ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ

Published: Jan 24, 2024, 6:41 pm IST

ଖୋର୍ଦ୍ଧା: ଆଜି ଜିଲ୍ଲା ସ୍ତରୀୟ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ ଉପଲକ୍ଷେ ସକାଳ ୯.୩୦ ମିନିଟ ସମୟରେ ଵିଜେବି ଉଚ୍ଚ ବିଦ୍ୟାଳୟ ପରିସର ସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ କେ ସୁ ଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପାଧ୍ୟକ୍ଷ ଗୋପିନାଥ ମହାରଣା, ସମସ୍ତ ଜନ ପ୍ରତିନିଧି, ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ବିଭିନ୍ନ ଵିଭାଗୀୟ ଅଧିକାରୀ ଯୋଗ ଦେବା ସହ ଏକ ରାଲିରେ ଜୟୀ ରାଜଗୁରୁ ଟାଉନ ହଲ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ଏଥିସହିତ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ବୈଠକ ପରିଚାଳନା କରିଥିଲେ। ଏହି ବୈଠକରେ ମୁଖ୍ୟ ବକ୍ତା ଭାବେ ସତ୍ୟବାଦୀ ବଳିୟାର ସିଂ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ, ଭୀମସେନ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ବକ୍ସି ଜଗବନ୍ଧୁ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା।

ଏହାପରେ ପାଇକମାନଙ୍କ ଉପରେ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରାଯାଇଥିଲା।

Related posts