Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା ଟ୍ରାଭେଲର ଯାତ୍ରୀବାହୀ ବସ ଓ ଟାଟା ମେଜିକ ମୁହାଁମୁହି ଦୁର୍ଘଟଣା: ଘଟଣା ସ୍ଥଳରେ ୩ ମୃତ
ଆଜିର ଖବର

ମା ଟ୍ରାଭେଲର ଯାତ୍ରୀବାହୀ ବସ ଓ ଟାଟା ମେଜିକ ମୁହାଁମୁହି ଦୁର୍ଘଟଣା: ଘଟଣା ସ୍ଥଳରେ ୩ ମୃତ

January 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ଓ ବ୍ରହ୍ମପୁର ଜାତୀୟ ରାଜପଥ -୫୯ ଖଡଭାଗ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମା ଟ୍ରାଭେଲର ଯାତ୍ରୀବାହି ବସ ଓ ଟାଟା ମେଜିକ ଗାଡି ମୁହାଁମହିଁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟାଟା ମେଜିକ ଗାଡି ଡ୍ରାଇଭର ବାବୁ ବେହେରା ଓ ସେହି ଗାଡିରେ ବସି ଥିବା ରାଜେନ୍ଦ୍ର ବୋଡୁ ଏବଂ ଏକ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ସମସ୍ତେ ବ୍ରହ୍ମପୁର ନିକଟ ହଳଦିଆପଦର ଗାଁର ବୋଲି ସୂଚନା ମିଳିଛି।

ଖବର ପାଇ ଦୁର୍ଘଟଣା ସ୍ଥଳରେ ଆସିକା ପୋଲିସ ଏବଂ ଆସକା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ମୃତ ବ୍ୟକ୍ତିଙ୍କୁ ଆସିକା ମେଡିକାଲ ଆଣିଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଯାତ୍ରିବାହୀ ବସ ଗାଡିକୁ ଜବତ କରି ତଦନ୍ତ ଚଳାଛି। ସେପଟେ ବସରେ ଥିବା ଯାତ୍ରୀ ମାନଙ୍କ ସାମାନ୍ୟ ଆଘାତ ହୋଇଥିବା ବେଳେ ସମସ୍ତେ ଆସିକା ମେଡିକାଲରେ ଚିକିତ୍ସିତ ହେବା ପରେ ନିଜ ନିଜ ଘରକୁ ଫେରିଛନ୍ତି ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଯାତ୍ରିବାହୀ ବସ ମା ଟ୍ରାଭେଲର ଗାଡି ସୋରଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆସିକା ନିକଟ ଖଡଭାଗ ଠାରେ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଟାଟା ମେଜିକ ଗାଡି ହଳଦିଆ ପଦରରୁ ବୁଗୁଡା ସ୍ଥିତ ବୁଦ୍ଧଖୋଲକୁ ଏକ ପିକିନିକ ପାଇଁ ସମସ୍ତ ରନ୍ଧା ସାମଗ୍ରୀ ସହ ଗ୍ୟାସ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଯାବତୀୟ ଜିନିଷ ଧରି ଯାଉଥିଲେ। ଏତିକି ବେଳେ ଖଡଭାଗ ଠାରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଘଟିବା ପରେ ଅଚଂଳରେ ଶୋକର ଛାୟା ଖେଳି ଯାଇଛି।

accident aska Ganjam
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.