Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଆସନ୍ତା ୧୦ ରୁ ବାତଜ୍ବର (ଫାଇଲେରିଆ) ନିରାକରଣ ପାଇଁ ସାମୁହିକ ଔଷଧ ସେବନ
ଆଜିର ଖବର

ଖୋର୍ଦ୍ଧା: ଆସନ୍ତା ୧୦ ରୁ ବାତଜ୍ବର (ଫାଇଲେରିଆ) ନିରାକରଣ ପାଇଁ ସାମୁହିକ ଔଷଧ ସେବନ

February 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ସି ଡିଏମ୍ ଓ ଙ୍କ ଡ଼ିଟିୟୁ କକ୍ଷରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ନେଇ ବୈଠକରେ ଆଲୋଚନା ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ସିଡିଏମଓ ଡଃ ରଘୁନାଥ ନାୟକ ପୌରହିତ୍ୟ କରିଥିବା ବେଳେ, ଏ ଡ଼ି ପି ଏଚ ଓ ଡଃ ଜୀବନ୍ତ ଆଚାର୍ଜି, ଭି ଵି ଡ଼ି ଡଃ ଶ୍ୟାମବନ୍ଧୁ ରାୟ, ସ୍ମୃତି ରଞ୍ଜନ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ବାତଜ୍ଵର (ଫାଇଲେରିଆ) ନିରାକରଣ ପାଇଁ ସାମୁହିକ ଔଷଧ ସେବନ ବା M.D.A କାର୍ଯ୍ୟକ୍ରମ ଚଳିତ ବର୍ଷ ଫେବୃୟାରି ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଗ୍ରାମାଚଂଳ ବେଗୁନିଆ ବ୍ଲକ୍‌ର ୨୧ଟି ପଂଚାୟତରେ ଅନୁଷ୍ଠିତ ହେବ। ଏହା ସହିତ ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ମ୍ୟୁନିସିପାଲିଟିର ୨୨ଟି ୱାର୍ଡ଼ ଓ ଭୁବନେଶ୍ଵର ମହାନଗର ନିଗମ ଅଚଂଳର ବରମୁଣ୍ଡା, ପୋଖରୀପୁଟ ଓ ଆଇଆରସି ଭିଲେଜର ୧୨ଟି ଓ୍ୱାର୍ଡ଼ ଯଥା ୧୫, ୫୦, ୫୧, ୬୩, ୪୬, ୫୨, ୫୩, ୬୨, ୨୫, ୨୭, ୨୮ ଓ ୩୭ ରେ ଅନୁଷ୍ଠିତ ହେବ।ଏଥିପାଇଁ ୧୧୩୩ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେଟର (DA) ନିୟୋଜିତ ହେବେ।

ପ୍ରତ୍ୟେକ ଡ୍ରଗ୍ ଆଡ଼ମିନିଷ୍ଟେଟର ୬୦ ରୁ ୭୦ ଘର ପାଇଁ ନିୟୋଜିତ ହେବେ। ୧୧୩୩ ଡ୍ରଗୁ ଆଡ଼ମିନିଷ୍ଟ୍ରେଟର ମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ୧୧୨ ସୁପରଭାଇଜର ମଧ୍ୟ ନିୟୋଜିତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନଓ୍ବାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା, ମହିଳା ଆରୋଗ୍ୟ ସମିତିର ସଭ୍ୟା ତଥା ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ଡ୍ରଗ୍ ଆଡ଼ମିନିଷ୍ଟ୍ରେଟର ଭାବରେ ନିୟୋଜିତ ହେବେ ଏବଂ ସେମାନଙ୍କ ଅଧୀନରେ ଥିବା ୬୦ ରୁ ୭୦ ଘରର ସଦସ୍ୟମାନଙ୍କୁ ଦ୍ଵାର ଦ୍ଵାର ବୁଲି ୧୦ରୁ ୧୯ ଫେବୃୟାରୀ ମଧ୍ୟରେ ଡିଇସି ଏବଂ Albendazole ବଟିକାର ଗୋଟିଏ ମାତ୍ରା ଖୁଆଇବେ।

ଏହା ସହିତ ଏହି କାର୍ଯ୍ୟକ୍ରମ ଉପରୋକ୍ତ ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଅନୁଷ୍ଠିତ ହେବ। ଏହି ଔଷଧ ସଂପୂର୍ଣ୍ଣ ନିରାପଦ ଅଟେ ଓ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ କିନ୍ତୁ ଏହାକୁ ଖାଇବା ଦ୍ବାରା ମୁଣ୍ଡ ବୁଲାଇବା କିମ୍ବା ବାନ୍ତି ହେବାର ଲୋକମାନଙ୍କ ମନରେ ଥିବା ଧାରଣା ସଂପୂର୍ଣ୍ଣ ଭୁଲ ଅଟେ।

ଏହି ଔଷଧ ୨ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳା ତଥା ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କୁ ଖାଇବାକୁ ବାରଣ କରାଯାଇଅଛି।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ଉପରୋକ୍ତ ଅଂଚଳ ଗୁଡ଼ିକର ୩,୮୧,୧୯୨ ସର୍ବସାଧାରଣଙ୍କୁ ୯,୨୫,୦୦୦ ଡିଇସି ଓ ୩,୮୨,୦୦୦ Albendazole ବଟିକା ଯୋଗାଇ ଦିଆଯିବ।

ଏହି ଅଂଚଳର ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଇଥିବା ଔଷଧ ଖାଇବାକୁ ପ୍ରେସ୍ ମାଧ୍ୟମରେ ଅନୁରୋଧ କରାଯାଉଅଛି ତଥା ସ୍ୱେଚ୍ଛାସେବୀମାନଙ୍କ ସମ୍ମୁଖରେ ସେବନ କରିବା ପାଇଁ ପରାମର୍ଶ ଦିଆଯାଉଅଛି। ଏହି ଔଷଧ ଖାଲି ପେଟରେ ଖାଇବା ପାଇଁ ବାରଣ କରାଯାଇଅଛି।

ଖୋର୍ଦ୍ଧା ଫାଇଲେରିଆ ବାତଜ୍ବର ସାମୁହିକ ଔଷଧ ସେବନ
Share. Facebook Twitter LinkedIn Email WhatsApp Copy Link

Related Posts

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026
Latest News

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.