Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ

February 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଦେଶବ୍ୟାପୀ ଆବେଦନ ମଧ୍ୟରୁ ୫ ହଜାର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ଶିକ୍ଷାବୃତ୍ତିର ଫଳାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ପାଇଁ ଭାରତର ଅନ୍ୟତମ ବୃହତ୍ତମ, ଅନ୍ତର୍ଭୁକ୍ତୀକରଣ ସମ୍ପନ୍ନ ଏବଂ ବିବିଧ ଶିକ୍ଷାବୃତ୍ତି କାର୍ଯ୍ୟକ୍ରମ ଭାବେ ପରିଚିତ ଏହି ଶିକ୍ଷାବୃତ୍ତିରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ଏବଂ ସେମାନେ ଏକ ଦୃଢ଼ ଆଲୁମିନି ନେଟ୍‌‌ୱର୍କର ଅଂଶ ହେବାର ସୁଯୋଗ ପାଇପାରିବେ।

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।

ଭାରତର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ପଢୁଥିବା ୫୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିଥିଲେ । ଏକ ଶୃଙ୍ଖଳିତ ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ (ମେରିଟ୍‌‌-କମ୍‌‌-ମିନ୍ସ ) ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ୫୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଆପ୍‌‌ଟିଚ୍ୟୁଡ୍ ପରୀକ୍ଷାରେ ପ୍ରଦର୍ଶନ ଏବଂ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଚୟନ ହୋଇଥିବା ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କ ଘରୋଇ ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ରହିଛି।

ଛାତ୍ରଛାତ୍ରୀ ନିଜ ଆବେଦନର ଫଳାଫଳ ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ www.reliancefoundation.org ରୁ ଜାଣିପାରିବେ ।

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଅଧ୍ୟୟନ ଧାରାରେ ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଯେଉଁମାନେ ସେମାନଙ୍କ ସମ୍ପ୍ରଦାୟକୁ ଉନ୍ନତ କରିବା ସହିତ ଭାରତର ଭବିଷ୍ୟତର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ କରିବେ । ଯୋଗ୍ୟତା ଏବଂ ସାଧନର ଉପଲବ୍ଧତା (ମେରିଟ୍ କମ୍ ମିନ୍‌‌ସ) ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଛି ଏବଂ ଏହି ଶିକ୍ଷାବୃତ୍ତି ସେମାନଙ୍କୁ ବିନା ଆର୍ଥିକ ବୋଝରେ ନିଜ ସ୍ନାତକ ପାଠପଢ଼ା ଜାରି ରଖିବାରେ ସକ୍ଷମ କରୁଛି ।

ଶିକ୍ଷା, ଉତ୍କର୍ଷତା ଏବଂ ଉଦ୍ଭାବନ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଛାତ୍ରଛାତ୍ରୀମାନଙ୍କ ଏକ ଶକ୍ତିଶାଳୀ, ବିବିଧ, ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ ଗୋଷ୍ଠୀ ଚୟନ ସୁନିଶ୍ଚିତ କରିବା ସହ ଯୁବକଯୁବତୀମାନଙ୍କ ସାମର୍ଥ୍ୟକୁ ଉନ୍ମୋଚିତ୍ତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ଯାହା ଦେଶକୁ ସଫଳତାର ଶିଖରରେ ପହଞ୍ଚାଇବାରେ ସହାୟକ ହେବ । ବର୍ତମାନ ସୁଦ୍ଧା ୨୩,୧୩୬ ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଥିବା ବେଳେ ସେଥି ମଧ୍ୟରେ ୪୮ ପ୍ରତିଶତ ବାଳିକା ଓ ୩୦୦୧ ଜଣ ଭିନ୍ନକ୍ଷମ / ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀ ରହିଛନ୍ତି ।

ବାଣିଜ୍ୟ, କଳା, ବ୍ୟବସାୟ/ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍‌‌, ବିଜ୍ଞାନ, ଭେଷଜ, ଆଇନ, ଶିକ୍ଷା, ଆତିଥ୍ୟ, ସ୍ଥାପତ୍ୟ, ଇଞ୍ଜିନିୟରିଂ/ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ୟୁଜି ଡିଗ୍ରି ସମେତ ସମସ୍ତ ବିଷୟ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଚଳିତ ବର୍ଷ ଏଥିରେ ସାମିଲ କରାଯାଇଛି ।

ରିଲାଏନ୍ସ ୧୯୯୬ ମସିହାରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରୁଛି । ଡିସେମ୍ବର ୨୦୨୨ରେ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଧୀରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ଆଗାମୀ ୧୦ ବର୍ଷ ମଧ୍ୟରେ ୫୦,୦୦୦ ଶିକ୍ଷାବୃତ୍ତି ପ୍ରଦାନ କରିବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍‌‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଘୋଷଣା କରିଥିଲେ । ୨୦୨୩-୨୪ ଶିକ୍ଷାବୃତ୍ତି ପାଇଁ ଚୟନ ହୋଇଥିବା ୫୦୦୦ ମେଧାବୀଙ୍କ ବିଷୟରେ ଏହି ଘୋଷଣା ଶିକ୍ଷା ଏବଂ ଭାରତର ଭବିଷ୍ୟତ ନିର୍ମାଣ ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପ୍ରତି ରିଲାଏନ୍ସର ରହିଥିବା ପ୍ରତିବଦ୍ଧତାର ପରିଚାୟକ ।

ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.