ଇଡିର ୮ ମ ସମନରେ ମଧ୍ୟ ହାଜର ହେବେ ନାହିଁ କେଜ୍ରିୱାଲ: ଜାଣନ୍ତୁ କ’ଣ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

Published: Mar 4, 2024, 10:42 am IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ ନାହିଁ। ତେବେ ସେ ଇଡି ପ୍ରଶ୍ନର ଉତ୍ତର ଦେବାକୁ ରାଜି ହୋଇଛନ୍ତି। ଏଥିସହ ସେ ଏଥିପାଇଁ ଏକ ତାରିଖ ମାଗିଛନ୍ତି ଏବଂ ଅନଲାଇନ୍ ମୋଡରେ ଅନୁସନ୍ଧାନକାରୀ ଏଜେନ୍ସିଙ୍କ ନିକଟରେ ହାଜର ହେବେ ବୋଲି କହିଛନ୍ତି।

ସକାଳେ ଆମ୍ ଆଦମୀ ପାର୍ଟି (ଏଏପି) ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ, “ଏଏପି ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ ଇଡିକୁ ଏକ ଉତ୍ତର ପଠାଯାଇଛି। ସେ କହିଛନ୍ତି ଯେ, ଏହି ଡାକରା ବେଆଇନ ଅଟେ। ଏହା ପରେ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି। ସେମାନଙ୍କୁ ଉତ୍ତର ଦେବାକୁ ସିଏମ୍ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ ୧୨ ତାରିଖ ପରେ ଏକ ତାରିଖ ମାଗିଛନ୍ତି। ଏହି ତାରିଖ ପରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଯୋଗଦେବେ।”

ଇଡି କଣ କହିଲା?

ସୂଚନା ଅନୁଯାୟୀ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା କରିବାକୁ ଇଡି ପ୍ରସ୍ତୁତ ନୁହେଁ। ଇଡି ଅଧିକାରୀମାନେ ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମୁହାଁମୁହିଁ ଜେରା କରିବାକୁ ଚାହୁଁଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେରା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଏହା ମଧ୍ୟ କହିଛି।

Related posts