମାନଙ୍କୁ ସଂଗ୍ରହାଳୟ ଏବଂ ଐତିହାସିକ କଟକ ସହରର ଗୁରୁତ୍ୱ ବିଷୟରେ ସୂଚନା ଦିଆଯାଇଥିଲା । ସେମାନେ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ଅନୁଷ୍ଠାନ, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

icar odisha tour
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

February 18, 2026
Latest News

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

February 18, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.