Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସ ଟିକେଟ ଦରକାର କି? ତେବେ ଅନଲାଇନରେ କରନ୍ତୁ ଆବେଦନ, ପୋର୍ଟାଲ ଜାରୀ କଲା ଦଳ
ଆଜିର ଖବର

କଂଗ୍ରେସ ଟିକେଟ ଦରକାର କି? ତେବେ ଅନଲାଇନରେ କରନ୍ତୁ ଆବେଦନ, ପୋର୍ଟାଲ ଜାରୀ କଲା ଦଳ

February 5, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
congress
କଂଗ୍ରେସ ଟିକେଟ ଦରକାର କି? ତେବେ ଅନଲାଇନରେ କରନ୍ତୁ ଆବେଦନ, ପୋର୍ଟାଲ ଜାରୀ କଲା ଦଳ

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକଟ ବଂଟନରେ ସ୍ୱଚ୍ଛତା ରକ୍ଷା ଏବଂ ବାସ୍ତବରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସେବା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି ।

ପ୍ରୋଜେକ୍ଟ ପ୍ରଗମନ ((PRAGAMAN)) ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି । ଅର୍ଥାତ୍ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବ୍ୟକ୍ତି www pragaman.in ଲିଙ୍କ ରେ ଲଗ୍‌ଇନ୍ କରି ଫର୍ମ ଯୋଗେ ଟିକଟ ପାଇଁ ଆବେଦନ କରିପାରିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ସୂଚନା ଦେଇଛନ୍ତି ।

ରବିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଅଜୟ କୁମାର କହିଲେ ଯେ ଆସନ୍ତା ସାଧାରଣ ନିର୍ବାଚନରେ ଟିକଟ ବଂଟନ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା ନିମନ୍ତେ କଂଗ୍ରେସ ଏକ ନିଆରା ଓ ନୂତନ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର ପ୍ରକୃତ ବିକାଶ ଚାହୁଁଥିବା ଏବଂ ସାଧାରଣ ଲୋକଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ସ୍ୱାଭିମାନୀ ଓଡ଼ିଆଙ୍କ ହାତରେ ନେତୃତ୍ୱ ଦେବାକୁ ଦଳ ନିଷ୍ପତି ନେଇଛି।

ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳର ଟିକଟ ବଂଟନ ସଲାସୁତରାରେ ଚାଲିଛିି। ଭାରତୀୟ ଜନତା ପାର୍ଟିରେ କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଟିକଟ ପ୍ରଦାନର କ୍ଷମତା ରହିଛି। ସେହିପରି ବିଜୁ ଜନତା ଦଳରେ ଜଣେ ତାମିଲ ବାବୁ ଟିକଟ ବଂଟନ କରିବାର କ୍ଷମତା ରଖିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ବିଜୁ ଜନତା ଦଳର ଟିକଟ ବଂଟନ ସହିତ ଭାରତୀୟ ଜନତା ପାର୍ଟିର ଟିକଟ ବଂଟନରେ ମଧ୍ୟ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛନ୍ତି। ମାତ୍ର କଂଗ୍ରେସ ଦଳରେ ସେମିତି ବ୍ୟବସ୍ଥା ନାହିଁ।

କଂଗ୍ରେସ ଦଳ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ବଜାୟ ରହିଛି। କୌଣସି ସ୍ୱାଭିମାନୀ ଓଡ଼ିଆ ଓଡ଼ିଶାର ସେବା କରିବା ନିମନ୍ତେ ନେତୃତ୍ୱ ନେବାକୁ ତାମିଲ ବାବୁଙ୍କ ପାଖରେ ହାତ ପତେଇବାକୁ ପଡ଼ିବ ନାହିଁ। କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କ ସହିତ ରହିଆସିଛି। କଂଗ୍ରେସ ଟିକଟ ପାଇଁ କୌଣସି ପ୍ରକାର ସୁପାରିଶ କି ଅର୍ଥ କାରବାର ହୋଇପାରିବ ନାହିଁ। ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଏଥିପାଇଁ ବାରମ୍ବାର ଦିଲ୍ଲୀ ମଧ୍ୟ ଦୌଡ଼ିବାକୁ ପଡ଼ିବ ନାହିଁ।

ଓଡ଼ିଶାର ଯେ କୌଣସି ଓଡ଼ିଆ ବ୍ୟକ୍ତି, ଯୁବ ନେତୃତ୍ୱ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗର ଯୁବକ ଏବଂ ମହିଳା ମଧ୍ୟ କଂଗ୍ରେସରୁ ଟିକଟ ପାଇ ନିର୍ବାଚନ ଲଢ଼ିପାରିବେ। ଏଥିପାଇଁ କେବଳ ସେମାନଙ୍କର ଭଲ ଲୋକ ସମ୍ପର୍କ ରହିଥିବା ଆବଶ୍ୟକ। ତାଙ୍କ ପ୍ରତି ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ରହିଥିବା ଆବଶ୍ୟକ ବୋଲି ଡ. ଅଜୟ କୁମାର ପ୍ରକାଶ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ସାଧାରଣ ଲୋକ, ଲୋକ ସେବକ, ବଳିଷ୍ଠ ସଂଗଠକ, ଯାହାଙ୍କର ନିଜ ନିର୍ବାଚନମଣ୍ଡଳୀରେ ଜନାଧାର ରହିଛି, ଭଲ ଲୋକ ସମ୍ପର୍କ ରହିଛି ସେମାନଙ୍କ ପାଇଁ କଂଗ୍ରେସ ଏକ ଅପୂର୍ବ ଅବକାଶ ଆଣି ଦେଇଛି। ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ନିର୍ବିଶେଷରେ ଯେଉଁମାନଙ୍କର ଦେଶ ଓ ରାଜ୍ୟ ପାଇଁ ସେବା କରିବାର ମନୋବୃତି ରହିଥିବ ସେମାନେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିପାରିବେ।

ଏଥିପାଇଁ ସାରା ଭାରତରେ ପ୍ରଥମ କରି ଓଡ଼ିଶାରେ ପ୍ରୋଜେକ୍ଟ ପ୍ରଗମନ ନାମରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାକୁ ପ୍ରୟୋଗଶାଳା କରି ଜାତୀୟ କଂଗ୍ରେସ ନିର୍ବାଚନରେ ସଂସ୍କାର ଆଣିବାକୁ ଏଭଳି ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି। ରାଜତନ୍ତ୍ର କାଳରେ ଯେଭଳି ଜଣେ ସାଧାରଣ ଯୁବକ କପିଳେନ୍ଦ୍ର ରାଉତରାୟଙ୍କୁ ଲୋକେ ବାଛି ରାଜା କପିଳେନ୍ଦ୍ର ଦେବ କରିଥିଲେ, ସେହିଭଳି ସାଧାରଣ ଲୋକଙ୍କ ଭିତରୁ ବଳିଷ୍ଠ ନେତୃତ୍ୱ ସୃଷ୍ଟି କରିବାର ସୁଯୋଗ ଦେବାକୁ କଂଗ୍ରେସ ପ୍ରୟାସ କରୁଛି।

ପ୍ରୋଜେକ୍ଟ ପ୍ରଗମନର ଚେୟାରମ୍ୟାନ ପ୍ରବୀଣ ପାଠକ କହିଲେ ଯେ www pragaman.in ରେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଫର୍ମ ଉପଲବ୍ଧ ରହିଛି। ଆଶାୟୀ ପ୍ରାର୍ଥୀମାନେ ଏଥିରେ ଆବେଦନ କରିବା ପରେ ପ୍ରକୃତ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇ ଟିକଟ ପ୍ରଦାନ କରାଯିବ ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କଂଗ୍ରେସ ସହପ୍ରଭାରୀ ଖ୍ରୀଷ୍ଟଫର ତିଲକ, ଓଡ଼ିଶା ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ଗଣମାଧ୍ୟମ ସଂଯୋଜକ ବବିତା ଶର୍ମା, ସୋସିଆଲ ମିଡିଆ ବିଭାଗର ଅମିୟ ପାଣ୍ଡବ ଓ ଡ. ସୁମିତ୍ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ।

Congress Election2024 କଂଗ୍ରେସ କଂଗ୍ରେସ ଟିକେଟ ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.