
ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଶନିବାର ରାଜ୍ୟପାଳ ରାମ ନାଏକଙ୍କୁ ଭେଟିଛନ୍ତି। ଉତ୍ତର ପ୍ରଦେଶର ଦୁର୍ବଳ ଆଇନ ଶୃଙ୍ଖଳା ପରସ୍ଥିତି ନେଇ ଅଭିଯୋଗ କରିଛନ୍ତି ଅଖିଳେଶ। ଯୋଗୀ ଆଦିତ୍ୟନାଥ ସରକାର ଶୋଇ ରହିଥିବାରୁ ରାଜ୍ୟରେ ଅପରାଧ ହାର ଦିନକୁ ଦିନ ବୃଦ୍ଧି ପାଇଛି, ସେଥିପାଇଁ ରାଜ୍ୟପାଳଙ୍କୁ ଭେଟିଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଖିଳେଶ। ଗତକାଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ୍ ମୁଖ୍ୟ ମାନଙ୍କୁ ବଦଳି କରାଇବା ପରେ ୟୁପିରେ ଜଙ୍ଗଲରାଜ ଚାଲିଛି ବୋଲି କହିଛନ୍ତି ଅଖିଳେଶ। ଅଖିଳେଶଙ୍କ ସହିତ ବରିଷ୍ଠ ନେତା ଅହମଦ୍ ହାସନ୍ ରାଜ୍ୟପାଳଙ୍କୁ ଭେଟିଥିଲେ।