Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଓବିସି ମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ପଛୁଆ ବର୍ଗଙ୍କ ଅଧିକାର ସଂପର୍କରେ ଦୀର୍ଘଦିନ ହେଲା ଅବହେଳା ପ୍ରଦର୍ଶନ କରିଆସିଥିବା କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ବିଶ୍ୱର ଲୋକପ୍ରିୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଏବଂ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ରାହୁଲ ଗାନ୍ଧୀଙ୍କର ହୀନମାନସିକତାର ପରିଚୟ ବୋଲି ଓବିସି ମୋର୍ଚ୍ଚା ତରଫରୁ କୁହାଯାଇଛି।

ଆଜି ରାମମନ୍ଦିର ଛକରେ ଓବିସି ମୋର୍ଚ୍ଚା ତରଫରୁ ଏକ ରାଲି କରାଯାଇ କଂଗ୍ରେସର ଅନଭିଜ୍ଞ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦ କରାଯିବା ସହିତ ତାଙ୍କର କୁଶପୁତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧୀଙ୍କର ବାରମ୍ବାର ପଛୁଆବର୍ଗମାନଙ୍କ ପ୍ରତି ଏବଂ ଦେଶର ପ୍ରଧାନମନ୍ତ୍ରୀ ପ୍ରତି ଏଭଳି ମନ୍ତବ୍ୟକୁ ବିଜେପି ଓବିସି ମୋର୍ଚ୍ଚା ତ୍ରୀବ୍ର ବିରୋଧ କରିଛି। ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କର ଏଭଳି ମନ୍ତବ୍ୟକୁ ଦେଶର ସମସ୍ତ ପଛୁଆବର୍ଗ ଜନତା ଉପଯୁକ୍ତ ଜବାବ ଦେବେ ବୋଲି ପଛୁଆବର୍ଗ ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି।

ଓବିସି ବର୍ଗମାନଙ୍କ ଅଧିକାର ସମ୍ପର୍କରେ ପୂର୍ବରୁ ଗଠିତ କମିଶନମାନଙ୍କ ସୁପାରିଶକୁ କଂଗ୍ରେସ ଦଳ ଦୀର୍ଘଦିନ ଧରି ଶୀତଳ ଭଣ୍ଡାରକୁ ଫିଙ୍ଗି ଦେଇଥିଲେ। ଦେଶର ଦାୟିତ୍ୱ ନରେନ୍ଦ୍ର ମୋଦୀ ନେବା ପରେ ପଛୁଆ ବର୍ଗଙ୍କ ପାଇଁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିଷ୍ପତିକୁ କଂଗ୍ରେସ ଓ ତାଙ୍କ ନେତା ରାହୁଲ ଗାନ୍ଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଜାତି ନାମରେ ଦେଶର ପ୍ରଧାନମନ୍ତ୍ରୀ ତଥା ଦେଶର ୫୪ଭାଗ ଓବିସି ବର୍ଗଙ୍କୁ ଅପମାନିତ କରିଥିବାରୁ ରାହୁଲ ଗାନ୍ଧୀ ନିସର୍ତ କ୍ଷମା ମାଗନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି।

ଏହି ପ୍ରତିବାଦ ଶୋଭାଯାତ୍ରାରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ରାଜ୍ୟ ଓବିସି ମୋର୍ଚ୍ଚାର ସମ୍ପାଦକ ରଶ୍ମୀରଞ୍ଜନ ମୁଦୁଲି, ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର, ଜଗଦିଶ ପ୍ରଧାନ, ପ୍ରଶାନ୍ତ ନାୟକ, ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ବାନାମ୍ବର ହାଟୁଆ, ସ୍ନେହାଶୀଷ୍ ସାହୁ, ଯଯାତି କେଶରୀ ବିଶ୍ୱାଳ, ଭୀଷ୍ମସେନ ନାୟକ ତଥା ଅନ୍ୟାନ୍ୟ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଓବିସିି ମୋର୍ଚ୍ଚା ରାଜ୍ୟ ସଭାପତିଶ୍ରୀ ସୁରଥ ବିଶ୍ୱାଳ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।

ଓବିସି ମୋର୍ଚ୍ଚାରରାଜ୍ୟ ଉପସଭାପତି ଭାବେସୁବାଷ ଜେନା, ରାମଚନ୍ଦ୍ର ବେହେରା, ଦିଲୀପ କାର୍ସେଲ, ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ ନାୟକ ଓ ଉମାଶଂକର ପଟେଲ; ରାଜ୍ୟ ସାଧାରଣ ସଂପାଦକ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ; ରାଜ୍ୟ ସଂପାଦକ ଭାବେ ସୈାଭାଗ୍ୟ ସାହୁ, ବଳରାମ ସୁବୁଦ୍ଧି, ସିଦ୍ଧାର୍ଥ ଶଙ୍କର ପତି, ଦୁର୍ଗାପ୍ରସନ୍ନ ନାୟକ, ମମତା ପଟେଲ ଓ ସୁକୁମାର ସାହୁ; କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ନାୟକ; କାର୍ଯ୍ୟାଳୟ ସଂପାଦକ ଭାବେ ସୁଶାନ୍ତ କୁମାର ଜେନା; ସୋସିଆଲ ମିଡିଆ ସଂଯୋଜକ ଭାବେ ଜି.ତ୍ରିଦେବ ରେଡ୍ଡୀ; ମିଡିଆ ସଂଯୋଜକ ଭାବେ ବିଷ୍ନୁଚରଣ ବଳିୟାରସିଂହ ଏବଂ ରାଜ୍ୟ ଆଇଟି ସଂଯୋଜକ ଭାବେ ପ୍ରଦୀପ କୁମାର ବେହେରାଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ଓବିସିି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭାବେ କୃପାସିନ୍ଧୁ ମହନ୍ତ, ନୃସିଂହ ସାହୁ, ସାବିତ୍ରୀ ବିଶ୍ୱାଳ, ରଘୁନାଥ ପାତ୍ର, ଜଗନ୍ନାଥ ସ୍ୱାଇଁ, ଗୋପାଳ ଗୈାଡ, ଶଶାଙ୍କ ଶେଖର ମାହାଲା, ବଂଶିଧର ମେହେର, ଡମ୍ବରୁଧର ରେଡ୍ଡୀ, ସୁବାଷ ପ୍ରଧାନ, ମୃତ୍ୟୁଞ୍ଜୟ ମହାରଣା, ବନିନ୍ଦ୍ର ସାହୁ, ବିରଭଦ୍ର ଆଚାରୀ, ସିଦ୍ଧେଶ୍ୱର ନାଥ, ସୁଜିତ କୁମାର ଦେବ, ସଂଯୁକ୍ତା ପ୍ରଧାନ, ମେଲୋରୀ ବାରିକ, ବିଶ୍ୱଜିତ ମୁଦୁଲି, ଉମାକାନ୍ତ ଦାସ, ଚନ୍ଦ୍ରଗୁପ୍ତ ପ୍ରସାଦଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ରଞ୍ଜନ କୁମାର ପଟେଲ, ହିମାଂଶୁ ମେହେର, କୃଷ୍ନଚନ୍ଦ୍ର ପାତ୍ର, ସୁକାନ୍ତ କୁମାର ନାୟକ, କେ.ନାରାୟଣ ରାଓ, ହିତେଶ ବଗର୍ତୀ, ଭୂବନ ମୋହନ ଜେନା, ନମିତାରାଣୀ ସାହୁ, ସୁଧାମୟୀ ପଟେଲ, ରାଧେଶ୍ୟାମ ବାରିକ, ମୁକ୍ତା ସାହୁ, ପାଣ୍ଡବ ସାହୁ, ରୁଦ୍ରକିଶୋର ମାହାଲା, ନରେନ୍ଦ୍ର ସାହୁ ଏବଂ ଦୁଶ୍ମନ୍ତ ଦାସଙ୍କୁ ମନୋନୀତ କରାଯାଇଛି ।

ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବେଲକ୍ଷ୍ମୀଧର ପ୍ରଧାନ, ଚିତରଂଜନ କଂସ, ଆଶୁତୋଷ ପରିଡା, ଚର୍ଚ୍ଚିଲ ମହାକୁଡ, ଶେଷଦେବ ବଗର୍ତୀ, ବ୍ରଜକିଶୋର ଭୂୟାଁ, ତେଜରାମ ଭଇଁସା, କ୍ୟାପଟେନ ମାନସ ଦାସ, ଶିବପ୍ରସାଦ ବେହେରା ଏବଂ ପ୍ରଶାନ୍ତ କୁମାର ନାୟକଙ୍କୁ ମନୋନୀତ କରାଯାଇଛି । ଏଥି ସହ ୨୯ ଜଣଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ପ୍ରେସ ବାର୍ତାରେ ଜଣାଇଛନ୍ତି ।

ଓଡିଶାରେ ୫୨ ପ୍ରତିଶତରୁ ଉର୍ଦ୍ଧ୍ୱ ପଛୁଆବର୍ଗଙ୍କୁ ବିଜେଡି ସରକାର ଯୋଜନାବଦ୍ଧ ଭାବରେ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି । ଶିକ୍ଷା, ନିଯୁକ୍ତି ଏବଂ ରାଜନୈତିକ ସଂରକ୍ଷଣ ପାଇଁ ଥିବା ସାମ୍ବିଧାନିକ ବ୍ୟବସ୍ଥାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଉନାହିଁ । ରାଜ୍ୟ ସରକାରଙ୍କ ପଛୁଆବର୍ଗଙ୍କୁ ଅଣଦେଖା ବିରୁଦ୍ଧରେ ଆଗାମୀ ଦିନରେ ଲଢେଇକୁ ଆହୁରି ଶାଣିତ କରିବ ବୋଲି ବିଜେପି ଓବିସି ମୋର୍ଚ୍ଚାରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳ କହିଛନ୍ତି ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀ ନିଯୁକ୍ତ: ବାଣପୁରର ବିଦ୍ୟୁତ କାଣ୍ଡିଙ୍କୁ ଆଉ ଏକ ଦାୟିତ୍ଵ ଦେଲା ଦଳ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ନିଜର ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ଦ୍ଵାରା ଏଥିପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସଂଗଠନରେ ଯୁବ ପିଢୀକୁ ଗୁରୁତ୍ଵ ଦିଆଯିବ ସହ ବିଭିନ୍ନ ଅଞ୍ଚଳ ପାଇଁ ନୂଆ ନୂଆ ଯୁବକମାନଙ୍କୁ ସଂଗଠନ ଦାୟିତ୍ଵ ଦିଆଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀ ନିଯୁକ୍ତି କରାଯାଇଛି। ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ନିଯୁକ୍ତି ଦେଇଛନ୍ତି। ତେବେ ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡିଙ୍କ ଉପରେ ଦଳ ଭରସା କରି ତାଙ୍କୁ ଓବିସି ମୋର୍ଚ୍ଚାର ପ୍ରଭାରୀ ଭାବେ ଏକ ନୂଆ ଦାୟିତ୍ଵ ଦେଇଛି।

ଜାଣନ୍ତୁ କେଉଁ ମୋର୍ଚ୍ଚା ପାଇଁ କିଏ ରହିଲେ ପ୍ରଭାରୀ:

୧- ଯୁବ ମୋର୍ଚ୍ଚା- ଦୀନବନ୍ଧୁ ସାହୁ

୨- ମହିଳା ମୋର୍ଚ୍ଚା- ରୋଜିନା ରାଣୀ ଦାସ

୩- କୃଷକ ମୋର୍ଚ୍ଚା- ମନୋଜ ନନ୍ଦ

୪- ଓବିସି ମୋର୍ଚ୍ଚା- ବିଦ୍ୟୁତ କୁମାର କାଣ୍ଡି

୫- ଏସସି ମୋର୍ଚ୍ଚା- ହେମନ୍ତ କୁମାର ବେହେରା

– ଏସଟି ମୋର୍ଚ୍ଚା- ଶକ୍ତି ପ୍ରସାଦ ମିଶ୍ର

୭- ସଂଖ୍ୟାଲଘୁ ମୋର୍ଚ୍ଚା- ପ୍ରତାପ ମହାପାତ୍ର।