Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଲୱା ଉତ୍ସବ ସହ ଆରମ୍ଭ ହେଲା ଅନ୍ତରୀଣ କେନ୍ଦ୍ର ବଜେଟ ୨୦୨୪ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ
ଆଜିର ଖବର

ହାଲୱା ଉତ୍ସବ ସହ ଆରମ୍ଭ ହେଲା ଅନ୍ତରୀଣ କେନ୍ଦ୍ର ବଜେଟ ୨୦୨୪ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ

January 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭାଗବତ କିଷାନରାଓ କରାଡ଼ଙ୍କ ଉପସ୍ଥିତିରେ ଆଜି ନର୍ଥ ବ୍ଲକରେ ଅନ୍ତରୀଣ ବଜେଟ୍ ୨୦୨୪ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ହାଲୱା ଉତ୍ସବ ଅନୁଷ୍ଠିତ ହୋଇଛି।

ବଜେଟ ପ୍ରସ୍ତୁତିର “ଲକ୍-ଇନ୍” ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଏକ ପାରମ୍ପରିକ ହାଲୱା ଉତ୍ସବ ପାଳିତ ହୁଏ ।

ପୂର୍ବ ତିନୋଟି ପୂର୍ଣ୍ଣାଙ୍ଗ ବଜେଟ୍ ପରି ଅନ୍ତରୀଣ କେନ୍ଦ୍ର ବଜେଟ୍ ୨୦୨୪ ମଧ୍ୟ କାଗଜବିହୀନ ଆକାରରେ ପ୍ରଦାନ କରାଯିବ। ୨୦୨୪ ଫେବ୍ରୁଆରି ପହିଲାରେ ଅନ୍ତରୀଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ।

 

ବାର୍ଷିକ ଆର୍ଥିକ ବିବରଣୀ (ସାଧାରଣତଃ ବଜେଟ୍ ନାମରେ ପରିଚିତ), ଅନୁଦାନ ଦାବି (ଡିଜି), ଅର୍ଥ ବିଲ୍ ଇତ୍ୟାଦି ସମେତ ସମସ୍ତ କେନ୍ଦ୍ର ବଜେଟ୍ ଦସ୍ତାବିଜ “କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍” ରେ ଉପଲବ୍ଧ ହେବ, ଯାହା କି ଡିଜିଟାଲ ସୁବିଧାର ସରଳ ରୂପ ବ୍ୟବହାର କରି ସଂସଦ ସଦସ୍ୟ (ସାଂସଦ) ଏବଂ ସାଧାରଣ ଜନତା ଙ୍କ ଦ୍ୱାରା ବଜେଟ୍ ଦସ୍ତାବିଜକୁ ସହଜରେ ଭାବରେ ଉପଲବ୍ଧ କରାଇବ । ଏହା ଦ୍ୱିଭାଷିକ (ଇଂରାଜୀ ଏବଂ ହିନ୍ଦୀ) ଏବଂ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଆପ୍ କେନ୍ଦ୍ର ବଜେଟ୍ ୱେବ୍ ପୋର୍ଟାଲ୍ (www.indiabudget.gov.in) ରୁ ମଧ୍ୟ ଡାଉନଲୋଡ୍ କରାଯାଇପାରିବ।

ଫେବ୍ରୁଆରି ୧ , ୨୦୨୪ରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ଶେଷ ହେବା ପରେ ବଜେଟ୍ ଦସ୍ତାବିଜ ମୋବାଇଲ୍ ଆପରେ ଉପଲବ୍ଧ ହେବ।

ହଲୱା ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ସଚିବ ତଥା ବ୍ୟୟ ସଚିବ ଡ. ଟି.ଭି. ସୋମନାଥନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଅର୍ଥନୈତିକ ବ୍ୟାପାର ସଚିବ ଶ୍ରୀ ଅଜୟ ସେଠ; ଡିଆଇପିଏଏମ୍ ସମ୍ପାଦକ ତୁହିନ କାନ୍ତ ପାଣ୍ଡେ; ରାଜସ୍ୱ ସଚିବ ଶ୍ରୀ ସଞ୍ଜୟ ମାଲହୋତ୍ରା; କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଶ୍ରୀ ନିତିନ ଗୁପ୍ତା; କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ; ଅତିରିକ୍ତ ସଚିବ (ବଜେଟ୍) ଆଶିଷ ବଚ୍ଚାନିଙ୍କ ସମେତ ବଜେଟ୍ ପ୍ରସ୍ତୁତି ଓ ସଂକଳନ ପ୍ରକ୍ରିୟାରେ ନିୟୋଜିତ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ପ୍ରେସ୍ ବୁଲି ପ୍ରସ୍ତୁତି ର ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

budget2024 nirmala sitharaman ହାଲୱା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.