Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୯ ବର୍ଷ ବୟସ୍କ ବାଳକର ଜୀବନ ବଞ୍ଚାଇଲେ ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗ ଚିକିତ୍ସକ
ଆଜିର ଖବର

୯ ବର୍ଷ ବୟସ୍କ ବାଳକର ଜୀବନ ବଞ୍ଚାଇଲେ ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗ ଚିକିତ୍ସକ

February 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ତଥା ଅଭିନବ ପ୍ରୟାସ ସ୍ବରୂପ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ ସଫଳତାର ସହିତ ୯ ବର୍ଷୀୟ ବାଳକର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଅସାବଧାନତାବଶତଃ ଗିଳିଦେଇଥିବା ଏକ ସିଲେଇ ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍‌ଫୁସ୍‌ର ନିମ୍ନଭାଗରେ ଲାଗିଯାଇଥିଲା। ଏପରି ପରିସ୍ଥିତିରେ ଉକ୍ତ ତୀକ୍ଷ୍‌ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା। ମାତ୍ର ଏମ୍‌ସ ଶିଶୁ ବିଭାଗର ଏକ ଚିକିତ୍ସକ ଦଳ ରାଜ୍ୟରେ ପ୍ରଥମ କରି ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ଉକ୍ତ ସିଲେଇ ଛୁଞ୍ଚି ବାହାରି କରି ରେକର୍ଡ କରିଛନ୍ତି।

ପଶ୍ଚିମବଙ୍ଗରୁ ଆସିଥିବା ଏହି ନାବାଳକଜଣଙ୍କ ଅନ୍ୟମନସ୍କ ଭାବେ ପ୍ରାୟ ୪ସେମି ଲମ୍ବର ଉକ୍ତ ସିଲେଇ ଛୁଞ୍ଚିକୁ ଗିଳିଦେଇଥିଲେ। ଯାହାକି ଫୁସ୍‌ଫସ୍‌ରେ ଲାଗିଥିଲା। ତେବେ ଗିଳିବାର ଦୁଇ ଦିନ ପରେ ଉକ୍ତ ନାବାଳକଙ୍କୁ ଏମ୍‌ସ ଭୁବନେଶ୍ୱରକୁ ଅଣାଯାଇଥିଲା। ଶିଶୁ ବିଭାଗକୁ ଆସିବା ପରେ ନାବାଳକଙ୍କ ଏପରି ଗୁରୁତର ସ୍ଥିତି ଦେଖି ଏହାକୁ ବିନା ଅସ୍ତ୍ରୋପଚାରରେ ବାହାର କରିବାକୁ ଡାକ୍ତରୀ ଦଳ ନିଷ୍ପତି ନେଇଥିଲେ। କାରଣ ଫୁସ୍‌ଫୁସ୍‌ରେ ଛୁଞ୍ଚିର ଅବସ୍ଥିତି ଯେପରି ଥିଲା, ଏପରି ସ୍ଥଳେ ଜଟିଳ ଅସ୍ତ୍ରୋପଚାର ସାହାଯ୍ୟ ଜରୁରୀ ଥିଲା। ସ୍ଥଳବିଶେଷରେ ଫୁସ୍‌ଫୁସ୍‌ର କିଛି ଅଂଶକୁ ମଧ୍ୟ କଢ଼ାଯିବା ଆବଶ୍ୟକ ପଡ଼ିବାର ଯଥେଷ୍ଟ ଆଶଙ୍କା ଥିଲା। ତେଣୁ ଶିଶୁ ବିଶେଷଜ୍ଞ ଡ. ରଶ୍ମି ରଂଜନ ଦାସ, ଡ. କ୍ରିଷ୍ଣ ଏମ୍‌ ଗୁଲ୍ଲା, ଡ. କେତନ ଏବଂ ଡ. ରାମକୃଷ୍ଣଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ ବିନା ନିରାପଦରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଛୁଞ୍ଚିକୁ ବାହାର କରିବାରେ ସଫଳତା ହାସଲ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏମ୍‌ସର ଚିକିତ୍ସକଙ୍କ ଏପରି ଉତ୍ସର୍ଗୀକୃତ ମନୋଭାବକୁ ଅଭିନନ୍ଦନ ଜଣାଇବା ସହିତ ଏପରି ବିପଦପୂର୍ଣ୍ଣ କାମକୁ ସଫଳତାର ସହିତ ସମ୍ପନ୍ନ କରିଥିବା ଜୀବନ ରକ୍ଷା ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଏମ୍‌ସ ସର୍ବଦା ଜନସାଧାରଣଙ୍କ ଜୀବନ ରକ୍ଷା ନିମିତ୍ତ ପ୍ରତିବଦ୍ଧ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏପରି ଜଟିଳ ସ୍ଥିତିରେ ଅସ୍ତ୍ରୋପଚାର ନାବାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା। ମାତ୍ର ଏମ୍‌ସ ପକ୍ଷରୁ ଏପରି ଅଭିନବ ଉପାୟରେ କରାଯାଇଥିବା ପ୍ରକ୍ରିୟା ବେଶ୍ ଲାଭଦାୟୀ ହୋଇପାରିଥିବା ଡ. ରଶ୍ମୀ ରଂଜନ ଦାସ ପ୍ରକାଶ କରିଛନ୍ତି। ଚାରି ଦିନ ପରେ ଉକ୍ତ ନାବାଳକଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଯ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ସହିତ ସାଧାରଣ ଜୀବନଯାପନ କରୁଥିବା ଡ. ଦାସ ସୂଚନା ଦେଇଛନ୍ତି। ଏହି ଅଭିନବ ପ୍ରଣାଳୀ, ଏମ୍‌ସ ଭୁବନେଶ୍ୱରରେ ଉପଲବ୍ଧ। ସମଗ୍ର ଭାରତରେ କେବଳ କିଛି ସ୍ବାସ୍ଥ୍ୟପ୍ରତିଷ୍ଠାନରେ ଏପରି ତୀକ୍ଷ୍ଣ ସାମଗ୍ରୀକୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ବାହାର କରିବାର ବ୍ୟବସ୍ଥା ରହିଥିବା ପ୍ରକାଶ।

ଡ. କ୍ରିଷ୍ଣ ଏମ ଗୁଲା ସୂଚନା ଦେଇଛନ୍ତି ଯେ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ପେଡିଆଟ୍ରିକ୍ ପୁଲମୋନୋଲୋଜି ଏବଂ ଆଇସିୟୁ ଦଳ କାର୍ଯ୍ୟ କରୁଛି। ଏକ ମାସର ନବଜାତକ ଶିଶୁଙ୍କଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ବ୍ରୋଙ୍କୋସ୍କୋପିକ୍ ପଦ୍ଧତି ମାଧ୍ୟମରେ ଗୋଟିଏ ସ୍ଥାନରେ ସାମଗ୍ରୀକ ଶିଶୁ ଚିକିତ୍ସା ସୁବିଧା ରାଜ୍ୟରେ ଅନ୍ୟ କେଉଁଠି ଉପଲବ୍ଧ ନାହିଁ।

୨୦୨୧ ମସିହାରୁ ଏମ୍‌ସରେ ଏକ ଶିଶୁ ବ୍ରୋଙ୍କୋସ୍କୋପିକ୍ ସୁବିଧା ସହିତ ଶିଶୁ ବିଭାଗ, ନିଦାନ ଏବଂ ଚିକିତ୍ସା ପ୍ରଣାଳୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ କାର୍ଯ୍ୟ ଜାରି ରହିଛି। ଏହି ସୁବିଧା ଜରୁରୀ ସମୟରେ ଶରୀର ଭିତରକୁ ଚାଲିଯାଇଥିବା ବାହ୍ୟ ତୀକ୍ଷ୍ଣ ବସ୍ତୁକୁ ଅପସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶ୍ବାସକ୍ରିୟା ରୋଗ ସହ ଜଡିତ ଶିଶୁ ରୋଗ ପାଇଁ ମଧ୍ୟ ଏହା ବେଶ ଉପାଦେୟ ହୋଇପାରିଛି।

ଶିଶୁ ଚିକିତ୍ସା, ଶିଶୁ ସର୍ଜରୀ, ଇଏନ୍‌ଟି ଏବଂ ରେଡିଓଲୋଜି ବିଶେଷଜ୍ଞଙ୍କ ମିଳିତ ପ୍ରୟାସ ସ୍ବରୂପ ଏପରି ସଫଳ ପ୍ରୟାସର ନିରନ୍ତରତା ଏମ୍‌ସର ରୋଗୀସେବା ପ୍ରତି ନିଷ୍ଠା ଏବଂ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି।

aiims bhubaneswar
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.