Categories
ଆଜିର ଖବର ରାଜ୍ୟ ଖବର

ମା’ ଉଗ୍ରତାରାଙ୍କ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମୁଲିଝର ଗଡ଼ରେ ବିଦ୍ୟମାନ ମା’ ଉଗ୍ରତାରାଙ୍କ ମନ୍ଦିରର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶିଳାନ୍ୟାସ କରିଛନ୍ତି। ଆଜି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ କରିଛନ୍ତି।

ଏହି ଅବସରରେ ମା’ ଉଗ୍ରତାରାଙ୍କ ପୀଠରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲିକ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଜିଲ୍ଲାପାରିଷଦ ଅଧ୍ୟକ୍ଷା ରୁପଶ୍ରୀ ଗୁମାନସିଂ, ଟାଙ୍ଗୀ ବ୍ଳକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଟାଙ୍ଗୀ ବ୍ଳକ ବିଜେଡି ଯୁବ ସଭାପତି ଚିନ୍ମୟ ପୃଷ୍ଟି ପ୍ରମୁଖ ଯୋଗଦେଇ ଥିଲେ। ମା’ଙ୍କ ପୀଠର ନବୀକରଣ ହେବା ଦ୍ୱାରା ଭକ୍ତ ମାନେ ନୂତନ ଅନୁଭବ ପାଇବା ସହ ବହୁ ଭକ୍ତଙ୍କର ସମାଗମ ହେବ। ଭକ୍ତ ମାନେ ପରୀକ୍ରମା ମାର୍ଗରେ ଯାଇ ମା’ ଉଗ୍ରତାରାଙ୍କୁ ଦର୍ଶନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମଲିକ କହିଛନ୍ତି।

ଓଡ଼ିଶାର ଖ୍ୟାତନାମା ଉଗ୍ରତାରାଙ୍କ ମନ୍ଦିର ୧୬ ନଂ ଜାତୀୟ ରାଜପଥଠାରୁ ୩ କିଲୋମିଟର ଦୂର ତଥା ଭୂଷଣ୍ଡପୁର ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ବହୁ ପୁରାତନ ମନ୍ଦିର ହୋଇଥିବାରୁ ପ୍ରତ୍ୟେକ ଦିନ ଏଠାରେ ଭକ୍ତଙ୍କର ପ୍ରବଳ ଭିଡ଼ ହୋଇଥାଏ।  ତେଣୁ ଭକ୍ତଙ୍କ ସହ ସ୍ଥାନୀୟ ଲୋକେ ମା’ଙ୍କ ପୀଠର ଉନ୍ନତି ପାଇଁ ଦାବିକରିଆସୁଥିଲେ।

ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ନଭେମ୍ବର ୨୧ ତାରିଖ ୨୦୨୨ରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମା’ ଉଗ୍ରତାରାଙ୍କ ମନ୍ଦିରକୁ ଅଚାନକ ପରିଦର୍ଶନ କରି ଏହାର ରୂପାନ୍ତରୀଣ ଯୋଜନାର କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ତାହା ପରଖି ଥିଲେ। ମା’ ଉଗ୍ରତାରାଙ୍କ ପରୀକ୍ରମା ମାର୍ଗ ସହ, ସେବାୟତଙ୍କ ବିଶ୍ରାମ ଭବନ, ତୀର୍ଥ ଯାତ୍ରୀ ବିଶ୍ରାମ ଗୃହ, ଦୋକାନ ଘର, ଭୋଗ ମଣ୍ଡପ, ସୂଚନା କେନ୍ଦ୍ର ସହ ମନ୍ଦିର ପୁଷ୍କରିଣୀ ସମୂହର କାର୍ଯ୍ୟ ପାଇଁ ୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର।

ଏହାର ନିର୍ମାଣ ଦାୟିତ୍ୱ ଓବିସିସି କୁ ପ୍ରଦାନ କରାଯାଇଛି। ଏହାର ଟେଣ୍ଡର କାର୍ଯ୍ୟ ସରିଛି।  ଆସନ୍ତା କାଲି ଠାରୁ କାର୍ଯ୍ୟ ଆରମ୍ଭ ହୋଇ ଏପ୍ରିଲ ୧୯ ତାରିଖ ୨୦୨୫ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଞ୍ଚଳିକ

ଖୋଲିଲା ଭୁଷଣ୍ଡପୁରସ୍ଥିତ ମା ଉଗ୍ରତାରା ମନ୍ଦିର ହୁଣ୍ଡି, ଜାଣନ୍ତୁ ସର୍ବମୋଟ କେତେ ଟଙ୍କା ମିଳିଲା

ନିରାକାରପୁର: ଓଡିଶାର ମହାନ ଶକ୍ତି ପୀଠ ଓ ତନ୍ତ୍ର ପୀଠ ଗୁଡ଼ିକ ମଧ୍ୟରୁ ମା ଉଗ୍ରତାରା ପୀଠ ଅନ୍ୟତମ। ଆଜି ଦିଵା ଦଶ ଘଟିକା ସମୟରେ ମନ୍ଦିରର ହୁଣ୍ଡି ଖୋଲାଯାଇଛି । ମା ଉଗ୍ରତାରା ଟ୍ରଷ୍ଟ ବୋର୍ଡ ସଭାପତି ଟାଙ୍ଗୀ ତହସିଲଦାର ମିତାଲି ପାତ୍ର, ଟାଙ୍ଗୀ ବିଡିଓ ରେଶ୍ମା ଟେଟେ, ଭୁଷଣ୍ଡପୁର ଫାଣ୍ଡି ନିରୀକ୍ଷକ ବିଚିତ୍ରା ନନ୍ଦ ପରିଡ଼ାଙ୍କ ଉପସ୍ଥିତରେ ଏହା ଖୋଲାଯାଇଥିଲା।

ସେହିପରି ଭୁଷଣ୍ଡପୁର ରାଜସ୍ବ ନୀରିକ୍ଷକ କୈଳାସ ଚନ୍ଦ୍ର ଦଳେଇ, ସାନରାଉତପଡ଼ା ସରପଞ୍ଚ କିଶୋର କୁମାର ରାଉତରାୟ, କନ୍ତଳବାଈ ସରପଂଚ ସୁନୀତା ହାଲଦାର , ଏଣ୍ଡାମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ମୁଖ୍ୟ ପୂଜକଙ୍କ ସହିତ ମନ୍ଦିର କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସର୍ବମୋଟ ୬ ଲକ୍ଷ ୪୦ ହଜାର ସଂଗୃହିତ ହୋଇ ସ୍ଥାନୀୟ ବ୍ୟାଙ୍କ ଥିବା ମନ୍ଦିର ଜମା ଖାତାରେ ଜମା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଉଗ୍ରତାରା ଦର୍ଶନ କଲେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

ଖୋର୍ଦ୍ଧା: ଚାଲିଛି ନବରାତ୍ର ପୂଜା। ଆଜି ସପ୍ତମ ଦିନରେ ମା’ କାଳରାତ୍ରୀ ଭାବେ ପୂଜା ପାଉଛନ୍ତି। ମା’ଙ୍କୁ ଦର୍ଶନ କରିବା ପାଇଁ ଦେବୀ ପୀଠରେ ଭକ୍ତ ମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ତେବେ ଆଜି ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଉଗ୍ରତାରାଙ୍କୁ ଦର୍ଶନ କରିବା ଲାଗି ସୁଦୂର ଉତ୍ତର ପ୍ରଦେଶରୁ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଛୁଟି ଆସିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଟାଙ୍ଗୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଛି।

Categories
ଆଞ୍ଚଳିକ

ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ମାରି ଧାରଣାରେ ବସିଲେ ପାଇକ ଖଣ୍ଡାୟତ ମହାସଂଘ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଓଡ଼ିଶା ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ ତଥା ତନ୍ତ୍ରପୀଠ ଶକ୍ତିପୀଠ ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ପଡିଛି। ମା ଉଗ୍ରତାରା ପାଇକ ଖଣ୍ଡାୟତ ମହାସଂଘର ସଦସ୍ୟମାନେ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ପାଇକ ମହାସଂଘ ସଂଗଠନର ୬୦ ପରିବାରର ସଦସ୍ୟମାନେ ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି।

ପାଇକ ମହାସଂଘର ଦାବି ଅନୁଯାୟୀ, ପାଇକମାନେ ମା’ ଉଗ୍ରତାରା ପୀଠର ପାଇକ ସେବକ। ମା’ ଉଗ୍ରତାରାଙ୍କ ସମସ୍ତ ପର୍ବପର୍ବାଣି ଜାନିଯାତ୍ରାରେ ମୂଖ୍ୟ ଭୂମିକା ନିଭାଉଥିବା ବେଳେ ଦୀର୍ଘଦିନ ହେବ ପାଇକ ମହାସଂଘ ପକ୍ଷରୁ ସ୍ଥାୟୀ ଭାବରେ ମନ୍ଦିର ନିକଟରେ ନିଜସ୍ୱ ଖର୍ଚ୍ଚରେ ଦୁଇ ବଖରା ପକ୍କାଘର କରି କାର୍ଯ୍ୟାଳୟ ଚଳାଉ ଆସୁଥିଲେ। ଜିଲ୍ଲା ପ୍ରଶାସନ ଓ ପାଇକ ମହାସଂଘର ନିଷ୍ପତ୍ତି କ୍ରମେ ଉକ୍ତ ଘରଟିରେ ମନ୍ଦିର କାର୍ଯ୍ୟାଳୟ ଚାଲୁଅଛି।ସେତେବେଳେ ପାଇକ ମହାସଂଘକୁ ଜିଲ୍ଲା ପ୍ରଶାସନ ଘରଭଡା ବାବଦରେ ଏକ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଟଙ୍କା ମିଳୁନାହିଁ।

ଖଣ୍ଡାୟତ ପାଇକ ମହାସଂଘର ସଦସ୍ୟମାନେ ଉକ୍ତ ଘରଟିକୁ ଫେରାଇ ଦେବାକୁ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ଏଣ୍ଡାମେଣ୍ଟ କମିଶନକୁ ବାରମ୍ବାର ଦାବି କରିବାପରେ କୈ।ଣସି ସୁଫଳ ମିଳିନାହିଁ। ଉଗ୍ରତାରା ମନ୍ଦିରରେ ପାଇକ ମହାସଂଘ ସଦସ୍ୟ ମାନେ କେୟାର ଟେକର, ମନ୍ଦିର ସୁରକ୍ଷା ନିମନ୍ତେ ସିକ୍ୟୁରିଟ ଗାର୍ଡ, କମ୍ପ୍ୟୁଟର ଅପରେଟର, ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଦୈନିକ ଦୁଇଜଣ ସୁରକ୍ଷା ଦାୟିତ୍ୱ ଆଦି ଦାୟିତ୍ୱ ଦିଆଯାଉ।

ମନ୍ଦିରରେ ଅନୁଷ୍ଠିତ ବାର୍ଷିକ ରଜ ମହୋତ୍ସବରେ ପାଇକ ମାନଙ୍କୁ ସାମିଲ କରିବା ପାଇଁ ସ୍ଥାନୀୟ ପାଇକ ଖଣ୍ଡାୟତ ମହାସଂଘର ସଦସ୍ୟ ମାନେ ଦାବିକରିଛନ୍ତି। ଉକ୍ତ ଦାବି ନେଇ ଖଣ୍ଡାୟତ ପାଇକ ମହାସଂଘ ସଦସ୍ୟ ମାନେ ମା’ ଉଗ୍ରତାରା ପୀଠ ମନ୍ଦିର କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଓଡିଶାର ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରୀ ହୋଇଥିବା ଖବର ହସ୍ତଗତ ହୋଇଛି। ଗତ କାଲି ରାତିରେ ସେଠାରୁ ଚୋରୀ ହୋଇଥିବା ଜଣାପଡିଛି।

ଗତ କାଲି ରାତିରେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାର ଲୁଟି ନେଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ୍ ପହଂଚି ତଦନ୍ତ କରୁଛି।

ତେବେ ଗତ କିଛି ଦିନ ତଳେ ୫-ଟି ସଚିବ ମନ୍ଦିରରେ ପହଂଚି ମା’ଙ୍କ ମନ୍ଦିରର ଉନ୍ନତିକରଣ କରିବା ପାଇଁ ସମିକ୍ଷା କରିଥିଲେ। ମା’ଙ୍କ ମନ୍ଦିର ର ଉନ୍ନତି କରଣ ପାଇଁ ଅନୁଦାନ ମଂଜୁର ମଧ୍ୟ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚଳଚଞ୍ଚଳ ହୋଇଉଠିଛି ମା’ ଉଗ୍ରତାରାଙ୍କ ପୀଠ: ଜୁନ ୧୪ରୁ ୨୧ ପର୍ଯ୍ୟନ୍ତ ଚାଲିବ ରଜ ଉତ୍ସବ

ଟାଙ୍ଗୀ: ଆଜି ପହିଲି ରଜରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମା’ ଉଗ୍ରତାରାଙ୍କ ପୀଠ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି। ଏହି ଉତ୍ସବ ଜୁନ ୧୪ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଜନ ସମାଗମକୁ ଆଖି ଆଗରେ ରଖି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ଅଧିକାରୀ ଯଥା ପୋଲିସ ବିଭାଗ, ବନ ବିଭାଗ, ଅଗ୍ନିଶମ ବିଭାଗ, ଆର. ଡବ୍ଲୁ. ଏସ. ଏସ., ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉତ୍ସବରେ ଭକ୍ତଙ୍କ ସୁବିଧା ନିମନ୍ତେ ସଜାଗ ରହି ସହାୟତାର ହାତ ବଢ଼ାଇ ଛନ୍ତି।

ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ପୀଠରେ ମା ‘ ଙ୍କ ଦର୍ଶନ କରୁଛନ୍ତି। ଜଳଛତ୍ର ସହ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଘୋଳଦହିର ପରିବେଷଣ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ସି.ଡ଼ି.ଏମ. ଓ ଡ଼. ଆର୍ତ୍ତବନ୍ଧୁ ନାୟକଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କୁ ଏକ ଷ୍ଟଲ ଖୋଲାଯାଇଛି।

ଭୁବନେଶ୍ୱର ଉପ ଜିଲ୍ଲପାଳ ଦେବବ୍ରତ ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ଟାଙ୍ଗୀ ତହସିଲଦାର ଡ଼ଃ ଜନ୍ମେଞ୍ଜୟ ସାହୁଙ୍କ ତତ୍ୱାବଧାନରେ ବିଦ୍ୟାଳୟ ର ଏନ. ସି. ସି. ଛାତ୍ର, ସ୍ବେଚ୍ଛାସେବୀ ଅନୁଷ୍ଠାନ ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି।
ଭକ୍ତ ମାନେ ଧାଡିରେ ରହି ଶୃଙ୍ଖଳର ସହ ମା’ ଙ୍କ ଦର୍ଶନ କରୁଛନ୍ତି।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉକ୍ତ କାର୍ଯ୍ୟକ୍ରମର ଖବର ପରିବେଷଣ ସହ ସୁଦୂର ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର: ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି। ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି। ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ। ମାଙ୍କ ର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠା ର ସହ ପାଳନ କରିଥାନ୍ତି।

ମା ଙ୍କର ଏହି ପବିତ୍ର ମାସ ଅବସରରେ ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁର ର ମା ଉଗ୍ରତାରା ଓ ବାଣପୁର ର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପୁର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୁରୀ ଜିଲ୍ଲା ର କାକଟପୁରରେ ବିରାଜିତ ମା ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମାଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି। ନବକଳେବର ସମୟରେ ଦଇତାପତି ସେବକମାନେ ମାଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁ ଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ। 5T ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ ରେ ମନ୍ଦିରରେ khondalite ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ।

ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ kiosk, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ। ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ। ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ, Landscaping ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ। ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସଂପୁର୍ଣ୍ଣ କରିବ।

ଖୋର୍ଦ୍ଦା ଜିଲ୍ଲା ବାଣପୁରର ମା ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି। ମାଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ। ନବମ ଶତାବ୍ଦୀରେ ନିର୍ମିତ ମାଙ୍କ ମନ୍ଦିର ର ବିକାଶ ପାଇଁ 5T ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି। ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ।

ଖୋର୍ଦ୍ଦା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା ଉଗ୍ରତାରାଙ୍କ ପୀଠ। ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସ ର କେନ୍ଦ୍ର ହୋଇ ରହି ଆସିଛି । ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ arrival plaza, ଯାତ୍ରୀ ଙ୍କ ସୁବିଧା, parking landscaping, picnic spot, ଯାତ୍ରା ପଡିଆ ସହିତ ପୋଖରୀ ର ମଧ୍ୟ ପୁନରୁଦ୍ଧାର କରାଯିବ। ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ। ଏହି ତିନି ଗୋଟି ପୀଠର ବିକାଶ ଯୋଜନା କୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠ ମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ । ତିନି ପୀଠର ସେବାୟତମାନେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ । ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ ଉଗ୍ରତାରାଙ୍କ ପୀଠର ହେବ ଉନ୍ନତିକରଣ: ୧ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଖୋର୍ଦ୍ଧା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଭାବେ ଟାଙ୍ଗୀ ବ୍ଲକ ମା’ ଉଗ୍ରତାରାଙ୍କ ପୀଠ ପରିଗଣିତ। ଏହି ପୀଠ ସଦାସର୍ବଦା ଚଳାଚଞ୍ଚଳ ରହିଥାଏ। ହଜାର ହଜାର ଭକ୍ତ ମା’ ଉଗ୍ରତାରାଙ୍କ ପୀଠକୁ ପୂଜା ପାଇଁ ଆସୁଥିବାବେଳେ ଭକ୍ତମାନଙ୍କ ସୁବିଧା ଓ ମା’ ଉଗ୍ରତାରଙ୍କ ପୀଠର ବିକାଶ ପାଇଁ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି।

ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୧ କୋଟି ଟଙ୍କା। କୋଟିଏ ଟଙ୍କାର ଅର୍ଥରେ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଭକ୍ତମାନଙ୍କ ବିଶ୍ରାମ ସ୍ଥଳୀ ସହ ହେବ ଭୋଗ ମଣ୍ଡପ ନିର୍ମାଣ। ସେଥିପାଇଁ ରାଜ୍ୟ ସରକାର ଟାଙ୍ଗୀ ପୂର୍ତ୍ତ ବିଭାଗକୁ ଦେଇଛନ୍ତି ନିର୍ମାଣ ଦାୟିତ୍ୱ। ଟାଙ୍ଗୀ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତି ପରେ ଆରମ୍ଭ ହୋଇଛି ପ୍ରକ୍ରିୟା।

ଆଜି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମା’ ଉଗ୍ରତାରାଙ୍କ ପୀଠରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଵିଧାୟକଙ୍କ ସହ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନ୍ଧତା, ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ପୃଷ୍ଟି, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ପ୍ରମୁୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଭୂଷଣ୍ଡପୁର ମା’ ଉଗ୍ରତାରା ପୀଠରେ ସୌରଚାଳିତ ଆଲୋକିକରଣକୁ ସାଂସଦ ଅପରାଜିତା କଲେ ଉଦଘାଟନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବହୁଦିନ ପ୍ରତିକ୍ଷାର ଅନ୍ତ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରର ଶକ୍ତିପୀଠ ମା’ ଉଗ୍ରତାରାଙ୍କ ପୀଠକୁ ସୌରଚାଳିତ ବିଦ୍ୟୁତ ଆଲୋକିକରଣର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ଉଦଘାଟନ କରିଛନ୍ତି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ। ଜାତୀୟ ରାଜପଥ ଠାରୁ ମା ଉଗ୍ରତାରା ପୀଠ ରାସ୍ତାର ଦୁଇ ପାର୍ଶ୍ଵରେ ୧୦୦ଟି ସୌର ଚାଳିତ ଷ୍ଟ୍ରିଟ ଲାଇଟ ଲାଗିଥିବା ବେଳେ ଦୁଇଟି ବଡ ହାଇମାକ୍ସ ଲାଇଟ ମନ୍ଦିର ପରସରରେ ଲାଗିଛି।

ଏଜିଏମ ଗ୍ରୀନ ଏନର୍ଜି ସହଯୋଗ ରେ ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ସାସଂଦ ପାଣ୍ଠି ଅନୁଦାନରେ ୨୫ଲକ୍ଷ ଟଙ୍କା ବ୍ୟୟବରାଦରେ ଆଲୋକିକରଣର ବ୍ୟବସ୍ଥା ହୋଇଛି। ଏହା ସହିତ ମା ଉଗ୍ରତାରାଙ୍କ ପୀଠରେ ଥିବା ପୋଖରୀର ପୁନ୍ଃରୁଦ୍ଧାର କରିବା ପାଇଁ ମଧ୍ୟ ସାସଂଦଙ୍କ ପାଣ୍ଠିରୁ ବ୍ୟୟବରାଦ କରାଯାଇଥିବା ସାସଂଦ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର, ସାଂସଦ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଶିଷ ବରିସଲ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।