Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱର ପକ୍ଷରୁ ଏନଏସଏସ ମହିଳା ସ୍ବେଚ୍ଛାସେବୀଙ୍କ ପାଇଁ ସ୍ବତନ୍ତ୍ର ସିପିଆର୍‌ ତାଲିମ କର୍ମଶାଳା
ଆଜିର ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ ଏନଏସଏସ ମହିଳା ସ୍ବେଚ୍ଛାସେବୀଙ୍କ ପାଇଁ ସ୍ବତନ୍ତ୍ର ସିପିଆର୍‌ ତାଲିମ କର୍ମଶାଳା

February 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ତୁରନ୍ତ ଚିକିତ୍ସା ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ତେଣୁ ସମଗ୍ର ଦେଶରେ ସିପିଆର୍ (କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍) ତାଲିମ ଦେବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହାକୁ ତ୍ବରାନ୍ବିତ କରିବା ଦିଗରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାର ୨ଶହରୁ ଅଧିକ ମହିଳା ଏନଏସଏସ (ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀଙ୍କୁ ଏହି ତାଲିମ ପ୍ରଦାନ ନିମନ୍ତେ ଏକ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି।

ଏମ୍‌ସ ଭୁବନେଶ୍ୱର ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ ସମାନତା ଏବଂ ସୁସ୍ଥତା ନିମନ୍ତେ ମହିଳା ସ୍ବେଚ୍ଛାସେବୀଙ୍କୁ ସଶକ୍ତ କରିବା ଶୀର୍ଷକ ତିନିଦିନିଆ କର୍ମଶାଳାକୁ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏବଂ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉଦ୍‌ଘାଟନ କରିଥିଲେ।

ହୃଦ୍‌ଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର୍‌ କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଏହାର ସଠିକତା ଉପରେ ନିର୍ଭର କରେ। ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ। ଏପରିସ୍ଥଳେ ହୃଦ୍‌ଘାତଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତବ୍ୟକ୍ତ କରିଛନ୍ତି। ଜଣେ ମହିଳା ଶିକ୍ଷିତ ହେଲେ ସମ୍ପୂର୍ଣ୍ଣ ପରିବାର ପ୍ରଶିକ୍ଷିତ ହୋଇଥାଏ। ସେହିପରି ଜଣେ ଛାତ୍ରୀଙ୍କୁ ସିପିଆର୍‌ ତାଲିମ୍‌ ପ୍ରଦାନ କରାଗଲେ, ତାଙ୍କ ଦ୍ବାରା ସମାଜ ବିଶେଷ ଉପକୃତ ହୋଇପାରିବ। ଏମ୍‌ସ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସୁସ୍ଥ ଜୀବନଶୈଳୀ, ମାସିକ ଋତୁସ୍ରାବଜନିତ ସମସ୍ୟା, ଉଚ୍ଚରକ୍ତଚାପ, ମଧୁମେହ, ଅସନ୍ତୁଳିତ ଜୀବନଶୈଳୀଜନିତ ସମସ୍ୟା ଆଦି ସମ୍ପର୍କରେ ବିଶେଷ ତାଲିମ ପ୍ରଦାନ କରାଯିବ। ଯାହାକି ବେଶ୍‌ ଲାଭଦାୟୀ ହୋଇପାରିବ ବୋଲି ଡ. ବିଶ୍ବାସ ଆଶାବ୍ୟକ୍ତ କରିଛନ୍ତି।

ଏପରି କର୍ମଶାଳା ଦ୍ବାରା ଛାତ୍ରୀମାନେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଏବଂ ଏହାର ଉପଚାର ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। ଯାହାକି ସେମାନଙ୍କୁ ଆତ୍ମବିଶ୍ବାସୀ କରିବ ବୋଲି ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ପ୍ରକାଶ କରିଛନ୍ତି।

ଏହି କର୍ମଶାଳାରେ କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, ବଲାଙ୍ଗୀର, ସୁବର୍ଣ୍ଣପୁର, ନବରଙ୍ଗପୁର ଭଳି ୧୦ଟି ଆକାଂକ୍ଷୀ ଜିଲ୍ଲାର ୨ଶହରୁ ଅଧିକ ଏନଏସଏସ ମହିଳା ସ୍ବେଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଆଜି ଆରମ୍ଭ ହୋଇଥିବା କର୍ମଶାଳା ଚଳିତ ମାସ ୮ ପର୍ଯ୍ୟନ୍ତ ଚାଲିବ।

ଉଲ୍ଲେଖଯୋଗ୍ୟ ଯେ, ଏମ୍‌ସ ଭୁବନେଶ୍ୱର ଏନଏସଏସ ବ୍ୟୁରୋ ପକ୍ଷରୁ ଏଯାବତ୍‌ ସମାଜର ବିଭିନ୍ନ ବର୍ଗରୁ ୧୦ହଜାରରୁ ଅଧିକ ଲୋକଙ୍କୁ ସିପିଆର୍‌ ତାଲିମ ପ୍ରଦାନ କରାଗଲାଣି। ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଏକ ଲକ୍ଷ ଲୋକଙ୍କୁ ସିପିଆର୍‌ ତାଲିମ ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ସରିତା ପଟେଲ, ଆଞ୍ଚଳିକ ନିର୍ଦ୍ଦେଶକ, ଏନଏସଏସ, ଭୁବନେଶ୍ୱର, ଡ. ପି ଆର ମହାପାତ୍ର, ଡିନ୍‌, ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ ଅଧୀକ୍ଷକ, ଏମ୍‌ସ ଭୁବନେଶ୍ୱର, ମନୋରଂଜନ ନାୟକ, ସ୍ବତନ୍ତ୍ର ସଚିବ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ରମେଶ ଚନ୍ଦ୍ର ବେହେରା, ଏସ୍‌ଏନ୍‌ଓ ତଥା ଉପସଚିବ, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ପ୍ରଜ୍ଞା ପାରମିତା ଗିରି, ଡ. ପ୍ରିୟମାଧବ ବେହେରା, ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।

ଏନଏସଏସ ପ୍ରୋଗ୍ରାମ ଅଫିସର ଡ. ଶ୍ରୀତମ ସ୍ବରୂପ ଜେନା ଛାତିକୁ ଉପଯୁକ୍ତ ଢଙ୍ଗରେ କିପରି ସଙ୍କୋଚନ/ଚାପ ଦିଆଯିବ, ମାସ୍କ ଭେଣ୍ଟିଲେସନ୍ ଏବଂ ଏଇଡି (ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର) ର ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାନ୍ନେକୁଇନ୍ ଉପରେ ମୌଳିକ ଜୀବନ ସହାୟତାର କୌଶଳ ପ୍ରଦର୍ଶନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟଯେ, ଭାରତରେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର ହୃଦ୍ରୋଗ କାରଣରୁ ମୃତ୍ୟୁ ହୋଇଥାଏ।

AIIMS Bhubaneswar
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.