Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ
ଆଜିର ଖବର

ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର ଉଦ୍.ଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ।

ଏହା ବ୍ୟତୀତ ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମ ବ୍ରତରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟର ଚାରୋଟି ସଦନ ଭକ୍ତି, ସ୍ତୁତି, ଶ୍ଲୋକ ଓ ମନ୍ତ୍ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ମନ୍ତ୍ର ସଦନର ବିଦ୍ୟାର୍ଥୀ ଚମ୍ପିୟାନ୍ ହୋଇଥିବାବେଳେ ସ୍ତୁତି ସଦନର ବିଦ୍ୟାର୍ଥୀ ରନର୍ସଅପ୍ ହୋଇଥିଲେ। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ବିଭାଗର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଦେଶପ୍ରେମୀଙ୍କ ଶୀର୍ଷକ ଆଧାରିତ ଆକର୍ଷଣୀୟ ପତ୍ରିକା ଉନ୍ମୋଚିତ ହୋଇଥିଲା।

ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ସଂଗୀତ ଏବଂ ଚିତ୍ତାକର୍ଷକ ଦେଶାତ୍ମବୋଧକ ନୃତ୍ୟ ପରିବେଷିତ ହୋଇଥିଲା। ପରିଶେଷରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗଣତନ୍ତ୍ର ଦିବସର ଏହି ଜାତୀୟତାବୋଧ ଭାବଗମ୍ଭୀର ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

bhubaneswar DAV Pokhariput republic day
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.