Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପ୍ରିମକୋର୍ଟରେ ମହିଳା ସଂରକ୍ଷଣ ସଂକ୍ରାନ୍ତ ଆବେଦନର ଶୁଣାଣି
ଆଜିର ଖବର

ସୁପ୍ରିମକୋର୍ଟରେ ମହିଳା ସଂରକ୍ଷଣ ସଂକ୍ରାନ୍ତ ଆବେଦନର ଶୁଣାଣି

January 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୁପ୍ରିମକୋର୍ଟ
ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ହୋଇଛି। କଂଗ୍ରେସ ନେତ୍ରୀ ଜୟା ଠାକୁର ଏହି ପିଟିସନ ଦାଖଲ କରିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି।

ମାମଲାର ଶୁଣାଣି ପୁଣି ଆରମ୍ଭ ହେଉଛି। ବାସ୍ତବରେ ଗତ ଶୁଣାଣିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଓକିଲ ଉପସ୍ଥିତ ନ ଥିବାରୁ ଶୁଣାଣି ସ୍ଥଗିତ ରଖାଯାଇଥିଲା। ନାରୀ ଶକ୍ତି ବନ୍ଦନ ଆଇନ ୨୦ ସେପ୍ଟେମ୍ବର ୨୦୨୩ ରେ ଲୋକସଭା ଏବଂ ୨୧ ସେପ୍ଟେମ୍ବର ୨୦୨୩ ରେ ରାଜ୍ୟସଭାରେ ପାରିତ ହୋଇଥିଲା।

ଗତବର୍ଷ ନୋଟିସ୍ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି

୨୦୨୩ ନଭେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାରେ ନୋଟିସ୍ ଜାରି କରିବାକୁ ମନା କରି ଦେଇଥିଲେ ଏବଂ କହିଥିଲେ- ନାରୀ ଶକ୍ତି ବନ୍ଦନ ଆଇନ ବିଲ-୨୦୨୩ର ବ୍ୟବସ୍ଥାକୁ ରଦ୍ଦ କରିବା ଅତ୍ୟନ୍ତ କଷ୍ଟକର ହେବ, କାରଣ ଏଥିରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ରଖାଯାଇଛି। ଜନଗଣନା ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଏହି ବିଲ କାର୍ଯ୍ୟକାରୀ ହେବ ନାହିଁ।

ଆବେଦନକାରୀ କହିଲେ- ଅଧା ଜନସଂଖ୍ୟାର ନିର୍ବାଚନୀ ଅଂଶଗ୍ରହଣ ମାତ୍ର ୪%
ପିଆଇଏଲରେ ଦର୍ଶାଯାଇଛି ଯେ, ସଂରକ୍ଷଣ ବିଲ କାର୍ଯ୍ୟକାରୀ କରିବା ପାଇଁ ଜନଗଣନା ଏବଂ ସୀମା ନିର୍ଦ୍ଧାରଣର କୌଣସି ଆବଶ୍ୟକତା ନାହିଁ। କାରଣ ସିଟ ସଂଖ୍ୟା ଘୋଷଣା ହୋଇସାରିଛି। ଏହି ସଂଶୋଧନରେ ବର୍ତ୍ତମାନର ଆସନ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଆମ ଦେଶରେ ୫୦% ଲୋକ ମହିଳା ବୋଲି ବିଶ୍ୱାସ କରାଯାଏ, କିନ୍ତୁ ନିର୍ବାଚନରେ ସେମାନଙ୍କ ପ୍ରତିନିଧିତ୍ୱ ମାତ୍ର ୪%।

lokasabha rajyasabha supremecourt ମହିଳା ସଂରକ୍ଷଣ ବିଲ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026
Latest News

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.