ବନ୍ତ ବିଜେପିର ମିଶ୍ରଣ ପର୍ବ: ବିଭିନ୍ନ ଦଳରୁ ମିଶିଲେ ୩ଶହରୁ ଉର୍ଦ୍ଧ୍ୱ କର୍ମୀ

Published: Feb 27, 2024, 1:54 pm IST

ଭୁବନେଶ୍ଵର: ଭଦ୍ରକ ଜିଲ୍ଲା ବନ୍ତ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକ ଅଧିନସ୍ଥ ବସନ୍ତିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝାଙ୍କ ନେତୃତ୍ୱରେ ୩ଶହରୁ ଉର୍ଦ୍ଧ୍ୱ କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ। ବନ୍ତ ଥାନା ଛକଠାରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଜଳସେଚନ କାର୍ଯ୍ୟାଳୟ ନିକଟରେ ଥ‌ିବା ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବିଜେପି ନେତା ସୁଧାଂଶୁ ଶେଖର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ମିଶ୍ରଣ ପର୍ବଣେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ କହିଲେ, ମୋଦିଙ୍କ ଗ୍ୟାରେଣ୍ଟି ଆଜି ସାରାଦେଶର ଲୋକଙ୍କୁ ପ୍ରଭାବିତ କରିଥିବାବେଳେ ଆଜିର ଏହି ମହାମିଶ୍ରଣ ଏଠାରେ ବିଜେପିକୁ ବିଜୟୀ କରିବାରେ କେହି ରୋକିପାରିବେ ନାହିଁ। ରାଜ୍ୟ କାର୍ଯ୍ୟକାରିଣୀ ସହସ୍ୟ ବଦ୍ରୀ ନାରାୟଣ ଧଳ, ପୂର୍ବତନ ବ୍ଲକ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, କିଶୋର କିଙ୍କର ପଢିଆରୀ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ଵର ବେହେରା, ବରଡ଼େଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ମଣ୍ଡଳ କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ କେନା, ତୋଡ଼ଗାଁ ସରପଞ୍ଚ ମାନସ ପହୀ, ବରିଷ୍ଠ ବିଜେପି ନେତା କମଳାକାନ୍ତ ସାହୁ, ବାଦଲ ମଜୁମଦାର, ସୁଧୁର ନାୟକ, ଆଇନଜୀବୀ ମାଧନା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ନୂତନ ପଦାଧିକାରୀ ଓ କର୍ମୀମାନଙ୍କୁ ଦଳରେ ସ୍ୱାଗତ କରିଥିଲେ। ଦଳୀୟ ଉତରୀୟ ଟୋପି ପ୍ରଦାନପୂର୍ବକ ଦଳକୁ ଆହ୍ୱାନ କରାଯାଇଥିଲା।

ଏହି ଅବସରରେ ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା। ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ବର୍ଷ ଗଠନରେ ସାମିଲ ହୋଇ ଦଳରେ ମୁଁ ଏବଂ ମୋ ସହିତ ୩ଶହରୁ ଉର୍ଦ୍ଧ୍ୱ କର୍ମୀ ବିଶେଷ କରି ଶାସକ ଦଳ ପରିତ୍ୟାଗ କରି ମିଶିଥିବା କହିଥିବାବେଳେ ପୂର୍ବରୁ ବିଜୁ ଜନତା ଦଳକୁ ଯେପରି ସଶକ୍ତ କରାଯାଇଥିଲା, ସେହିପରି ବିଜେପି ଦଳକୁ ଏଠାରେ ଏକ ନମ୍ବର କରାଯିବ ବୋଲି ହଲି ଦେଖାଇଥିଲେ। ପୂର୍ବତନ ସରପଞ୍ଚ ଶ୍ରୀ ଓଝାଙ୍କ ସମେତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତିଳୋତମା ଜେନା।

ପୂର୍ବତନ ସମିତି ସଭ୍ୟ ଅରୂପ କୁମାର ମଲ୍ଲିକ, ବର୍ତମାନର ୱାର୍ଡ଼ ସଭ୍ୟ ଜ୍ୟୋତ୍ସ୍ନାରାଣୀ ଜେନା, ତାପସ ଦାସ, ସୋମନାଥ ଜେନା, ଅମୂଲ୍ୟ ରାଉତ, ବିଶ୍ଵନାଥ ଧଳ, ବାବୁ ସ୍ୱାଇଁ, କପିଳ ପ୍ରଧାନ, ଘନଶ୍ୟାମ ମଲ୍ଲିକ, ଭାଗବତ ପ୍ରସାହ ରାଉତ, ନିଶିକାନ୍ତ ରାଉତ, ଭାଷର ଚନ୍ଦ୍ର ଜେନା, ଅଲେଖ ଜେନା, ଉମେଶ ମଲ୍ଲିକ, ପ୍ରଭାସ ମଲ୍ଲିକଙ୍କ ସମେତ ବହୁ କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ।

Related posts