Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ମମ୍ ସର୍ଜନଙ୍କ ସଫଳ ଚିକିତ୍ସା, ସୁସ୍ଥ ହେଲା ଲାରିଙ୍ଗୋମାଲାସିଆରେ ପୀଡ଼ିତ ଶିଶୁ 
ଆଜିର ଖବର

ସମ୍ମମ୍ ସର୍ଜନଙ୍କ ସଫଳ ଚିକିତ୍ସା, ସୁସ୍ଥ ହେଲା ଲାରିଙ୍ଗୋମାଲାସିଆରେ ପୀଡ଼ିତ ଶିଶୁ 

January 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ସର୍ଜନମାନେ ଲାରିଙ୍ଗୋମାଲାସିଆରେ ପୀଡ଼ିତ ଏକ ଶିଶୁକୁ ସଫଳତାର ସହ ଚିକିତ୍ସା କରିଛନ୍ତି। ଶିଶୁଟି ଜନ୍ମରୁ ଲାରିଙ୍ଗୋମାଲାସିଆ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଥିଲା। ଏଭଳି ରୋଗରେ ପୀଡ଼ିତ ଚାରି ମାସ ଶିଶୁର ଛାତି ଓ ବେକ ସହିତ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ପିତାମାତା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ରୋଗୀଟିକୁ ଶିଶୁ ଆଇସିୟୁକୁ ନିଆଯାଇଥିଲା ଏବଂ ପରବର୍ତୀ ମୂଲ୍ୟାୟନ ପାଇଁ ଡାକ୍ତର ଅଜୟ କୁମାର ଗାହାଣଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଇଥିଲା। ପରିବାର ଲୋକେ ସୂଚନା ଦେଇଛନ୍ତି ଯେ ଜନ୍ମରୁ ଶିଶୁର ଏକାଧିକ ଥର ଏହି ରୋଗର ଚିକିତ୍ସା କରାଯାଇଛି। ମାତ୍ର ଫଳପ୍ରଦ ହୋଇପାରି ନାହିଁ।

ସିନିୟର କନ୍‌ସଲ୍‌ଟାଂଟ ତଥା ଇଏନ୍‌ଟି ଏବଂ ସ୍କଲ୍ ବେସ୍ ସର୍ଜରୀର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ଦ୍ୱାରା ଏକ ନମନୀୟ ବ୍ଲୋଙ୍କସ୍କୋପି କରାଯାଇଥିଲା ଯାହା ଦ୍ୱାରା ଜଣାପଡ଼ିଥିଲା ଯେ ଶିଶୁଟି ଲାରିଙ୍ଗୋମାଲାସିଆରେ ପୀଡ଼ିତ ଥିଲା, ଯେଉଁଥିରେ ଶିଶୁଟିର ଭୋକାଲ୍ କର୍ଡରେ ଫ୍ଲପି ଟିସୁ ବାୟୁପଥରେ ସମସ୍ୟା ସୃଷ୍ଟି କରିଥିଲା। ଏହା ଫଳରେ ନିଃଶ୍ୱାସ ପ୍ରଶ୍ୱାସରେ ଶବ୍ଦ ହୁଏ, ଯାହାକୁ ଷ୍ଟ୍ରାଇଡର କୁହାଯାଏ।

ଯେହେତୁ ଶିଶୁଟି ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିଲା ଏବଂ ନିମୋନିଆରେ ଆକ୍ରାନ୍ତ ହେଲା ଡାକ୍ତର ସାହୁଙ୍କ ପରାମର୍ଶ ଅନୁଯାୟୀ ସୁପ୍ରାଗ୍ଲୋଟୋପ୍ଲାଷ୍ଟି ନାମକ ଏକ ସର୍ଜିକାଲ ପଦ୍ଧତି କରିବାକୁ ନିଷ୍ପତି ନିଆଗଲା। ଦୀର୍ଘ ସମୟ ଧରି ଆଲୋଚନା ପରେ ଏଣ୍ଡୋସ୍କୋପିକ୍ ଏୟାରୱେ ସର୍ଜରୀ କରାଯାଇଥିଲା। ଡାକ୍ତର ସାହୁ ଏବଂ ତାଙ୍କ ଟିମ୍‌ର ଆନେସ୍‌ଥେସିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଶିଶୁଟି ପରବର୍ତ୍ତୀ ସମୟରେ କିଛି ଦିନ ପାଇଁ ଆଇସିୟୁରେ ରହି ସୁସ୍ଥ ହୋଇଥିଲା। ବର୍ତ୍ତମାନ ଏହାର ଶ୍ୱାସକ୍ରିୟାରେ କୌଣସି ଅସୁବିଧା ନାହିଁ। ଶିଶୁଟି ସୁସ୍ଥ ହୋଇ ଖାଇବା ପିଇବା କରୁଥିବାରୁ ତାଙ୍କ ପିତାମାତା ଖୁସି ପ୍ରକଟ କରିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ଲାରିଙ୍ଗୋମାଲାସିଆ ପ୍ରାୟ ୮୦ ପ୍ରତିଶତ କ୍ଷେତ୍ରରେ ସାମାନ୍ୟ କିନ୍ତୁ ୧୦ ରୁ ୨୦ ପ୍ରତିଶତ କ୍ଷେତ୍ରରେ ଏହା ଗୁରୁତର ହୋଇପାରେ। ଏହି ରୋଗରେ ପୀଡ଼ିତ ଶିଶୁମାନେ ଶ୍ୱାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସଠିକ୍ ଭାବରେ ଖାଇବାକୁ ଏବଂ ବଢ଼ିବାକୁ ଅସମର୍ଥ ହୋଇଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଶିଶୁଟିର ଡାକ୍ତରଖାନାରେ ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା। ଅନେକ କଷ୍ଟସାଧ୍ୟ ବାୟୁପଥ ରୋଗର ସମାଧାନ ପାଇଁ ସମ୍ମମ୍ ଏକ କେନ୍ଦ୍ର ଭାବରେ ଉଭା ହୋଇଛି ବୋଲି ଡାକ୍ତର ସାହୁ କହିଛନ୍ତି।

bhubaneswar BSKY sum ultimate
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026
Latest News

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.