Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୧୦ ରେ ରେଳବାଇର ଚକ୍କା ଜାମ ଘୋଷଣା: ପଢନ୍ତୁ କୃଷକ ଆନ୍ଦୋଳନର ସମ୍ପୂର୍ଣ୍ଣ ଯୋଜନା
ଆଜିର ଖବର

ମାର୍ଚ୍ଚ ୧୦ ରେ ରେଳବାଇର ଚକ୍କା ଜାମ ଘୋଷଣା: ପଢନ୍ତୁ କୃଷକ ଆନ୍ଦୋଳନର ସମ୍ପୂର୍ଣ୍ଣ ଯୋଜନା

March 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ କୃଷକ ନେତା ଜଗଜିତ ସିଂ ଡଲ୍ଲେୱାଲ ଏବଂ ସରଭନ ସିଂ ପଣ୍ଢେର୍ ରବିବାର ଦିନ କହିଛନ୍ତି ଯେ, ଆମର ଦିଲ୍ଲୀ ଚଲୋ ପଦଯାତ୍ରା ସ୍ଥଗିତ ରଖାଯାଇ ନାହିଁ। ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମର ବିରୋଧ ଜାରି ରହିବ।

ଜଗଜିତ ସିଂ ଡଲ୍ଲେୱାଲ କହିଛନ୍ତି ଯେ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇ ନାହିଁ। ଆମେ ଏଥିରୁ ପଛଘୁଞ୍ଚା ଦେଇନାହୁଁ। ଯେପରି କେନ୍ଦ୍ର ସରକାର ଆମର ଦାବି ପୂରଣ କରିବେ, ସେଥିପାଇଁ ଆମେ ରଣନୀତି ପ୍ରସ୍ତୁତ କରିଛୁ। ଯେଉଁଠାରେ ଆମେ ବସିଛୁ ସେହି ସୀମାରେ ଆମେ ସଂଖ୍ୟା ବୃଦ୍ଧି କରିବୁ। ଆମେ ମଧ୍ୟ କୃଷକମାନଙ୍କୁ ଅନ୍ୟ ସୀମାକୁ ଆଣିବାକୁ ଚେଷ୍ଟା କରିବୁ।

ଜଗଜିତ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନିଷ୍ପତ୍ତି ନେଇଛୁ ଯେ ମାର୍ଚ୍ଚ ୬ ତାରିଖରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରେଳ, ବସ୍ ଏବଂ ବିମାନ ଯୋଗେ (ଦିଲ୍ଲୀ) ଆସିବେ। ମାର୍ଚ୍ଚ ୧୦ ତାରିଖରେ ଅପରାହ୍ନ ୧୨ ରୁ ୪ ଟା ପର୍ଯ୍ୟନ୍ତ ଆମର ଏକ ରେଳ ରୋକୋ ଆନ୍ଦୋଳନ ହେବ। ଆମେ ନିବେଦନ କରୁଛୁ ଯେ, ଯଥାସମ୍ଭବ ଲୋକ ଏଥିରେ ଭାଗ ନିଅନ୍ତୁ।

ସରଭନ ସିଂ ପଣ୍ଢେର୍ କ’ଣ କହିଲେ?:

ପଞ୍ଜାବ କିସାନ ମଜଦୁର ସଂଘର୍ଷ ସମିତିର ସାଧାରଣ ସମ୍ପାଦକ ସରଭନ ସିଂ ପଣ୍ଢେର୍ ମଧ୍ୟ ଜଗଜିତ ସିଂଙ୍କ ବକ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ, ଖନୌରୀ ଏବଂ ଶମ୍ଭୁ ସୀମାରେ ବସିଥିବା କୃଷକମାନେ ସେମାନଙ୍କର ଆନ୍ଦୋଳନ ଚଳାଇବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଜୟ ମିଶ୍ର ଟେନିଙ୍କୁ ଟିକେଟ୍ ଦେଇ ବିଜେପି ଚାଷୀଙ୍କୁ ଅପମାନିତ କରିଛି।

ମାର୍ଚ୍ଚ ୧୪ ତାରିଖରେ କୃଷକମାନେ ମଧ୍ୟ ‘କିଷାନ ମହାପଞ୍ଚାୟତ’ ଆୟୋଜନ କରିବେ। ଏ ସମ୍ପର୍କରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା କହିଛନ୍ତି ଯେ, ଏଥିରେ ୪୦୦ରୁ ଅଧିକ କୃଷକ ସଂଗଠନ ଅଂଶଗ୍ରହଣ କରିବେ। ୟୁନାଇଟେଡ କିସାନ ମୋର୍ଚ୍ଚା ଏବଂ କିସାନ ମଜଦୁର ମୋର୍ଚ୍ଚା (କେଏମଏମ) କୁ ଏସକେଏମ ଏକତା ପାଇଁ ନିବେଦନ କରି ଏକ ପ୍ରସ୍ତାବ ପଠାଇଛି।

ଚାଷୀଙ୍କ ଦାବି କ’ଣ?:

ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି, ସ୍ଵାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, କୃଷକ ଏବଂ କୃଷି ଶ୍ରମିକଙ୍କ ପାଇଁ ପେନସନ ଏବଂ କୃଷି ଋଣ ଛାଡ ସମେତ ଅନେକ ଦାବି ରହିଛି।

Delhi Chalo March Farmer Protest
Share. Facebook Twitter LinkedIn Email WhatsApp Copy Link

Related Posts

ଜନ ଅଭିଯୋଗ ଶୁଣାଣି ଶିବିରରେ ଛାତ୍ରଛାତ୍ରୀମାଙ୍କୁ ଲ୍ୟାପଟପ୍ ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାପାଳ

September 8, 2026

ଏନଏମଏସିସି ପାଲଟିଛି ବିଶାଳ ସାଂସ୍କୃତିକ କେନ୍ଦ୍ର: ତିନି ବର୍ଷରେ ୩୫୦୦ ଶୋ ଏବଂ ୨୫ ଲକ୍ଷ ଦର୍ଶକ

September 8, 2026

ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

September 8, 2026

ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ

September 8, 2026
Latest News

ଜନ ଅଭିଯୋଗ ଶୁଣାଣି ଶିବିରରେ ଛାତ୍ରଛାତ୍ରୀମାଙ୍କୁ ଲ୍ୟାପଟପ୍ ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାପାଳ

September 8, 2026

ଏନଏମଏସିସି ପାଲଟିଛି ବିଶାଳ ସାଂସ୍କୃତିକ କେନ୍ଦ୍ର: ତିନି ବର୍ଷରେ ୩୫୦୦ ଶୋ ଏବଂ ୨୫ ଲକ୍ଷ ଦର୍ଶକ

September 8, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ: ୧୧ ତାରିଖରେ ପ୍ରବାସୀ ଓଡ଼ିଆଙ୍କୁ କରିବେ ସମ୍ୱୋଧନ

September 8, 2026

ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

September 8, 2026

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.