Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଇଲା ମନ୍ତ୍ରଣାଳୟ ଅଧୀନରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

କୋଇଲା ମନ୍ତ୍ରଣାଳୟ ଅଧୀନରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 2, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବହୁମୁଖୀ ଯୋଗାଯୋଗ ସୁବିଧା ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କରି ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ପାଇଁ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ନୀତି ଅନୁରୂପ, କୋଇଲା ମନ୍ତ୍ରଣାଳୟ କୋଇଲାର ଦକ୍ଷ ଉତ୍ତୋଳନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ଭିତ୍ତିଭୂମି ସମ୍ପ୍ରସାରଣ କରିଛି। କୋଇଲା ଉତ୍ପାଦନ କ୍ଷେତ୍ରରେ ରେଳ ନେଟୱର୍କକୁ ବଢ଼ାଇବା ଉଦ୍ଦେଶ୍ୟରେ ସିଆଇଏଲ, ଆଇଆର୍ସିଓଏନ୍ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ‘‘ମହାନଦୀ କୋଲ୍ ରେଲ୍ ଲିମିଟେଡ୍’’ ଗଠିତ ହୋଇଛି। ଅତିରିକ୍ତ ରେଳ ଲାଇନ୍ ବିଛାଇବା, ବର୍ତ୍ତମାନର ରେଳ ଲାଇନର ଦୋହରୀକରଣ, ରେଳ-ଓଭର-ରେଲ (ଆରଓଆର), ୱାଇ-କର୍ଭସ ଇତ୍ୟାଦି ପାଇଁ ସିଆଇଏଲ୍ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରିଛି।

ବିଭିନ୍ନ ସହାୟକ ସଂସ୍ଥାରେ ସିଆଇଏଲ୍ ପ୍ରଥମ ମାଇଲ୍ ସଂଯୋଗ (ଏଫ୍ଏମ୍ସି) ପ୍ରକଳ୍ପ ନିର୍ମାଣ କରି ପିଟ୍-ହେଡ୍ରୁ ରେଳ ଲୋଡିଂ ପଏଣ୍ଟ୍ ପର୍ଯ୍ୟନ୍ତ ଯାନ୍ତ୍ରିକ କୋଇଲା ପରିବହନ ଭିତ୍ତିଭୂମି ସ୍ଥାପନ କରିବାକୁ ଯୋଜନା କରିଛି। ସମସ୍ତ ବୃହତ ଖଣି ପାଇଁ ସମୁଦାୟ ୧୦୦ରୁ ଅଧିକ ଏଫ୍ଏମ୍ସି ପ୍ରକଳ୍ପ ଯୋଜନା କରାଯାଇଛି। ଗୋଟିଏ ପଟେ ଏହି ପ୍ରକଳ୍ପଗୁଡ଼ିକ ଲୋଡିଂ ଦକ୍ଷତାରେ ଉନ୍ନତି ଆଣିବା, ଲୋଡିଂ ସମୟ ହ୍ରାସ କରିବା ସହିତ ଅନ୍ୟପଟେ ନିର୍ଗମନ ଏବଂ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଫେବ୍ରୁଆରୀ, ୨୦୨୪ରେ ଓଡ଼ିଶାରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଉଦ୍ଘାଟନ କରିବେ। ସେଥିମଧ୍ୟରୁ ଅନୁଗୁଳ ଜିଲ୍ଲା ତାଳଚେର କୋଲଫିଲ୍ଡରେ ୩୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭୁବନେଶ୍ୱରୀ ଫେଜ୍-୧ ପ୍ରକଳ୍ପ ରେକ୍ ଲୋଡିଂ ସମୟକୁ ପାଖାପାଖି ୫୦ ମିନିଟ୍କୁ ହ୍ରାସ କରିବ, ପରିବେଶ ଅନୁକୂଳ ପରିବହନ ଆରମ୍ଭ କରିବ, ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବ ଏବଂ କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ଲାଜକୁରା ରାପିଡ୍ ଲୋଡିଂ ସିଷ୍ଟମ (ଆରଏଲଏସ), ଯାହା ପ୍ରାୟ ୩୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । କୋଇଲାର ଗୁଣବତ୍ତା ଏବଂ ଯୋଗାଣ ବୃଦ୍ଧି କରିବା, ପାଖାପାଖି ୫୦ ମିନିଟ୍ ଲୋଡିଂ ସମୟ ହାସଲ କରିବା, ପରିବେଶ ଅନୁକୂଳ ପରିବହନ, ସବୁଜ ଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରିବା ଏବଂ ସାମଗ୍ରିକ କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ ଏହି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଏହି ପ୍ରୟାସ କେବଳ ପରିବେଶ ପ୍ରଭାବକୁ ଯଥେଷ୍ଟ ହ୍ରାସ କରିବ ନାହିଁ ବରଂ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ମୂଲ୍ୟବାନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ।

ଏହି ମାଇଲଖୁଣ୍ଟ ପ୍ରକଳ୍ପଗୁଡ଼ିକ ବ୍ୟତୀତ ପ୍ରଧାନମନ୍ତ୍ରୀ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ୫୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଇବ୍ ଭ୍ୟାଲି ୱାଶେରୀକୁ ମଧ୍ୟ ଉଦଘାଟନ କରିବେ । ଏହି ପ୍ରକଳ୍ପ ଗୁଣବତ୍ତା ପାଇଁ କୋଇଲା ପ୍ରକ୍ରିୟାକରଣରେ ଏକ ଆଦର୍ଶ ପରିବର୍ତ୍ତନ, ଅଭିନବତା ଓ ସ୍ଥାୟୀତ୍ୱକୁ ସୂଚାଇବା ଏବଂ କୋଇଲା ଗୁଣବତ୍ତା ମାନକ ବୃଦ୍ଧି କରିବା ସହିତ ସ୍ୱଚ୍ଛ ତଥା ଅଧିକ ଦକ୍ଷ ଶକ୍ତି ସମାଧାନ ପାଇଁ ଭାରତର ଦୃଷ୍ଟିକୋଣ ସହ ସମନ୍ୱିତ ହେବ ।

ଏହାବ୍ୟତୀତ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଦ୍ୱାରା ୮୭୮ କୋଟି ଟଙ୍କା ନିବେଶରେ ନିର୍ମିତ ଝାରସୁଗୁଡ଼ା-ବରପାଲି-ସର୍ଡେଗା ରେଳ ଲାଇନ୍ ଫେଜ୍-୧ର ୫୦ କିଲୋମିଟର ଲମ୍ବ ଦ୍ୱିତୀୟ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସମ୍ପ୍ରସାରଣ ରେଳ ଭିତ୍ତିଭୂମିକୁ ଯଥେଷ୍ଟ ବୃଦ୍ଧି କରିବ, ନିରବଚ୍ଛିନ୍ନ ପରିବହନ ସୁବିଧା ଯୋଗାଇ ଦେବ ଏବଂ ଦକ୍ଷ କୋଇଲା ଯୋଗାଣ ଶୃଙ୍ଖଳା ସୁନିଶ୍ଚିତ କରିବ ।

ପ୍ରାୟ ୨୧୪୫ କୋଟି ଟଙ୍କାର ମିଳିତ ନିବେଶ ସହିତ ଏହି ପ୍ରୟାସ ଏକ ନିରନ୍ତର ଏବଂ ଦକ୍ଷ ଶକ୍ତି ଯୋଗାଣ ପାଇଁ କୋଇଲା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର କୋଇଲା ଶିଳ୍ପକୁ ଉଲ୍ଲେଖନୀୟ ଲାଭ ପ୍ରଦାନ କରିବା ସହ ଦେଶର ଶକ୍ତି ସୁରକ୍ଷାରେ ସହାୟକ ହେବ ବୋଲି ଆଶା କରାଯାଉଛି।

coal ministry MCL narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Latest News

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.