Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଦୋଳନ ମଧ୍ୟରେ ଶମ୍ଭୁ ସୀମାରେ ବୃଦ୍ଧ କୃଷକଙ୍କ ପ୍ରାଣହାନୀ: ଥଣ୍ଡା ଯୋଗୁଁ ହୃଦଘାତରେ ହେଲା ମୃତ୍ୟୁ
ଆଜିର ଖବର

ଆନ୍ଦୋଳନ ମଧ୍ୟରେ ଶମ୍ଭୁ ସୀମାରେ ବୃଦ୍ଧ କୃଷକଙ୍କ ପ୍ରାଣହାନୀ: ଥଣ୍ଡା ଯୋଗୁଁ ହୃଦଘାତରେ ହେଲା ମୃତ୍ୟୁ

February 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ମଧ୍ୟରେ ଜଣେ ବୃଦ୍ଧ କୃଷକ ପ୍ରାଣ ହରାଇଛନ୍ତି। ହୃଦଘାତରେ ପୀଡିତ ହେବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ ଅନ୍ନାଦାଙ୍କୁ ୭୮ ବର୍ଷିୟ ଜ୍ଞାନ ସିଂ ବୋଲି ଜଣା ପଡିଛି। ସେ ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଥିଲେ। ପ୍ରକାଶ ଯେ, ପ୍ରଦର୍ଶନ ସମୟରେ ରାତିରେ ସେ ଥଣ୍ଡା ଅନୁଭବ କରିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜ୍ଞାନ ସିଂଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ସକାଳ ୪ ଟାରେ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ପଟିଆଲାର ସରକାରୀ ରାଜେନ୍ଦ୍ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ସେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ତାଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ଦେଢ ଘଣ୍ଟା ଧରି ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପଞ୍ଜାବ-ହରିୟାଣା ସୀମାରେ ଚାଲିଥିବା ଚାଷୀଙ୍କ ବିରୋଧ ମଧ୍ୟରେ ଏହା ଜଣେ କୃଷକଙ୍କ ପ୍ରଥମ ମୃତ୍ୟୁ।

ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ, ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଏଠାକୁ ଅଣାଯିବା ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ସକାଳ ୬ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ପଟିଆଲା ଡେପୁଟି କମିଶନର ଶୌକତ ଅହମ୍ମଦ ପରେ ମଧ୍ୟ ଚାଷୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଡାକ୍ତରୀ ରେକର୍ଡ ଅନୁଯାୟୀ ହୃଦଘାତ ଯୋଗୁଁ ଚାଷୀଙ୍କ ମୃତ୍ୟୁ ଘଟିଛି।

Breaking News Farmers Protest
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣାରେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ, ଅନ୍ୟ ଦୁଇ ପୋଲିସ ଅଧିକାରୀ ଆହତ

February 11, 2026

ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଟି୨୦ ବିଶ୍ୱକପ୍ ରୁ ବାଦ ପଡ଼ିଲେ ଅଧିନାୟକ ମିଚେଲ ମାର୍ଶ

February 11, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ନୋଟିସ୍?: ଜାଣନ୍ତୁ କ’ଣ କହିଲେ କିରେନ୍ ରିଜିଜୁ?

February 11, 2026

ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଆରମ୍ଭ ହେବ ପ୍ରେମର ତୃତୀୟ ଅଧ୍ୟାୟ

February 11, 2026
Latest News

ଦୁର୍ଘଟଣାରେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ, ଅନ୍ୟ ଦୁଇ ପୋଲିସ ଅଧିକାରୀ ଆହତ

February 11, 2026

ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଟି୨୦ ବିଶ୍ୱକପ୍ ରୁ ବାଦ ପଡ଼ିଲେ ଅଧିନାୟକ ମିଚେଲ ମାର୍ଶ

February 11, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ନୋଟିସ୍?: ଜାଣନ୍ତୁ କ’ଣ କହିଲେ କିରେନ୍ ରିଜିଜୁ?

February 11, 2026

ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଆରମ୍ଭ ହେବ ପ୍ରେମର ତୃତୀୟ ଅଧ୍ୟାୟ

February 11, 2026

ଅପରେସନ ସିନ୍ଦୂର ବିଷୟରେ ବାୟୁସେନା ଉପାଧ୍ୟକ୍ଷଙ୍କ ବଡ଼ ଖୁଲାସା: ଜାଣନ୍ତୁ କ’ଣ କହିଲେ ଏୟାର ମାର୍ଶାଲ?

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.