Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଓବିସି ମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ
ଆଜିର ଖବର

ଭୁବନେଶ୍ବରରେ ଓବିସି ମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ

February 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଓବିସି ମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ପଛୁଆ ବର୍ଗଙ୍କ ଅଧିକାର ସଂପର୍କରେ ଦୀର୍ଘଦିନ ହେଲା ଅବହେଳା ପ୍ରଦର୍ଶନ କରିଆସିଥିବା କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ବିଶ୍ୱର ଲୋକପ୍ରିୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଏବଂ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ରାହୁଲ ଗାନ୍ଧୀଙ୍କର ହୀନମାନସିକତାର ପରିଚୟ ବୋଲି ଓବିସି ମୋର୍ଚ୍ଚା ତରଫରୁ କୁହାଯାଇଛି।

ଆଜି ରାମମନ୍ଦିର ଛକରେ ଓବିସି ମୋର୍ଚ୍ଚା ତରଫରୁ ଏକ ରାଲି କରାଯାଇ କଂଗ୍ରେସର ଅନଭିଜ୍ଞ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦ କରାଯିବା ସହିତ ତାଙ୍କର କୁଶପୁତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧୀଙ୍କର ବାରମ୍ବାର ପଛୁଆବର୍ଗମାନଙ୍କ ପ୍ରତି ଏବଂ ଦେଶର ପ୍ରଧାନମନ୍ତ୍ରୀ ପ୍ରତି ଏଭଳି ମନ୍ତବ୍ୟକୁ ବିଜେପି ଓବିସି ମୋର୍ଚ୍ଚା ତ୍ରୀବ୍ର ବିରୋଧ କରିଛି। ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କର ଏଭଳି ମନ୍ତବ୍ୟକୁ ଦେଶର ସମସ୍ତ ପଛୁଆବର୍ଗ ଜନତା ଉପଯୁକ୍ତ ଜବାବ ଦେବେ ବୋଲି ପଛୁଆବର୍ଗ ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି।

ଓବିସି ବର୍ଗମାନଙ୍କ ଅଧିକାର ସମ୍ପର୍କରେ ପୂର୍ବରୁ ଗଠିତ କମିଶନମାନଙ୍କ ସୁପାରିଶକୁ କଂଗ୍ରେସ ଦଳ ଦୀର୍ଘଦିନ ଧରି ଶୀତଳ ଭଣ୍ଡାରକୁ ଫିଙ୍ଗି ଦେଇଥିଲେ। ଦେଶର ଦାୟିତ୍ୱ ନରେନ୍ଦ୍ର ମୋଦୀ ନେବା ପରେ ପଛୁଆ ବର୍ଗଙ୍କ ପାଇଁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିଷ୍ପତିକୁ କଂଗ୍ରେସ ଓ ତାଙ୍କ ନେତା ରାହୁଲ ଗାନ୍ଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଜାତି ନାମରେ ଦେଶର ପ୍ରଧାନମନ୍ତ୍ରୀ ତଥା ଦେଶର ୫୪ଭାଗ ଓବିସି ବର୍ଗଙ୍କୁ ଅପମାନିତ କରିଥିବାରୁ ରାହୁଲ ଗାନ୍ଧୀ ନିସର୍ତ କ୍ଷମା ମାଗନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି।

ଏହି ପ୍ରତିବାଦ ଶୋଭାଯାତ୍ରାରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ରାଜ୍ୟ ଓବିସି ମୋର୍ଚ୍ଚାର ସମ୍ପାଦକ ରଶ୍ମୀରଞ୍ଜନ ମୁଦୁଲି, ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର, ଜଗଦିଶ ପ୍ରଧାନ, ପ୍ରଶାନ୍ତ ନାୟକ, ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ବାନାମ୍ବର ହାଟୁଆ, ସ୍ନେହାଶୀଷ୍ ସାହୁ, ଯଯାତି କେଶରୀ ବିଶ୍ୱାଳ, ଭୀଷ୍ମସେନ ନାୟକ ତଥା ଅନ୍ୟାନ୍ୟ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

BJP ଓବିସି ମୋର୍ଚ୍ଚା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

March 3, 2026

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ: ଜାଣନ୍ତୁ କାହିଁକି ଏହା କରାଯାଏ?

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ସରକାର, ଷ୍ଟାର୍ଟଅପ୍ ଏବଂ କ୍ରିଏଟରମାନଙ୍କ ସମ୍ମିଳନୀ

March 3, 2026
Latest News

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି

March 3, 2026

ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 3, 2026

ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

March 3, 2026

ଭାରତ-କାନାଡ଼ା ନେତାମାନଙ୍କର ମିଳିତ ବିବୃତ୍ତି

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.