Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଏ ହେବେ ନୂତନ ନିର୍ବାଚନ କମିଶନର?: ଚୟନ କମିଟିକୁ ପଠାଗଲା ଏହି ନାମ
ଆଜିର ଖବର

କିଏ ହେବେ ନୂତନ ନିର୍ବାଚନ କମିଶନର?: ଚୟନ କମିଟିକୁ ପଠାଗଲା ଏହି ନାମ

March 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ଇସ୍ତଫା ଏବଂ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ହେତୁ ୨ ଟି ପଦବୀ ଖାଲି ପଡିଛି। ଏହି ଦୁଇଟି ପଦବୀରେ ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ଆଜି ଚୟନ କମିଟି ନିକଟକୁ ନାମ ପଠାଇଛି। ଏଥିରେ ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ର ଏବଂ ପୂର୍ବତନ ଏନଆଇଏ ମୁଖ୍ୟ ଦିନକର ଗୁପ୍ତାଙ୍କ ନାମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସର୍ଚ୍ଚ କମିଟି ଏହି ତାଲିକାରେ ପୂର୍ବତନ ସିବିଡିଟି ମୁଖ୍ୟ ପିସି ମୋଦୀ, ଜେବି ମହାପାତ୍ର ଏବଂ ରାଧା ଏସ ଚୌହାନଙ୍କ ନାମ ମଧ୍ୟ ପଠାଇଛି।

ଉଭୟ ପଦବୀ ନିଯୁକ୍ତି ପାଇଁ ଆଜି ଚୟନ କମିଟିର ବୈଠକ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷତା କରିବେ। ଏହି ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଇନମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କୁ ମଧ୍ୟ ମନୋନୀତ କରିଛନ୍ତି। ଲୋକସଭାର ସର୍ବବୃହତ ବିରୋଧୀ ଦଳର ନେତା ଅଧୀର ରଂଜନ ମଧ୍ୟ ଏହି କମିଟିରେ ସାମିଲ ହେବେ।

ଏହି ସମୟ ମଧ୍ୟରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏଡିଆର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନ ଶୁକ୍ରବାର ଶୁଣାଣି ହେବ। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବେ। ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ଅନୁଯାୟୀ ନିର୍ବାଚନ ଆୟୋଗର ସଦସ୍ୟ ନିଯୁକ୍ତି ପାଇଁ ଏଡିଆର ନିର୍ଦ୍ଦେଶ ମାଗିଛି।

ଆସନ୍ତା ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବାର କିଛି ଦିନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ଅନୁପ ପାଣ୍ଡେ ଅବସର ନେଇଥିଲେ। ଅରୁଣ ଗୋୟଲଙ୍କ ଇସ୍ତଫା ପରେ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି।

ସୁପ୍ରିମକୋର୍ଟରେ ଅରୁଣ ଗୋୟଲଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ, ଏହି ଆବେଦନ ପରେ ୨୦୨୩ ମସିହାରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତିଙ୍କ ଦ୍ୱାରା ଖାରଜ କରାଯାଇଥିଲା। କୋର୍ଟଙ୍କ ନିଷ୍ପତ୍ତିରେ କୁହାଯାଇଛି ଯେ, ଏକ ସମ୍ବିଧାନ ପୀଠ ଏହି ପ୍ରସଙ୍ଗର ଯାଞ୍ଚ କରିଥିଲେ, କିନ୍ତୁ ଅରୁଣ ଗୋୟଲଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ମନା କରି ଦେଇଥିଲେ।

election commission Lok Sabha Election LOK SABHA ELECTION 2024
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.