Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ମଧ୍ୟରେ ସହଯୋଗିତା, ଉପକୃତ ହେବେ ୫ ଲକ୍ଷ ଯୁବକଯୁବତୀ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ମଧ୍ୟରେ ସହଯୋଗିତା, ଉପକୃତ ହେବେ ୫ ଲକ୍ଷ ଯୁବକଯୁବତୀ

February 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ମଧ୍ୟରେ ଏକ ସହଯୋଗିତା ସ୍ଥାପନ ହୋଇଛି। ଏଥିରେ ୫ ଲକ୍ଷ ଭାରତୀୟ ଯୁବକଯୁବତୀଙ୍କ ପାଇଁ ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ଦକ୍ଷତା ଉପରେ ଆଧାରିତ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ। ପାଠ୍ୟକ୍ରମ ବିକାଶ ଏବଂ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହିତ ଏଡ୍‌‌ଟେକ୍‌‌, ସାଇବର ସୁରକ୍ଷା, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ପରିବେଶ ସ୍ଥାୟିତ୍ୱ, ନୀତି-ବିଶ୍ଳେଷଣ ଭଳି ବିଭିନ୍ନ କ୍ଷେତ୍ର ଉପରେ ଏହି ସହଯୋଗିତାରେ ଗୁରୁତ୍ୱ ପ୍ରଦାନ କରାଯିବ। ରିଲାଏନ୍ସ ଫାଉଣ୍ଡେସନର “ଡିଜିଟାଲ ଫରୱାର୍ଡ ଆପ୍ରୋଚ୍‌‌” ଭବିଷ୍ୟତର ନୂଆ କ୍ୟାରିୟର ପାଇଁ ଆଗ୍ରହୀ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି।

ଏହି ଅବସରରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ଦକ୍ଷତା, ପୁନଃଦକ୍ଷତା (ରି-ସ୍କିଲିଂ) ଓ କୌଶଳ ଉନ୍ନତିର ମନ୍ତ୍ର ଆପଣାଇ ଭାରତ ଏବେ ଆଦୌ ଅଟକିବ ନାହିଁ। ପୁନଃ ଦକ୍ଷତା ବିକାଶ ପରିବ୍ୟବସ୍ଥାରେ ବିଭିନ୍ନ ଡିଜିଟାଲ୍ ସେବାକୁ ବ୍ୟବହାର କରି ପ୍ରତ୍ୟେକ ଯୁବକଯୁବତୀଙ୍କ ପାଇଁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିଜର ଦକ୍ଷତା ବିକାଶ ପାଇଁ ସୁବିଧା ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରାଯାଉଛି। ବୈଷୟିକ ଜ୍ଞାନକୌଶଳ, ବ୍ୟାପକତା, ସ୍ଥାୟିତ୍ୱ ସହିତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତୀୟ କର୍ମବୀରମାନେ କେବଳ ଦେଶର ଚାହିଦା ପୂରଣ କରିବେ ନାହିଁ ବରଂ ବିଶ୍ୱସ୍ତରରେ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରିବ।’’

ରିଲାଏନ୍ସ ଫାଉଣ୍ଡେସନର ସିଇଓ ଶ୍ରୀ ଜଗନ୍ନାଥ କୁମାର କହିଛନ୍ତି ଯେ, “ଭାରତରେ ବିଶ୍ୱର ସବୁଠାରୁ ଅଧିକ ଯୁବ ଜନସଂଖ୍ୟା ରହିଛି ଏବଂ ସେମାନଙ୍କୁ ‘ଭବିଷ୍ୟତ ପାଇଁ ପ୍ରସ୍ତୁତ’ ଦକ୍ଷତା ପ୍ରଦାନ କରିବାକୁ ଆମେ ପ୍ରୟାସ କରୁଛୁ। ରିଲାଏନ୍ସ ଫାଉଣ୍ଡେସନର ଆମେ ବିଶ୍ୱାସ କରୁ ଯେ ସେମାନଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏହି ସହଯୋଗିତା ଏକ ଅନନ୍ୟ ପଦକ୍ଷେପ। ଏନଏସଡିସି ସହିତ ଏହି ସହଯୋଗିତା ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ ଯାହା ଦ୍ୱାରା ସେମାନେ ପରିବର୍ତ୍ତନଶୀଳ କାର୍ଯ୍ୟ ପ୍ରଣାଳୀ ଏବଂ ସୁଯୋଗ ସହିତ ସମତାଳରେ ଯୋଜନା ପ୍ରସ୍ତୁତ କରିପାରିବେ। ରିଲାଏନ୍ସ ଫାଉଣ୍ଡେସନ ଏବଂ ଏନଏସଡିସି ସମାନ ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟ ସହିତ ଯୁବ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏକତ୍ରୀତ ହୋଇଛନ୍ତି।’’

ଉଚ୍ଚମାନର ପାଠ୍ୟକ୍ରମ ଡିଜାଇନ୍ ଏବଂ ବିକାଶ; ଛାତ୍ରଛାତ୍ରୀଙ୍କ ପାଇଁ ସେବା ଉପଲବ୍ଧ କରାଇବା ; ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ; ସହଯୋଗୀମାନଙ୍କ ସହଯୋଗ; ଏଆଇ ସହାୟତାପ୍ରାପ୍ତ ଅନଲାଇନ୍ ମୂଲ୍ୟାୟନ, ସାର୍ଟିଫିକେସନ୍ ଏବଂ ଶିଳ୍ପ ଆଧାରିତ ନିୟୋଜନ ଭଳି କାର୍ଯ୍ୟକ୍ରମ ଏହି ସହଯୋଗିତା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି।

ଅବହେଳିତ ଏବଂ ଯୁବକଯୁବତୀମାନଙ୍କୁ ଉନ୍ନତ ଜୀବିକା ଏବଂ ନୂତନ ସୁଯୋଗ ପ୍ରଦାନ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ କାର୍ଯ୍ୟ କରୁଛି। ଏନଏସଡିସି ସହ ଏହି ସହଯୋଗିତା ସେ ଦିଗରେ ଆଉ ଏକ ପଦକ୍ଷେପ।

dharmendra pradhan Reliance Foundation
Share. Facebook Twitter LinkedIn Email WhatsApp Copy Link

Related Posts

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.