Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଇଲା /ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ ନିଷ୍ପତ୍ତିକୁ କ୍ୟାବିନେଟରେ ଅନୁମୋଦନ
ଆଜିର ଖବର

କୋଇଲା /ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ ନିଷ୍ପତ୍ତିକୁ କ୍ୟାବିନେଟରେ ଅନୁମୋଦନ

January 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କେନ୍ଦ୍ର କ୍ୟାବିନେଟ ବୈଠକରେ ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରରେ କୋଇଲା ଏବଂ ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ସରକାରୀ ପ୍ରୋତ୍ସାହନ ଯୋଗାଣ ସଂକ୍ରାନ୍ତ ନିଷ୍ପତ୍ତିକୁ  ଅନୁମୋଦନ କରାଯାଇଛି। କୋଇଲା ଓ ଲିଗ୍‌ନାଇଟ୍‌କୁ ଗ୍ୟାସରେ ପରିଣତ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଆକାରରେ ମୋଟ ୮୫୦୦ କୋଟି ଟଙ୍କା ସରକାର ଯୋଗାଇଦେବ। ସମ୍ପୃକ୍ତ ଉଦ୍ୟୋଗକୁ ତିନି ବର୍ଗରେ ବିଭକ୍ତ କରାଯାଇ ଏହି ପ୍ରୋତ୍ସାହନ ରାଶି ମିଳିବ। କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏହି ପ୍ରୋତ୍ସାହନ ଯୋଜନା ନିମ୍ନମତେ କାର୍ଯ୍ୟକାରୀ ହେବ:

(କ) କୋଇଲାରୁ ଗ୍ୟାସ ପ୍ରସ୍ତୁତି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ତିନିଟି ବର୍ଗର ସମ୍ପୃକ୍ତ ଉଦ୍ୟୋଗକୁ ୮୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବେ।

(ଖ) ପ୍ରଥମ ବର୍ଗରେ ସରକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ପିଏସ୍‌ୟୁ ଗୁଡିକ ପାଇଁ ସର୍ବାଧିକ ତିନିଟି ଗ୍ୟାସିଫିକେସନ ପ୍ରକଳ୍ପ ନିମନ୍ତେ ସରକାର ମୋଟ ୪୦୫୦ କୋଟି ଟଙ୍କା ପ୍ରୋତ୍ସାହନ ବାବଦରେ ଯୋଗାଇବେ। ଏଥିରେ ପ୍ରତ୍ୟେକ ପ୍ରକଳ୍ପ ପାଇଁ ଏକକାଳୀନ ୩୫୦ କୋଟି ଟଙ୍କା ଲେଖାଏଁ କିମ୍ବା ମୋଟ ପ୍ରକଳ୍ପ ଖର୍ଚ୍ଚ (କ୍ୟାପେକ୍ସ)ର ୧୫ ଶତାଂଶ -ଏହା ଭିତରୁ ଯେଉଁଟି ସର୍ବନିମ୍ନ ସେହି ଅର୍ଥ ରାଶି ଯୋଗାଇବେ।

ଗ) ଦ୍ୱିତୀୟ ବର୍ଗରେ ଘରୋଇ କ୍ଷେତ୍ରଙ୍କ ପାଇଁ କୋଇଲା / ଲିଗ୍‌ନାଇଟ ଗ୍ୟାସିଫିକେସନ ପ୍ରକଳ୍ପ ନିମନ୍ତେ ମୋଟ ୩୮୫୦କୋଟି ଟଙ୍କାର ପ୍ରୋତ୍ସାହନ ରାଶି ସରକାର ଯୋଗାଇବେ। ଏଥିରେ ମଧ୍ୟ ସରକାରୀ ରାଷ୍ଟ୍ରାୟତ ଉଦ୍ୟୋଗକୁ ସାମିଲ କରାଯାଇଛି। ଏହି ବର୍ଗରେ ସହାୟତା ବାବଦରେ ଏକାକାଳୀନ ୧୦୦୦ କୋଟି କିମ୍ବା ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧୫ଶତାଂଶ-ଏହା ମଧ୍ୟରୁ ଯେଉଁଟି ସର୍ବନିମ୍ନ ସେହି ପରିମାଣର ଅର୍ଥ ସହାୟତା ବାବଦରେ ଯୋଗାଇ ଦିଆଯିବ। ଟାରିଫ  ଭିତ୍ତିକ ନିଲାମ ପ୍ରକ୍ରିୟାରେ ଅତିକମ୍‌ରେ ଗୋଟିଏ ପ୍ରକଳ୍ପକୁ ସାମିଲ କରାଯିବ ଏବଂ ଏହାର ସର୍ତ୍ତାବଳୀ ନୀତି ଆୟୋଗ ପ୍ରସ୍ତୁତ କରିବ।

ଘ) ତୃତୀୟ ବର୍ଗରେ ଦେଶୀ ପ୍ରଯୁକ୍ତିର ଉପଯୋଗ କରି ଛୋଟ ଗ୍ୟାସିଫିକେସନ ପ୍ରକଳ୍ପ କରିବାକୁ ଆଗ୍ରହୀ ସଂସ୍ଥା ବା ଉଦ୍ୟୋଗକୁ ସର୍ବାଧିକ ୧୦୦କୋଟି କିମ୍ବା ମୋଟ ପ୍ରକଳ୍ପର ଖର୍ଚ୍ଚର ୧୫ ଶତାଂଶରୁ ଯେଉଁଠି କମ୍ ତାହା ସହାୟତା ଆକାରରେ ସରକାର ଯୋଗାଇବେ। ତେବେ ଏଥିପାଇଁ ସମ୍ପୃକ୍ତ ଉଦ୍ୟୋଗକୁ ପ୍ରକଳ୍ପ ନିମନ୍ତେ ସର୍ବନିମ୍ନ ୧୦୦କୋଟି ଟଙ୍କା ବିନିଯୋଗ କରିବା ସହିତ 1500 Nm3/hr ସିଏନ୍‌ଜି ଗ୍ୟାସ ଉତ୍ପାଦନ କରିବାକୁ ହେବ।

(ଛ) ଏହି ପ୍ରକଳ୍ପ ପାଇଁ ସରକାର ଯେଉଁ ପ୍ରୋତ୍ସାହନ ଦେବେ ତାହାର ମୋଟ ପରିମାଣ ୮୫୦୦ କୋଟି ମଧ୍ୟରେ ସୀମିତ ରହିବ।

(ଜ) କୋଇଲା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଇଜିଓଏସ୍ ଏହି ଯୋଜନାରେ ଆବଶ୍ୟକ ପରିବର୍ତ୍ତନ କରିବାର ଅଧିକାର ପାଇଛି।

coal narendra modi କ୍ୟାବିନେଟରେ ଅନୁମୋଦନ ଘରୋଇ କ୍ଷେତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.