Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ଉଗ୍ରତାରାଙ୍କ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ମା’ ଉଗ୍ରତାରାଙ୍କ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

March 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମୁଲିଝର ଗଡ଼ରେ ବିଦ୍ୟମାନ ମା’ ଉଗ୍ରତାରାଙ୍କ ମନ୍ଦିରର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶିଳାନ୍ୟାସ କରିଛନ୍ତି। ଆଜି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ କରିଛନ୍ତି।

ଏହି ଅବସରରେ ମା’ ଉଗ୍ରତାରାଙ୍କ ପୀଠରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲିକ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଜିଲ୍ଲାପାରିଷଦ ଅଧ୍ୟକ୍ଷା ରୁପଶ୍ରୀ ଗୁମାନସିଂ, ଟାଙ୍ଗୀ ବ୍ଳକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଟାଙ୍ଗୀ ବ୍ଳକ ବିଜେଡି ଯୁବ ସଭାପତି ଚିନ୍ମୟ ପୃଷ୍ଟି ପ୍ରମୁଖ ଯୋଗଦେଇ ଥିଲେ। ମା’ଙ୍କ ପୀଠର ନବୀକରଣ ହେବା ଦ୍ୱାରା ଭକ୍ତ ମାନେ ନୂତନ ଅନୁଭବ ପାଇବା ସହ ବହୁ ଭକ୍ତଙ୍କର ସମାଗମ ହେବ। ଭକ୍ତ ମାନେ ପରୀକ୍ରମା ମାର୍ଗରେ ଯାଇ ମା’ ଉଗ୍ରତାରାଙ୍କୁ ଦର୍ଶନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମଲିକ କହିଛନ୍ତି।

ଓଡ଼ିଶାର ଖ୍ୟାତନାମା ଉଗ୍ରତାରାଙ୍କ ମନ୍ଦିର ୧୬ ନଂ ଜାତୀୟ ରାଜପଥଠାରୁ ୩ କିଲୋମିଟର ଦୂର ତଥା ଭୂଷଣ୍ଡପୁର ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ବହୁ ପୁରାତନ ମନ୍ଦିର ହୋଇଥିବାରୁ ପ୍ରତ୍ୟେକ ଦିନ ଏଠାରେ ଭକ୍ତଙ୍କର ପ୍ରବଳ ଭିଡ଼ ହୋଇଥାଏ।  ତେଣୁ ଭକ୍ତଙ୍କ ସହ ସ୍ଥାନୀୟ ଲୋକେ ମା’ଙ୍କ ପୀଠର ଉନ୍ନତି ପାଇଁ ଦାବିକରିଆସୁଥିଲେ।

ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ନଭେମ୍ବର ୨୧ ତାରିଖ ୨୦୨୨ରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମା’ ଉଗ୍ରତାରାଙ୍କ ମନ୍ଦିରକୁ ଅଚାନକ ପରିଦର୍ଶନ କରି ଏହାର ରୂପାନ୍ତରୀଣ ଯୋଜନାର କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ତାହା ପରଖି ଥିଲେ। ମା’ ଉଗ୍ରତାରାଙ୍କ ପରୀକ୍ରମା ମାର୍ଗ ସହ, ସେବାୟତଙ୍କ ବିଶ୍ରାମ ଭବନ, ତୀର୍ଥ ଯାତ୍ରୀ ବିଶ୍ରାମ ଗୃହ, ଦୋକାନ ଘର, ଭୋଗ ମଣ୍ଡପ, ସୂଚନା କେନ୍ଦ୍ର ସହ ମନ୍ଦିର ପୁଷ୍କରିଣୀ ସମୂହର କାର୍ଯ୍ୟ ପାଇଁ ୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର।

ଏହାର ନିର୍ମାଣ ଦାୟିତ୍ୱ ଓବିସିସି କୁ ପ୍ରଦାନ କରାଯାଇଛି। ଏହାର ଟେଣ୍ଡର କାର୍ଯ୍ୟ ସରିଛି।  ଆସନ୍ତା କାଲି ଠାରୁ କାର୍ଯ୍ୟ ଆରମ୍ଭ ହୋଇ ଏପ୍ରିଲ ୧୯ ତାରିଖ ୨୦୨୫ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉନ୍ନତିକରଣ ପ୍ରକଳ୍ପ ମା' ଉଗ୍ରତାରା
Share. Facebook Twitter LinkedIn Email WhatsApp Copy Link

Related Posts

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ

July 7, 2026

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.