Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦ ଦଫା ଦାବିନେଇ ଗର୍ଜ୍ଜିଲା କୈବର୍ତ୍ତ ସମ୍ପ୍ରଦାୟ
ଆଜିର ଖବର

୧୦ ଦଫା ଦାବିନେଇ ଗର୍ଜ୍ଜିଲା କୈବର୍ତ୍ତ ସମ୍ପ୍ରଦାୟ

February 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର/କୁଜଙ୍ଗ: ଜଟାଧାର ମୁହାଁଣ ଖନନ, ଉପକୂଳ ମତ୍ସ୍ୟଜିବୀ ମାନଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା, ଚଉମୁହାଁଣୀ, ନୂଆଗଡ ଠାରେ ଶୁଖୁଆ ଖଳା ନିର୍ମାଣ କରିବା, ଶିଳ୍ପ ପାଇଁ ଜିବୀକା ହରାଉଥିବା ମତ୍ସ୍ୟଜିବୀ ମାନଙ୍କୁ ବିକଳ୍ପ କାର୍ଯ୍ୟ ଯୋଗାଇଦେବା, ମତ୍ସ୍ୟଜିବୀ ମହିଳା ସମବାୟ ସମିତି ଗଠନ କରିବା, ପାରାଦୀପର ଶିଳ୍ପାଂଚଳରୁ ନିର୍ଗତ ଦୂଷିତ ଜଳକୁ ବିଶୋଧନ କରି ନଦୀକୁ ଛାଡିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନକୁ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରିବା, ସରକାରଙ୍କ ପକ୍ଷରୁ ମତ୍ସ୍ୟଜିବୀ ମାନଙ୍କର ସଠିକ ସଜ୍ଞା ନିରୂପଣ କରିବା, ଜିଲ୍ଲାପାଳଙ୍କ ଅଧୀନରେ ଥିବା ସିଏସଆର ପାଣ୍ଠି ଜରିଆରେ ବ୍ଳକସ୍ତରୀୟ କୈବର୍ତ ସଭାଗୃହ ନିର୍ମାଣ କରିବା ଆଦି ୧୦ ଦଫାଦାବୀ ନେଇ ଆଜି ରାଜ୍ୟସ୍ତରୀୟ କୈବର୍ତ ନେତାମାନେ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ଦାବୀପୂରଣ ନେଇ ଆହ୍ୱାନ ଜଣାଇଛନ୍ତି।

କୁଜଙ୍ଗବ୍ଳକ ଷଣ୍ଢପୁର ସ୍ଥିତ ମୁକ୍ତେଶ୍ୱର ମଣ୍ଡପଠାରେ ଆଜି ପୂର୍ବାହ୍ନ ସମୟରେ ନିଖିଳ ଓଡ଼ିଶା କୈବର୍ତ ମହାସଭା ଓ ସାରଳା ମଣ୍ଡଳ କୈବର୍ତ ମହାସଙ୍ଘ ପକ୍ଷରୁ ଏକ ରାଜ୍ୟସ୍ତରୀୟ ବାର୍ଷିକ ସାଧାରଣ ଅଧିବେଶନ ଓ କୈବର୍ତ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ନିଖିଳ ଓଡ଼ିଶା କୈବର୍ତ ମହାସଭାର ଜଗତସିଂହପୁର ଜିଲ୍ଲା ସଭାପତି କୈଳାଶଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ତଥା ନିଖିଳ ଓଡ଼ିଶା କୈବର୍ତ ମହାସଭାର ସଭାପତି ଯୋଗେନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ସାରଳା ମଣ୍ଡଳ କୈବର୍ତ ମହାସଭା ଜଗତସିଂହପୁର ଜିଲ୍ଲା ସଭାପତି ତଥା ନିଖିଳ ଓଡ଼ିଶା କୈବର୍ତ ମହାସଭାର ସଙ୍ଗଠନ ସମ୍ପାଦକ ପ୍ରହଲ୍ଲାଦ ବେହେରା ବକ୍ତବ୍ୟ ପ୍ରଦାନକରି କୈବର୍ତ ସମ୍ପ୍ରଦାୟର ବିଭିନ୍ନ ଦାବୀ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନିକଟରେ ଜଣାଇଥିବା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିଖିଳ ଓଡ଼ିଶା କୈବର୍ତ ମହାସଭା ଉପସଭାପତି ପ୍ରସନ୍ନ ବେହେରା, ନିଖିଳ ଓଡ଼ିଶା କୈବର୍ତ ମହାସଭାର ସାଧାରଣ ସମ୍ପାଦକ ସୁଧୀର କୁମାର ଖଣ୍ଡା,, ନିଖିଳ ଓଡ଼ିଶା କୈବର୍ତ ମହାସଭା କାର୍ଯ୍ୟକାରୀ ସଭାପତି ମନୋଜ ବେହେରା, ନିଖିଳ ଓଡ଼ିଶା ଯୁବ ମଂଚ ସମ୍ପାଦକ ଦିଲ୍ଲୀପ କୁମାର ବେହେରା, ସାରଳା ମଣ୍ଡଳ କବୈର୍ତ ମହାସଭା ସଭାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ବେହେରା, ଜିଲ୍ଲା ସାରଳା ମଣ୍ଡଳ କୈବର୍ତ ମହାସଭାର ସଙ୍ଗଠନ ସମ୍ପାଦକ ଅମର କୁମାର ଦାସ, ସାରଳା ମଣ୍ଡଳ କୈବର୍ତ୍ତ ମହାସଭା କୁଜଙ୍ଗ ବ୍ଳକ ସଭାପତି ଶ୍ରୀଧର ବେହେରା, ମନୋରଞ୍ଜନ ଦଳାଇ, କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ, ଗଡକୁଜଙ୍ଗ ସରପଂଚ ପ୍ରତିନିଧି ଯଦୁମଣୀ ଖଟୁଆ, ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପଲତା ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦନ କରିଥିଲେ।

କାର୍ଯ୍ୟକ୍ରମକୁ ଅଧିକାରୀ ବଂଶୀଧରା ଦାସ,ନିରୁପମା ବେହେରା, ଅନାମ ଦଳାଇ, କାଳନ୍ଦୀ ବେହେରା, ଜନାର୍ଦ୍ଦନ ବେହେରା, ବସନ୍ତ ବେହେରା, ପ୍ରତାପ ବେହେରା, ଅରୁଣ କୁମାର ବେହେରା, ପ୍ରକାଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଏହି ସମାବେଶରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁସଙ୍ଖ୍ୟାରେ କୈବର୍ତ ମାନେ ଅଂଶ ଗ୍ରହଣ କରିଥିଲେ।

କୁଜଙ୍ଗ ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.