Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳିଆ ଛାତ୍ରବୃତ୍ତି ଅନ୍‌ଲାଇନ ଆବେଦନ ସମୟ ସୀମାକୁ ବୃଦ୍ଧି କଲେ ରାଜ୍ୟ ସରକାର
ଆଜିର ଖବର

କାଳିଆ ଛାତ୍ରବୃତ୍ତି ଅନ୍‌ଲାଇନ ଆବେଦନ ସମୟ ସୀମାକୁ ବୃଦ୍ଧି କଲେ ରାଜ୍ୟ ସରକାର

February 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
କାଳିଆ ଛାତ୍ରବୃତ୍ତି
କାଳିଆ ଛାତ୍ରବୃତ୍ତି ଅନ୍‌ଲାଇନ ଆବେଦନ ସମୟ ସୀମାକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅନ୍‌ଲାଇନ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଜାନୁୟାରୀ ୩୧ ତାରିଖରୁ ଫେବୃଆରୀ ୮ ତାରିଖ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ନୂତନ କାର୍ଯ୍ୟସୂଚୀ ଅନୁଯାୟୀ କାଳିଆ ହିତାଧିକାରୀଙ୍କ ପିଲାମାନେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷାନୁଷ୍ଠାନ ନିମନ୍ତେ କାଳିଆ ଛାତ୍ରବୃତ୍ତି ପାଇବା ପାଇଁ Common Scholarship Portal ରେ ଅନ୍‌ଲାଇନ ଆବେଦନ ସମୟସୀମାକୁ ଚଳିତ ଫେବୃଆରୀ ୮ ତାରିଖକୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଯେ ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ମାର୍ଗଦର୍ଶିକା ଅନୁଯାୟୀ ଜାନୁଆରୀ ୯ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରଖିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା ।

ମାତ୍ର କାଳିଆ ଛାତ୍ରବୃତ୍ତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଆବେଦନ ସମୟସୀମା ବୃଦ୍ଧି ନିମନ୍ତେ ଅନେକ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ ଅନ୍‌ଲାଇନ ଆବେଦନ ସମୟସୀମା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।

kaliajyojana କାଳିଆ ଛାତ୍ରବୃତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026
Latest News

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.