Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳିକା ଦ୍ୱାରା ଅତିଥି ଗୃହର ଶୁଭ ଉଦ୍‌ଘାଟନ: ଓଡ଼ିଶାର ବୁଣାକାର ଓ କାରିଗରମାନେ ନେଇପାରିବେ ସୁବିଧା
ଆଜିର ଖବର

ଉତ୍କଳିକା ଦ୍ୱାରା ଅତିଥି ଗୃହର ଶୁଭ ଉଦ୍‌ଘାଟନ: ଓଡ଼ିଶାର ବୁଣାକାର ଓ କାରିଗରମାନେ ନେଇପାରିବେ ସୁବିଧା

March 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ବୁଧବାର ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଆର୍ଥିକ ସହାୟତାରେ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ନିର୍ମିତ ଏକ ଅତିଥି ଗୃହର ଶୁଭ ଉଦ୍‌ଘାଟନ କରିଛନ୍ତି । ସମଗ୍ର ଓଡ଼ିଶାର ବୁଣାକାର ଓ କାରିଗରମାନେ ବିପଣନ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ଆସିଥାନ୍ତି । ସ୍ୱଳ୍ପକାଳ ରହଣି ନିମନ୍ତେ କମ୍‌ ଦରରେ ରାତି୍ରଯାପନ ପାଇଁ ଏକ ନିର୍ଭରଯୋଗ୍ୟ ଅତିଥି ଗୃହର ଆବଶ୍ୟକତାକୁ ଅନୁଭବ କରି ଏହି ଅତିଥି ଗୃହର ନିର୍ମାଣ କରାଯାଇଛି । ଓଡ଼ିଶାର ସମସ୍ତ ବୁଣାକାର ଓ କାରିଗରମାନେ ଭୁବନେଶ୍ୱର ଗସ୍ତ ସମୟରେ ଏହି ଅତିଥି ଗୃହର ସୁବିଧା ନେଇପାରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଆଶାପ୍ରକାଶ କରିଥିଲେ ।

ମଞ୍ଚେଶ୍ୱରସ୍ଥିତ ଏହି ଅତିଥି ଭବନରେ ନିର୍ଦ୍ଧାରିତ ମୂଲ୍ୟରେ ଜଣେ ବୁଣାକାର ବା କାରିଗର ରାତି୍ରଯାପନ କରିପାରିବେ ଓ ସର୍ବାଧିକ ୭ ଦିନ ରହି ପାରିବାର ବ୍ୟବସ୍ଥା କରାଯାଇଛି। ଏଠାରେ ଶୀତତାପ ନିୟନ୍ତ୍ରିତ କୋଠରି, ଶଯ୍ୟା ଓ ପରିଷ୍କାର ଶୌଚାଳୟ ସହିତ ପାନୀୟ ଜଳ ଉପଲବ୍ଧ କରାଯାଇଛି। ପୁରୁଷ ଓ ମହିଳା କାରିଗରମାନଙ୍କ ନିମନ୍ତେ ପୃଥକ ଗୃହର ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ସମେତ ସସ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଉତ୍କଳିକା ଏହି ଅତିଥି ଗୃହର ପରିଚାଳନା ଦାୟିତ୍ୱ ନେଇଛି।

ଏହି ଅତିଥି ଭବନ ଉଦ୍‌ଘାଟନ ସମୟରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ସଭାପତି ସୁଦର୍ଶନ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା କଲ୍ୟାଣୀ ପଟ୍ଟନାୟକ ଏହି ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ଥିଲେ।

ଆର୍ଥିକ ସହାୟତା ରୀତା ସାହୁ ହସ୍ତତନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Latest News

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.