Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀରେ ‘କୌଶଳ ଭବନ’ର ଉଦଘାଟନ କଲେ ରାଷ୍ଟ୍ରପତି
ଆଜିର ଖବର

ନୂଆଦିଲ୍ଲୀରେ ‘କୌଶଳ ଭବନ’ର ଉଦଘାଟନ କଲେ ରାଷ୍ଟ୍ରପତି

January 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ନୂତନ କୌଶଳ ଭବନ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ, ସଂକଳ୍ପ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ସରକାରଙ୍କ ବିଭିନ୍ନ ମହିଳା ଲାଭାର୍ଥୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନୀ ଷ୍ଟଲକୁ ବୁଲିବା ସହ ଲାଭାର୍ଥୀଙ୍କ ସହ କଥା ହୋଇଥିଲେ।

କୌଶଳ ଭବନର ଉଦଘାଟନ ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଅତ୍ୟାଧୁନିକ କୌଶଳ ଭବନ ଦକ୍ଷତା ପରିସଂସ୍ଥାନ ସହ ସମନ୍ୱୟକୁ ଅଧିକ ସୁଗମ କରିବ। ଦକ୍ଷତା ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ। ସ୍କିଲକୁ ଲୋକ ସଶକ୍ତିକରଣ ତଥା ବିକଶିତ ଭାରତର ସାରଥୀ ହେବା ଦିଗରେ ଆମ ସମସ୍ତଙ୍କୁ ପ୍ରେରଣା ଦେବ।

ଏହି ଭବନର ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେବଗଡ଼ର ପିଏମ୍ ଜନମନ ଯୋଜନାର ଲାଭାର୍ଥୀ ଶ୍ରୀମତୀ ରୁପାଲି ଦେହୁରୀଙ୍କୁ ଭେଟି ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ ଟ୍ୱିଟ୍ କରି କହିଛନ୍ତି ଯେ ଶ୍ରୀମତୀ ଦେହୁରୀ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ମହିଳା ଆଧାରିତ ବିକାଶର ଉଦାହରଣ। ପିଏମ୍ ଜନମନରେ ଦକ୍ଷତା ତାଲିମ ନେଇ ନିଜ ଜୀବିକା ଯାତ୍ରାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ମୋଦି ସରକାରଙ୍କ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟି ତୃଣମୂଳ ସ୍ତରରେ ଲୋକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିଛି।

ଉଲ୍ଲେଖନୀୟ ଯେ, ୨୦୧୯ ମାର୍ଚ୍ଚରେ କୌଶଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ଭବନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସମେତ ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ, ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପାଇଁ ରାଷ୍ଟ୍ରୀୟ ପରିଷଦ ତଥା ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ପାଇଁ କାର୍ଯ୍ୟାଳୟର କାମ କରାଯିବ।

dharmendra pradhan Draupadi Murmu newdelhi
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦିଗ୍ରାମ ଉପନିର୍ବାଚନ: ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ପିଏଙ୍କ ମାଆଙ୍କୁ ଟିକେଟ୍ ଦେଲା ବିଜେପି

September 15, 2026

ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଟି-20: ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

September 15, 2026

ମୋବାଇଲ୍ କିସ୍ତି ପାଇଁ ଯୁବକଙ୍କୁ ଅପହରଣ! ୫ ଦିନ ବନ୍ଧକ ରଖିଥିବା ଅଭିଯୋଗ

September 15, 2026

‘ଗ୍ୟାସ୍’ ଭାବି ଏହି ଲକ୍ଷଣକୁ ଅଣଦେଖା କରୁଛନ୍ତି କି? ହୋଇପାରେ ବଡ଼ ସ୍ୱାସ୍ଥ୍ୟ ସଙ୍କେତ

September 15, 2026
Latest News

ନନ୍ଦିଗ୍ରାମ ଉପନିର୍ବାଚନ: ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ପିଏଙ୍କ ମାଆଙ୍କୁ ଟିକେଟ୍ ଦେଲା ବିଜେପି

September 15, 2026

ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଟି-20: ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

September 15, 2026

ମୋବାଇଲ୍ କିସ୍ତି ପାଇଁ ଯୁବକଙ୍କୁ ଅପହରଣ! ୫ ଦିନ ବନ୍ଧକ ରଖିଥିବା ଅଭିଯୋଗ

September 15, 2026

‘ଗ୍ୟାସ୍’ ଭାବି ଏହି ଲକ୍ଷଣକୁ ଅଣଦେଖା କରୁଛନ୍ତି କି? ହୋଇପାରେ ବଡ଼ ସ୍ୱାସ୍ଥ୍ୟ ସଙ୍କେତ

September 15, 2026

ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୁଲିସର ମାଷ୍ଟରଷ୍ଟ୍ରୋକ୍‌; ମଧ୍ୟରାତ୍ରିରେ ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.