Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ଓଡିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ପାଳିତ
ଆଜିର ଖବର

ରଣପୁରରେ ଓଡିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ପାଳିତ

March 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖରେ ଓଡିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ହେଉଛି। ଆଜି ହେଉଛି ସେହି ପ୍ରବାଦ ପୁରୁଷଙ୍କ ୧୦୮ତମ ଜନ୍ମବାର୍ଷିକୀ। ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ।  ସ୍ୱାଧୀନତା ସଂଗ୍ରାମର ବହ୍ନି ପିଲାଟି ଦିନରୁ ତାଙ୍କ ଭିତରେ ଜାଗି ଉଠିଥିଲା। ଗାନ୍ଧିଜୀଙ୍କ ଆହ୍ୱାନରେ ସେ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବରହରଲାଲ ନେହେରୁଙ୍କ ସେ ଅତିପ୍ରିୟ ଅନୁଗତ ଥିଲେ। ସ୍ୱାଧୀନତା ପରେ ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାର ସ୍ବପ୍ନ ଦେଖିଥିଲେ। ୬୦ ଦଶକର ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ। ତାଙ୍କ ନେତୃତ୍ୱରେ ୧୪୦ ରୁ ୮୨ ଆସନ କଂଗ୍ରେସ ଜିତିଥିଲା। ୧୯୬୧ ମସିହାରେ ମାତ୍ର ୪୫ ବର୍ଷ ବୟସରେ ସେ ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ। ବିଜୁ ବାବୁଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି କୁହାଯାଏ। ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ପାଇଁ ସେ ପଦକ୍ଷେପ ନେଇଥିଲେ ବୋଲି କୁହାଯାଏ।

ଏହି ଅବସରରେ ରଣପୁରରେ ବିଜୁ ଜୟନ୍ତୀ ପାଳିତ ହୋଇ ଯାଇଛି। ପ୍ରଥମେ ପଞ୍ଚୁଦୋଳ ପଡିଆରେ ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଅୟମ ଆରମ୍ଭ କରାଯାଇଥିଲା। ଏହା ପରେ ପଞ୍ଚୁଦୋଳ ପଡିଆ ଠାରୁ ମଣିନାଗ ମନ୍ଦିର ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଏହା ପରେ ମଣିନାଗ କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନା କରାଯାଇଥିଲା। ଏହା ସହିତ ରଣପୁର ଡାକ୍ତରଖାନାରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ପଞ୍ଚୁଦୋଳ ପଡିଆରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇ ବିଜୁ ବାବୁଙ୍କ ଜୀବନୀ କଥା ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, କିଶୋର ପଟ୍ଟନାୟକ, ଆଇନୀଜୀବୀ ବନମାଳୀ ମହାପାତ୍ର, ସୁଦର୍ଶନ ମାନସିଂହ, ଦିନେଶ ପରିଡା, କାମଳାକ୍ଷୀ ଦେବୀଦର୍ଶିନୀଙ୍କ ସମେତ ସମସ୍ତ କାଉନସିଲର, ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ଓଡ଼ିଶାର ବରପୁତ୍ର ଜନ୍ମ ବାର୍ଷିକୀ ବିଜୁ ପଟ୍ଟନାୟକ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.