Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ନୂଆ ପ୍ରକଳ୍ପ ଘୋଷଣା
ଆଜିର ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ନୂଆ ପ୍ରକଳ୍ପ ଘୋଷଣା

March 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ବେଳେ ଓଡ଼ିଶାର ଦୁଇଟି ନୂଆ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏହି ଦୁଇଟି ପ୍ରକଳ୍ପ ବହୁଦିନରୁ ଜନସାଧାରଣଙ୍କ ଦ୍ୱାରା ଦାବି ହୋଇଆସୁଥିଲା।

A. ଦିଘା-ଜଳେଶ୍ୱର (ଚନ୍ଦନେଶ୍ୱର) ନୂଆ ଲାଇନ ପ୍ରକଳ୍ପ (42କିମି) ଫାଷ୍ଟ ଟ୍ରାକ ଆଧାରରେ ନିର୍ମାଣ କରାଯିବ। ସ୍ୱୀକୃତି ପ୍ରକ୍ରିୟା ଏଥିପାଇଁ ସମ୍ପୂର୍ଣ୍ଣ ହୋଇସାରିଛି। ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ଏହି ରେଳ ସଂଯୋଗ ଏହି ଅଞ୍ଚଳର ଆର୍ଥିକ ଏବଂ ପର୍ଯ୍ୟଟନକୁ ସମୃଦ୍ଧି କରାଇବା ସହିତ ମୁଖ୍ୟସ୍ରୋତରେ ସାମିଲ ହେବ।

ଜଳେଶ୍ୱର – ଚନ୍ଦନେଶ୍ୱର ଲାଇନ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଯଥା ଚନ୍ଦନେଶ୍ୱର, ଭୂଷଣ୍ଢେଶ୍ୱର ସହିତ ଜଳେଶ୍ୱର ଷ୍ଟେସନକୁ ସଂଯୋଗ କରାଇବ।

ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ : ଏହି ଅଞ୍ଚଳର ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, କୃଷକ, ସ୍ଥାନୀୟ ବ୍ୟବସାୟୀ ଏହାଦ୍ୱାରା ଉପକୃତ ହେବେ।

ବାଲେଶ୍ୱର ଜିଲ୍ଲାର ଅନୁନ୍ନତ ଅଞ୍ଚଳ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ମତ୍ସ୍ୟ ଉପାଦାନକାରୀ ଏବଂ ସ୍ଥାନୀୟ କୃଷିଜାତ ଦ୍ରବ୍ୟ ଉତ୍ପାଦନାକାରୀ ମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ।

B. ନରସିଂହପୁର – କଣ୍ଟିଲୋ – ଖଣ୍ଡପଡା ଦେଇ ଅନୁଗୁଳ – ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ – କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି ) କୁ ସ୍ୱୀକୃତି ଦିଆଯାଇଅଛି।

କଣ୍ଟିଲୋ ନୀଳମାଧଵ ମନ୍ଦିରକୁ ଟ୍ରେନ ସଂଯୋଗ

ପ୍ରାକୃତିକ ପର୍ଯ୍ୟଟନ: ଅନ୍ୱେଷଣ ହୋଇନଥିବା ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲ ମାର୍ଗ ଦେଇ ଟ୍ରେନ/ରେଳ ସଂଯୋଗ

କଣ୍ଟିଲୋ ଓ ଖଣ୍ଡପଡ଼ାର କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ବୁଆ ବଜାର ସୃଷ୍ଟି ହେବ

ପଣ୍ୟ ପରିବହନ : କୋଇଲା, ପାୱାର ପ୍ଲାଣ୍ଟ ଓ ପୋର୍ଟ ସହିତ ସଂଯୋଗ

ଏହି ପ୍ରସ୍ତାବିତ ରେଳ ଲାଇନ ଚାଲୁରହିଥିବା ଖୋର୍ଦ୍ଧା ରୋଡ଼ ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଠାରେ ସଂଯୋଗ ହୋଇ ଖୋର୍ଦ୍ଧା ଟାଉନ – କାଇପଦର ନୂତନ କର୍ଡ ଲାଇନ ରେ ହାଓଡା – ଚେନ୍ନାଇ ମୁଖ୍ୟ ରେଳ ଲାଇନ ରେ ସଂଯୋଗ ହେବ।

aswini vaishnav Odisha Rail Project railway ministry
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.