Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ତ୍ରୀ ହତ୍ୟା ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡ ଆଦେଶ
ଆଜିର ଖବର

ସ୍ତ୍ରୀ ହତ୍ୟା ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡ ଆଦେଶ

February 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ କଣ୍ଟେଇକୁଳି ଗ୍ରାମର ଏନ୍ ଗଣେଶ ନାମରେ ଜଣେ ବ୍ୟକ୍ତିକୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଗଣେଶ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଡେରା ସାସିର ଏନ୍ ଲତା ନାମ୍ନୀ ଜଣେ ଝିଅକୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗଣେଶ ତାର ମାଁ ଓ ବଡ଼ ଭାଇ ସମସ୍ତେ ମିଶି ସ୍ତ୍ରୀ ଲତାକୁ ଶାରୀରିକ ଓ ମାନସିକ ନିର୍ଯାତନା ସହ ଅଧିକ ଟଙ୍କା ଓ ସୁନା ବାପଘରୁ ଆଣିବା ପାଇଁ ଚାପ ପକାଉଥିଲେ। ଏହି ଭଳି ପରିସ୍ଥିତି ରେ ଦିନେ ଲତାକୁ ସମସ୍ତେ ମିଶି ଶ୍ଵାସରୁଦ୍ଧ କରି ମାରିଦେବା ସହ ଲତାର ସମ୍ପର୍କୀୟ ଘରକୁ ଖବର ଜଣାଇଦେଇ ତରବରିଆ ଭାବେ ନିଜର କିଛି ବନ୍ଧୁଙ୍କ ସହ ଗାଁ ଶ୍ମଶାନରେ ଶବ ସତ୍କାର କରିଦେଇଥିଲେ। ଏହି ଖବର ଜାଣିବା ପରେ ଲତାର ଭାଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ପୋଲିସ ଏତଲା ନଂ ୨୩୧/୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ପ୍ରଥମେ ଅଭିଯୁକ୍ତର ମାଁ, ଭାଇ ଓ ଶବ ସତ୍କାରରେ ସହଯୋଗ କରିବା ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଗଣେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତତ୍କାଳୀନ ଥାନା ଅଧିକାରୀ ତଥା ବର୍ତ୍ତମାନ ପୁରୀ ଏସ୍ ଡି ପି ଓ ଘଟଣା ର ତଦନ୍ତ ଚଳାଇ ଅଭିଯୁକ୍ତ ମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଗଣେଶକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।

ଆଜୀବନ କାରାଦଣ୍ଡ ଛତ୍ରପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026
Latest News

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର!: ଆଣ୍ଡାମାନରେ ଆବିଷ୍କୃତ ହେଲା ବିଶାଳ ଗ୍ୟାସ୍ ରିଜର୍ଭ 

June 6, 2026

ଟାଟାର ଜୁନ୍ ଧମାକା: ହଜାର ହଜାର ଟଙ୍କା ସଞ୍ଚୟର ସୁଯୋଗ, ଗ୍ରାହକଙ୍କ ପାଇଁ ବଡ଼ ଅଫର

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.