ଘୋଷଣା ହେଲା ବିଜେପିର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାମ

Published: Feb 7, 2024, 10:42 pm IST

ଭୁବନେଶ୍ଵର: ଲୋକସଭା ନିର୍ବାଚନ-୨୦୨୪ ପାଖେଇ ଆସୁଛି। ତେଣୁ ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଲଢିବା ପାଇଁ ଅଣ୍ଟା ଭିଡ଼ିଛି।

ତେବେ ଓଡିଶା ବିଜେପି ଆଜି ୨୧ ଲୋକସଭା ଆସନ ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା କରିଛି। ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀ ପାଇଁ ଜୀବନ ସାହୁଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କାଣ୍ଡିଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଛି। ସେହିଭଳି କଟକ ନିର୍ବାଚନ ମଣ୍ଡଳୀରେ ପ୍ରତାପ କୁମାର ମିଶ୍ରଙ୍କୁ ପ୍ରଭାରୀ ଏବଂ ସୁକାନ୍ତ ବିଶ୍ଵାଳଙ୍କୁ ସଂଯୋଜକ ରୂପେ ମନୋନୀତ କରାଯାଇଛି।

ସେହିଭଳି ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଓ ପ୍ରେମାନନ୍ଦ ଜେନାଙ୍କୁ ସଂଯୋଜକ ଭାବେ ଘୋଷଣା କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭା ଆସନ ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି।

ଏହି ପ୍ରଭାରୀ ଏବଂ ସଂଯୋଜକମାନେ ଆସନ୍ତା ନିର୍ବାଚନ ପାଇଁ ସେମାନଙ୍କୁ ଦିଆଯାଇଥିବା ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟ ତଦାରଖ କରିବେ।

Related posts