ଚଳଚଞ୍ଚଳ ହୋଇଉଠିଛି ମା’ ଉଗ୍ରତାରାଙ୍କ ପୀଠ: ଜୁନ ୧୪ରୁ ୨୧ ପର୍ଯ୍ୟନ୍ତ ଚାଲିବ ରଜ ଉତ୍ସବ

Published: Jun 14, 2023, 9:10 pm IST

ଟାଙ୍ଗୀ: ଆଜି ପହିଲି ରଜରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମା’ ଉଗ୍ରତାରାଙ୍କ ପୀଠ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି। ଏହି ଉତ୍ସବ ଜୁନ ୧୪ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଜନ ସମାଗମକୁ ଆଖି ଆଗରେ ରଖି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ଅଧିକାରୀ ଯଥା ପୋଲିସ ବିଭାଗ, ବନ ବିଭାଗ, ଅଗ୍ନିଶମ ବିଭାଗ, ଆର. ଡବ୍ଲୁ. ଏସ. ଏସ., ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉତ୍ସବରେ ଭକ୍ତଙ୍କ ସୁବିଧା ନିମନ୍ତେ ସଜାଗ ରହି ସହାୟତାର ହାତ ବଢ଼ାଇ ଛନ୍ତି।

ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ପୀଠରେ ମା ‘ ଙ୍କ ଦର୍ଶନ କରୁଛନ୍ତି। ଜଳଛତ୍ର ସହ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଘୋଳଦହିର ପରିବେଷଣ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ସି.ଡ଼ି.ଏମ. ଓ ଡ଼. ଆର୍ତ୍ତବନ୍ଧୁ ନାୟକଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କୁ ଏକ ଷ୍ଟଲ ଖୋଲାଯାଇଛି।

ଭୁବନେଶ୍ୱର ଉପ ଜିଲ୍ଲପାଳ ଦେବବ୍ରତ ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ଟାଙ୍ଗୀ ତହସିଲଦାର ଡ଼ଃ ଜନ୍ମେଞ୍ଜୟ ସାହୁଙ୍କ ତତ୍ୱାବଧାନରେ ବିଦ୍ୟାଳୟ ର ଏନ. ସି. ସି. ଛାତ୍ର, ସ୍ବେଚ୍ଛାସେବୀ ଅନୁଷ୍ଠାନ ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି।
ଭକ୍ତ ମାନେ ଧାଡିରେ ରହି ଶୃଙ୍ଖଳର ସହ ମା’ ଙ୍କ ଦର୍ଶନ କରୁଛନ୍ତି।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉକ୍ତ କାର୍ଯ୍ୟକ୍ରମର ଖବର ପରିବେଷଣ ସହ ସୁଦୂର ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି।

Related posts