Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

February 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ଡାକ ଟିକେଟ୍ ଆମର ଅସ୍ମିତା, ଗୌରବ, ସ୍ୱାଭିମାନ, ସମ୍ମାନ ଓ ପରିଚୟର ପ୍ରତୀକ। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚିତ ହୋଇଛି। ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନକୁ ମୋଦି ସରକାରରେ ଉଚିତ୍ ସମ୍ମାନ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର ନୂଆଁଖାଇ, ଶୀତଳଷଷ୍ଠୀ, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ ଉପରେ ଗୋଟିଏ ଲେଖାଏଁ ଡାକ ଟିକଟ ଏବଂ ଧନୁଯାତ୍ରା ଉପରେ ଦୁଇଟି ଡାକ ଟିକଟ ଉନ୍ମୋଚନ କରିଥିଲେ। ଏହାସହ ୫ ଜିଲ୍ଲାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶା ପାଇଁ ଗୌରବର ଦିନ। ରାଜ୍ୟ ପାଇଁ ବଡ ସମ୍ମାନ ଓ ରାଜ୍ୟବାସୀଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର କ୍ଷଣ। ୨୦୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ। ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟର ମହାନ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀର ଶତବାର୍ଷିକୀ ମଧ୍ୟ ପାଳନ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ ହେବା ଗୌରବର ବିଷୟ।

ସେହିପରି ସନ୍ଥକବି ଭୀମ ଭୋଇ ମହିମା ଧର୍ମର ମହାନ ପ୍ରଚାରକ। ଭୀମ ଭୋଇଙ୍କ ଜୀବନୀ ଆମ ସମସ୍ତଙ୍କ ପାଇଁ ଆଦର୍ଶ। ତାଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ କରି ଭୀମ ଭୋଇଙ୍କୁ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରଙ୍ଗବତୀ ଗୀତର ତିନି ଜଣ ସ୍ରଷ୍ଟାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରି ମୋଦି ସରକାର ଏହି ଲୋକକଳାକୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ଏବଂ ସମ୍ବଲପୁରକୁ ତଥା ଓଡ଼ିଶାକୁ ସମ୍ମାନିତ କରିଛନ୍ତି। ଆଜି ସମ୍ବଲପୁର ସହ ଜଡ଼ିତ ପାରମ୍ପରିକ କଳା ଓ ଐତିହ୍ୟ ଉପରେ ଡାକ ଟିକଟ ଉନ୍ମୋଚନ ହେବା ଦ୍ୱାରା ଆମର କଳା, ସଂସ୍କୃତି ଓ ପରମ୍ପରାର ସୁଦୂର ପ୍ରଚାରପ୍ରସାର ହେବ। ସେହିପରି ଆଜି ଦୁନିଆ ବଦଳୁଥିବା ବେଳେ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ଦିଗରେ ଉଦଘାଟିତ ଅତ୍ୟାଧୁନିକ ଡାକଘରର ଅଗ୍ରଣୀ ଭୂମିକା ରହିବ। ମୋଦି ଦେଶରେ ମିଳିନ ହେଉଥିବା ଡାକଘରକୁ ସଜାଡି ଆଉ ଥରେ ଦୀପ ଲଗାଇ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରର ବୀରଗାଥାର ପ୍ରତୀକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ୧୮୫୭ ମସିହା ବିଦ୍ରୋହରେ ସେ ଓ ତାଙ୍କ ସହଯୋଗୀମାନେ ଦେଶକୁ ସ୍ୱାଧୀନତା ଦେବା ପାଇଁ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଇଂରେଜ ମାନଙ୍କ ସହ ବୀରତ୍ୱର ସହ ଲଢ଼ି ବଳିଦାନ ଦେଇଥିଲେ। ବୀର ସୁରେନ୍ଦ୍ର ସାଏ ମଧ୍ୟପ୍ରଦେଶର ଆସିରଗଡ ଦୁର୍ଗରେ ଶେଷ ଜୀବନ କାଟିଥିଲେ। ଏହି ପରିପ୍ରେକ୍ଷୀରେ ସେ ମଧ୍ୟପ୍ରଦେଶର ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ପତ୍ର ଲେଖିଥିଲେ। ଅବିଳମ୍ବେ ଆସିରଗଡ଼ରେ ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେହି ସ୍ଥାନରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିର୍ମାଣ ସହ ସ୍ମାରକୀ ସ୍ଥାପନା ହେଲେ ସମ୍ବଲପୁର ଅଞ୍ଚଳର ସ୍ୱାଭିମାନ ଓ ଆକାଂକ୍ଷା ପୂରଣ ହେବ।

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସାମିଲ ହୋଇ ନିଜର ଅଭିଭାଷଣ ରଖିଥିଲେ।

ଗଙ୍ଗାଧର ମେହେର ଧନୁଯାତ୍ରା ସମ୍ବଲପୁର ସମ୍ବଲପୁର ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026

ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?

June 17, 2026

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026
Latest News

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026

ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ

June 17, 2026

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026

ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?

June 17, 2026

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.