Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭ୍ରଷ୍ଟାଚାର ବିରୁଦ୍ଧରେ ଶକ୍ତ ହେଲେ ସରକାର : ୧୫ ଭ୍ରଷ୍ଟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ
ଆଜିର ଖବର

ଭ୍ରଷ୍ଟାଚାର ବିରୁଦ୍ଧରେ ଶକ୍ତ ହେଲେ ସରକାର : ୧୫ ଭ୍ରଷ୍ଟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ

June 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ନେଇଛନ୍ତି ଦୃଢ଼ ପଦକ୍ଷେପ। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଭ୍ରଷ୍ଟାଚାର ଉପରେ ବେଶ୍‌ ଦୃଢ ହୋଇଥିବାର ଦେଖାଯାଇଛି ।  ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସରକାର । ମୁଖ୍ୟ ଆୟୁକ୍ତ, ଆୟୁକ୍ତ ଓ ଅତିରିକ୍ତ ଆୟୁକ୍ତ ସ୍ତରର ଅଧିକାରୀମାନେ ଏହି ଲିଷ୍ଟ୍‌ରେ ସାମିଲ୍‌ ଅଛନ୍ତି । ଏହି ସମସ୍ତଙ୍କ ବିରୋଧରେ ଭ୍ରଷ୍ଟାଚାର, ଲାଞ୍ଚ କାରବାରର ଅଭିଯୋଗ ରହିଛି । ୧୮ ଜୁନ୍‌ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ସେବା ବିଭାଗର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରିନ୍ସିପାଲ୍‌ କମିଶନର ଡ. ଅନୁପ୍‌ ଶ୍ରୀବାସ୍ତବ, କମିଶନର ଅତୁଲ ଦୀକ୍ଷିତ୍‌, କମିଶନର ସଂସାର ଚନ୍ଦ୍ର, କମିଶନର ହର୍ଷା, କମିଶନର ବିନୟ ବ୍ରିଜ ସିଂହ, ଆଡିସନାଲ୍‌ କମିଶନର୍‌ ଅଶୋକ ମହିନ୍ଦା, ଆଡିସନାଲ୍‌ କମିଶନର୍‌ ବୀରେନ୍ଦ୍ର ଅଗ୍ରଓ୍ବାଲ, ଡେପୁଟି କମିଶନର୍‌ ଅମରେଶ୍‌ ଜୈନ୍‌, ଯୁଗ୍ମ କମିଶନର୍‌ ନଳିନୀ କୁମାର, ଆସିଷ୍ଟାଣ୍ଟ କମିଶନର୍‌ ଏସଏସ ପାବ୍‌ନା, ଆସିଷ୍ଟାଣ୍ଟ୍‌ କମିଶନର୍‌ ଏସଏସ୍‌ ବିଷ୍ଟ, ଆସିଷ୍ଟାଣ୍ଟ କମିଶନର ବିନୋଦ ସାଙ୍ଗା, ଆଡ଼ିସନାଲ୍‌ କମିଶନର ରାଜୁ ସେକର, ଡେପୁଟି କମିଶନର୍‌ ଅଶୋକ କୁମାର ଅସବାଲ୍‌ ଓ ଆସିଷ୍ଟାଣ୍ଟ୍‌ କମିଶନ୍‌ ମୋହମ୍ମଦ ଅଲତାଫ୍‌ ପ୍ରମୁଖ । ଏହି ଅଧିକାରୀମାନଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ୍‌ ଆଣ୍ଡ୍‌ ଆଡମିନିଷ୍ଟ୍ରେଟିଭ୍‌ ରିଫର୍ମ ନିୟମ ୫୬ ଅନୁସାରେ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ବିଭାଗ ଦାୟିତ୍ବ ନେବା ପରେ ଏହି ସମ୍ପର୍କିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026

ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ଫିଚରକୁ ନେଇ ବଢ଼ିଲା ଚିନ୍ତା: କାହିଁକି ରୋକ ଲଗାଇବାକୁ କହିଲେ କେନ୍ଦ୍ର ସରକାର?

July 2, 2026

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

July 2, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.